ସ୍ୱାସ୍ଥ୍ୟ

ଅଧିକ ଲୁଣ ଖାଇଲେ କ’ଣ ହୁଏ?

ଲୁଣ ବିନା ଖାଦ୍ୟ ସ୍ୱାଦହୀନ। କିନ୍ତୁ ସ୍ୱାଦ ପାଇଁ ଯେ ଲୁଣ ହାନିକାରକ, ତାହା ଜାଣି ମଧ୍ୟ ଅନେକ ଅସଚେତନ। ଅତ୍ୟଧିକ ଲୁଣ ଖାଇବା ଦ୍ୱାରା ଏକାଧିକ ରୋଗ ମାଡି଼ବସେ। ଫାଷ୍ଟଫୁଡ୍ ଏବଂ ଜଙ୍କ ଫୁଡରେ ଅତ୍ୟଧିକ ସୋଡିୟମ୍ ଥାଏ। ଅତ୍ୟଧିକ ସୋଡିୟମ ମିଶ୍ରିତ ଖାଦ୍ୟ ଖାଇବା ଦ୍ୱାରା କିଡନୀ, ଗ୍ୟାଷ୍ଟ୍ରିକ୍, କର୍କଟ ଏବଂ ମୋଟାପଣ ଭଲି ଅନେକ ସ୍ୱାସ୍ଥ୍ୟ ସମସ୍ୟା ହୋଇପାରେ।

ଏନେଇ ବୈଜ୍ଞାନିକଙ୍କ ଅନୁଧ୍ୟାନ କଣ କହୁଛି, ଜାଣନ୍ତୁ…

ଅତ୍ୟଧିକ ସୋଡିୟମ୍ କାହିଁକି ବିପଜ୍ଜନକ?
ଆମେରିକାର ସାନ ଫ୍ରାନ୍ସିସ୍କୋ, କାଲିଫର୍ନିଆ ୟୁନିଭରସିଟି ଦ୍ୱାରା କରାଯାଇଥିବା ଏକ ଅନୁଧ୍ୟାନରୁ ଜଣାପଡିଛି ଯେ, ପ୍ରତିଦିନ ନିର୍ଦ୍ଧାରିତ ପରିମାଣଠାରୁ ଏକ ଗ୍ରାମ ଅଧିକ ଲୁଣ ଖାଇବା ଦ୍ୱାରା ଏକଜିମା ହେବାର ଆଶଙ୍କା 22 ପ୍ରତିଶତ ବଢିପାରେ। ଏଥିରେ ଚର୍ମ ଶୁଷ୍କ ଏବଂ ଫୁଲିଯାଇଥାଏ। ଏହା ସହିତ ଚର୍ମ କୁଣ୍ଡିଆ ରୋଗ ମଧ୍ୟ ହୁଏ।

ଏହି ଅନୁଧ୍ୟାନ ପାଇଁ, 2 ଲକ୍ଷରୁ ଅଧିକ ଲୋକଙ୍କ ଉପରେ ବିଶ୍ଳେଷଣ କରାଯାଇଥିଲା। ଯେଉଁମାନଙ୍କ ମଧ୍ୟରେ 30 ବର୍ଷରୁ 70 ବର୍ଷର ଲୋକ ସାମିଲ ହୋଇଥିଲେ। ସମସ୍ତଙ୍କର ପରିସ୍ରା ପରୀକ୍ଷଣରୁ ଗୋଟିଏ ଦିନରେ ଖାଉଥିବା ଲୁଣର ପରିମାଣକୁ ନେଇ ବିଶ୍ଳେଷଣ କରାଯଇଥିଲା।

ଗୋଟିଏ ଦିନରେ କେତେ ଲୁଣ ଖାଇବା ଉଚିତ୍?
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ଅନୁଯାୟୀ, ଗୋଟିଏ ଦିନରେ 2 ଗ୍ରାମରୁ କମ୍ ସୋଡିୟମ ଖାଇବା ଉଚିତ୍। 2 ଗ୍ରାମ ସୋଡିୟମ ଅର୍ଥ ଦିନରେ 5 ଗ୍ରାମରୁ କମ୍ ଲୁଣ ଖାଇବା ଉଚିତ୍। ଏହାଠୁ ଅଧିକ ସୋଡିୟମ ଶରୀରରେ ଅଟୋଇମ୍ୟୁନ ଏବଂ କ୍ରନିକ୍ ପ୍ରଦାହ ଜନିତ ସମସ୍ୟା ସୃଷ୍ଟି କରିପାରେ।

ଶରୀରରେ ଲୁଣ ପରିମାଣ ବୃଦ୍ଧି କରେ ଫାଷ୍ଟଫୁଡ୍
ଅନେକ ବୈଜ୍ଞାନିକ ଅନୁଧ୍ୟାନରୁ ଜଣାପଡିଛି ଯେ, ଫାଷ୍ଟଫୁଡ୍ ଖାଇବା ଦ୍ୱାରା ଶରୀରରେ ସୋଡିୟମ ପରିମାଣ ଶୀଘ୍ର ବଢିଥାଏ। କ୍ରମାଗତ ଭାବରେ ଏସବୁ ଖାଦ୍ୟ ଖାଇବା ଦ୍ୱାରା ଶିଶୁ ଏବଂ ଯୁବକମାନଙ୍କଠାରେ ଏକଜିମା ହେବାର ଆଶଙ୍କା ବଢିଥାଏ। ଗତ କିଛି ବର୍ଷ ମଧ୍ୟରେ ବିକଶିତ ଦେଶମାନଙ୍କରେ ଏହି ସମସ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଆମେରିକାରେ ପ୍ରତି 10 ଜଣଙ୍କ ମଧ୍ୟରେ ଜଣେ ବ୍ୟକ୍ତି ଏହିପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button