ଦେଶ- ବିଦେଶ

ଷଷ୍ଠ ବଜେଟରେ ସବୁଠୁ କମ୍ ସମୟର ଭାଷଣ ଦେଲେ ସୀତାରମଣ – Kalinga News

[ad_1]

ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ତାଙ୍କ ଷଷ୍ଠ ବଜେଟ ଉପସ୍ଥାପନ କରିଛନ୍ତି। ଷଷ୍ଠ ବଜେଟ ଉପସ୍ଥାପନ ସମୟରେ ନିର୍ମଳା ସବୁଠୁ କମ୍ ସମୟ ୫୬ ମିନିଟ ପାଇଁ ଭାଷଣ ଦେଇଛନ୍ତି। କାନ୍ଥା ସିଲ୍କ ଶାଢ଼ି ପିନ୍ଧି ସୀତାରମଣ ଭାଷଣ ଦେଇଛନ୍ତି। ସୀତାରମଣ ଭାଷଣ ରଖିବା ସମୟରେ ଟ୍ରେଜରି ବେଞ୍ଚରୁ ତାଳି ଶୁଣିବାକୁ ମିଳିଥିଲା। ଅନ୍ୟପକ୍ଷେ ବିରୋଧୀ ସଦସ୍ୟମାନେ ସୀତାରମଣଙ୍କ ବଜେଟ ଭାଷଣକୁ ଧ୍ୟାନର ସହ ଶୁଣିବା ସହ ଲୋକସଭା ନିର୍ବାଚନ ପରେ ତାଙ୍କ ସରକାର ପୁଣିଥରେ କ୍ଷମତାକୁ ଫେରିବ ବୋଲି ଯେଉଁ ଟିପ୍ପଣୀ ଦେଇଥିଲେ ବିରୋଧୀ ସଦସ୍ୟମାନେ ତାକୁ ବିରୋଧ କରିଛନ୍ତି। ଅନ୍ତରୀଣ ବଜେଟ ଉପସ୍ଥାପନ ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭା ଚ୍ୟାମ୍ବରରେ ପ୍ରବେଶ କଲାବେଳେ ବିଜେପି ସଦସ୍ୟମାନେ ଭାରତ ମାତା କୀ ଜୟ, ଜୟ ଶ୍ରୀ ରାମ, ଜୟ ସିୟା ରାମ ସ୍ଲୋଗାନ ଦେଇଥିଲେ। ତେବେ ସୀତାରମଣଙ୍କର ଏହା ସବୁଠାରୁ କମ୍ ସମୟର ଭାଷଣ। ୨୦୨୦ରେ ସୀତାରମଣ ସର୍ବାଧିକ ୨ ଘଣ୍ଟା ୪୦ ମିନିଟ ଭାଷଣ ଦେଇଥିଲେ। ୨୦୧୯ରେ ସୀତାରମଣ ୨ ଘଣ୍ଟାପ ୧୭ ମିନିଟ୍ ଭାଷଣ ଦେଇଥିଲେ। ୨୦୨୧ରେ ସୀତାରମଣଙ୍କ ଭାଷଣ ସମୟ ୫୦ ମିନିଟ୍ ଥିଲା। ୨୦୨୨ରେ ୯୨ ମିନିଟ୍ ଏବଂ ୨୦୨୩ରେ ସେ ୮୭ ମିନିଟ୍ ପାଇଁ ଭାଷଣ ଦେଇଥିଲେ।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button