ହୋସ ଉଡ଼ାଇବା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ମୋଟ ସମ୍ପତ୍ତି – Kalinga News
[ad_1]
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଏପ୍ରିଲ ୨୪ରେ ୫୧ବର୍ଷରେ ପାଦ ଦେଇଥିଲେ। ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ତାଙ୍କ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ। ତାଙ୍କର ସବୁଠାରୁ ପ୍ରସିଦ୍ଧ ରେକର୍ଡ ଥିଲା ଅନ୍ତର୍ଜାତୀୟ କ୍ରିକେଟରେ ୧୦୦ଶତକ ହାସଲ କରିବା। ୧୦୦ ଶତକ ବ୍ୟତୀତ, ସଚିନ ତେନ୍ଦୁଲକର ହେଉଛନ୍ତି ଏଭଳି ଜଣେ ବ୍ୟାଟ୍ସମ୍ୟାନ୍ ଯିଏ ସର୍ବାଧିକ ୨୦୦ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ବର୍ତ୍ତମାନ ଟେଷ୍ଟ କ୍ରିକେଟ୍ ସେତେଟା ଖେଳାଯାଉନାହିଁ। ଏପରି ପରିସ୍ଥିତିରେ, ଯଦି ଜଣେ ଖେଳାଳି କେବଳ ୧୦୦ଟି ଟେଷ୍ଟ ମ୍ୟାଚ୍ ଖେଳୁଛନ୍ତି ତେବେ ଏହା ଏକ ବଡ଼ ସଫଳତା ଭାବରେ ବିବେଚନା କରାଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ନିଜ ନାମରେ ଏତେ ରେକର୍ଡ ବନାଇଥିବା ସଚିନ୍ କେତେ କୋଟିର ମାଲିକ ଆପଣ ଜାଣନ୍ତି କି? ଜାତୀୟ ଗଣମାଧ୍ୟମ ମୁତାବକ, ସଚିନ୍ ମୋଟ ୧୩୯୦କୋଟିର ମାଲିକ ଅଟନ୍ତି। କ୍ରିକେଟ ବ୍ୟତୀତ ବିଭିନ୍ନ ବିଜ୍ଞାପନ ଓ ନିବେଶ କରି ସେ ଟଙ୍କା ରୋଜଗାର କରନ୍ତି। ସଚିନଙ୍କ ପାଖରେ କୋଟି କୋଟି ଟଙ୍କାର ଘର ସହ ବିଳାସପୂର୍ଣ୍ଣ କାର୍ ମଧ୍ୟ ରହିଛି।
ଅନ୍ୟପକ୍ଷରେ, ସଚିନ ତେନ୍ଦୁଲକର ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ୩୪,୩୫୭ରନ୍ ସଂଗ୍ରହ କରିଥିବା ବେଳେ ସେ ହେଉଛନ୍ତି କ୍ରିକେଟ୍ ଇତିହାସରେ ସର୍ବାଧିକ ଅନ୍ତର୍ଜାତୀୟ ରନ୍ ସ୍କୋରର। ସଚିନଙ୍କ ଏହି ରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ। ବର୍ତ୍ତମାନ ବିରାଟ କୋହଲି ହେଉଛନ୍ତି ଏକମାତ୍ର ବ୍ୟାଟ୍ସମ୍ୟାନ୍ ଯିଏ ୨୫,୦୦୦ ଆନ୍ତର୍ଜାତୀୟ ରନ୍ ଅତିକ୍ରମ କରିଛନ୍ତି।
[ad_2]