ଖେଳ ଖବର

ଭାରତୀୟ ମହିଳା ୩-୦ରେ ଶୃଙ୍ଖଳା ଜିତିଲେ: ଶେଷ ଦିନିକିଆରେ ଦକ୍ଷିଣ ଆଫ୍ରିକା ପରାସ୍ତ – Kalinga News

[ad_1]

ଦୀପ୍ତି ମ୍ୟାଚ୍‌ର ଶ୍ରେଷ୍ଠ, ମନ୍ଧାନା ଶୃଙ୍ଖଳାର ଶ୍ରେଷ୍ଠ

ବେଙ୍ଗାଲୁରୁ: ଦକ୍ଷିଣ ଆଫ୍ରିକା ବିପକ୍ଷ ମହିଳା ଦିନିକିଆ ଅନ୍ତର୍ଜାତୀୟ ଶୃ୍ଙ୍ଖଳାକୁ ଘରୋଇ ଭାରତ ୩-୦ରେ ମୂଳପୋଛ କରି ଜିତିଛି। ରବିବାର ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ମ୍ୟାଚ୍‌ରେ ହର୍ମନପ୍ରୀତ୍ କୌରଙ୍କ ଦଳ ୬ ୱିକେଟ୍‌ରେ ସହଜ ବିଜୟ ସହ ଏହି ସଫଳତା ଅର୍ଜନ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୫୦ ଓଭରରେ ୮ ୱିକେଟ୍ ହରାଇ ୨୧୫ ରନ୍ କରିଥିଲା। ପ୍ରାରମ୍ଭିକ ଯୋଡ଼ି ଲୌରା ୱଲଭର୍ଟ (୫୭ ବଲ୍‌ରୁ ୬୧ ରନ୍) ଏବଂ ତଂଜିନ୍ ବ୍ରିଟ୍‌ସ (୬୬ ବଲ୍‌ରୁ ୩୮ ରନ୍) ୧୦୨ ରନ୍ ଉଠାଇଥିଲେ ମଧ୍ୟ ଭ୍ରମଣକାରୀ ଦଳ ଅପ୍ରତ୍ୟାଶିତ ବ୍ୟାଟିଂ ବିପର୍ଯ୍ୟୟ ସହ ଆଗକୁ ବଢ଼ିପାରିନଥିଲା। ନାଦିନ୍ ଡି କ୍ଲାର୍କ ଓ ମିକ୍ ଡି ରାଇଡର୍ ସମାନ ୨୬ ରନ୍ ଲେଖାଏଁ କରିଥିଲେ। ଭାରତ ପକ୍ଷରୁ ଅରୁନ୍ଧତୀ ରେଡ୍ଡୀ ଓ ଦୀପ୍ତି ଶର୍ମା ୨ ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ। ଶ୍ରେୟଙ୍କା ପାଟିଲ୍‌ ଓ ପୂଜା ବସ୍ତ୍ରକାର ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲେ। ଜବାବରେ ସ୍ମୃତି ମନ୍ଧାନା ୮୩ ବଲ୍‌ରୁ ୯୦ ରନ୍ କରି ଆଉଟ୍ ହେବା ସହ ହ୍ୟାଟ୍ରିକ୍ ଶତକରୁ ବଞ୍ଚିତ ହୋଇଥିଲେ। ଶେଫାଳି ବର୍ମା (୨୫), ପ୍ରିୟା ପୁନିଆ (୨୮) ଆଉଟ୍ ହୋଇଯିବା ପରେ ହର୍ମନପ୍ରୀତ୍ କୌର୍ (୪୨*) ଓ ଜେମିମା ରଡ୍ରିଗ୍ବେଜ୍ (୧୯*) ଭାରତକୁ ୯.୨ ଓଭର ପୂର୍ବରୁ ବିଜୟୀ କରାଇଥିଲେ। ମିତବ୍ୟୟୀ ବୋଲିଂ ପାଇଁ ଦୀପ୍ତି ଶର୍ମା (୧୦-୦-୨୭-୨) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। କିନ୍ତୁ ଏହି ୩ ମ୍ୟାଚ୍‌ ଶୃଙ୍ଖଳାରୁ ମୋଟ ୩୪୩ ରନ୍ (୧୧୭, ୧୩୬, ୯୦) ସଂଗ୍ରହ କରିବା ସହ ଗୋଟିଏ ୱିକେଟ୍ ନେଇଥିବାରୁ ସ୍ମୃତି ମନ୍ଧାନା ଶୃଙ୍ଖଳା ଶ୍ରେଷ୍ଠ ଖେଳାଳି ସମ୍ମାନ ପାଇଛନ୍ତି।

ନୂଆଦିଲ୍ଲୀ: ଉଦୀୟମାନ ଦ୍ରୁତ ବୋଲର ସବନମ୍‌ ସକିଲ୍‌ଙ୍କୁ ଭାରତୀୟ ମହିଳା କ୍ରିକେଟ୍‌ ଦଳରୁ ଡକରା ମିଳିଛି। ଦକ୍ଷିଣ ଆଫ୍ରିକା ମହିଳା ଦଳ ବିଭିନ୍ନ ଫର୍ମାଟ୍‌ର ଶୃଙ୍ଖଳା ଖେଳିବାକୁ ଭାରତରେ ଅଛି। ଏବେ ଦିନିକିଆ ଶୃଙ୍ଖଳାକୁ ଭାରତ ୩-୦ରେ ଜିତିନେଇଛି। ସବ୍‌ନମ୍‌ ସମସ୍ତ ଫର୍ମାଟ୍‌ ପାଇଁ ଉପଲବ୍ଧ ହେବେ ବୋଲି କୁହାଯାଇଛି। ଦିନିକିଆ ଶୃଙ୍ଖଳା ଖେଳିବା ପରେ ଉଭୟ ଦଳ ଚେନ୍ନାଇ ଚାଲିଯିବେ। ସେଠାରେ ଗୋଟିଏ ଟେଷ୍ଟ୍‌ ମ୍ୟାଚ୍‌ (ଜୁନ୍‌ ୨୮ରୁ ଜୁଲାଇ ୧) ଖେଳିବା ପରେ ୩ ଟ୍ବେଣ୍ଟି-୨୦ ମ୍ୟାଚ୍‌ (ଜୁଲାଇ ୫, ୭, ୯ ତାରିଖ) ଖେଳି ‌ଦକ୍ଷିଣ ଆଫ୍ରିକା ଏହି ଗସ୍ତ ଶେଷ କରିବ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button