ସ୍ୱାସ୍ଥ୍ୟ

ଡେଲିଭରି ପରେ ମା’ ନିଜ ସ୍ୱାସ୍ଥ୍ୟକୁ କରନ୍ତୁନି ଅଣଦେଖା, ଏହି ୪ଟି ବିଷୟ ପ୍ରତି ନିଶ୍ଚୟ ଦିଅନ୍ତୁ ଧ୍ୟାନ

ପ୍ରତ୍ୟେକ ମହିଳାଙ୍କ ପାଇଁ ମା’ ହେବା ସୌଭାଗ୍ୟର କଥା। ମା’ ହେବା ପରେ ଜୀବନରେ ପରିପୂର୍ଣ୍ଣତା ଆସେ ବୋଲି କୁହାଯାଏ। ମା’ ହେବା ପରେ ଜଣେ ମହିଳାଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ବଢ଼ିଯାଏ। ଛୁଆ ପ୍ରତି ଅଧିକ ଯତ୍ନବାନ ହେବାକୁ ପଡ଼ିଥାଏ। ତେବେ ନବଜାତର ଯତ୍ନ ନେବା ବେଳେ ବେଳେ ମହିଳାମାନେ ନିଜକୁ ଅଧିକାଂଶ ସମୟ ଅଣଦେଖା କରିଥାନ୍ତି। ନିଜ ପାଇଁ ସେମାନେ ସମୟ କାଢ଼ିପାରନ୍ତି ନାହିଁ। ଏଭଳିସ୍ଥିତିରେ ମହିଳାମାନେ ପ୍ରଥମ ଥର ପାଇଁ ଛୁଆ କାମ କରୁଥିବାରୁ ସେମାନେ ଠିକ୍‌ ଢଙ୍ଗରେ କରିପାରନ୍ତି ନାହିଁ ଓ ଚିନ୍ତାରେ ରହିଥାନ୍ତି। ତେବେ ଆଜି ଆସନ୍ତୁ ଜାଣିବା ଡେଲିଭରି ପରେ ଛୁଆ ସହ ମା’ ନିଜ କେମିତି ଯତ୍ନ ନେବା ଆବଶ୍ୟକ…

 

ଭରପୂର ନିଦ ଜରୁରୀ:

ନବଜାତ ସହ ମା’ ପାଇଁ ମଧ୍ୟ ନିଦ ଜରୁରୀ। ଆପଣ ନିଜେ ରାତିରେ ଠିକ୍‌ ଭାବେ ଶୋଇ ନପାରିଲେ ଛୁଆର ଯତ୍ନ ନେବା ବେଳେ ସମସ୍ୟା ହୋଇଥାଏ। ଠିକ୍‌ ଭାବେ ନ ଶୋଇଲେ ଦିନସାରା ଚିଡ୍‌ଚିଡ଼ା ଲାଗିବା ସହ ଭଲ ଭାବେ କାମ କରିପାରିବେ ନାହିଁ। ଏଭଳି ସ୍ଥିତିରେ ସ୍ୱାମୀଙ୍କ ସହ ମିଶି ଘରର କାମ ସାରିଦିଅନ୍ତୁ ଓ ଟିକେ ରେଷ୍ଟ ନିଅନ୍ତୁ, ଦେଖିବେ କାମ କରିବା ବେଳେ ଫୂର୍ତ୍ତି ଲାଗିବ।

 

ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ:

ପ୍ରଥମ ଛୁଆ ଜନ୍ମ ହେବା ପରେ ମା’ ସବୁବେଳେ ଛୁଆ ପଛରେ ହିଁ ଲାଗିଥାନ୍ତି। ଏଭଳିସ୍ଥିତିରେ ସେ ନିଜର ଯତ୍ନ ନେଇପାରନ୍ତି ନାହିଁ। ଫଳରେ ସେ ଦୁର୍ବଳ ହେବା ସହ ଛୋଟ ଛୋଟ କଥାକୁ ଭୁଲିବା ଆରମ୍ଭ କରିଦିଅନ୍ତି। ଏଣୁ ପିଲା ଜନ୍ମ ପରେ ନିଜର ଖାଦ୍ୟପେୟ ଓ ଖାସ୍‌ କରି ଆରାମ ଉପରେ ଧ୍ୟାନ ଦିଅନ୍ତୁ। ନିଜେ ସୁସ୍ଥ ରହିଲେ ହିଁ ଛୁଆର ଯତ୍ନ ନେଇପାରିବେ।

Image result for after pregnancy tips for women

ପରିବାରର ସାହାଯ୍ୟ ନିଅନ୍ତୁ:

ପ୍ରଥମ ଥର ପାଇଁ ମା’ ବନୁଥିବା ମହିଳାଙ୍କ ପାଇଁ ଏହି ସମୟ ପରୀକ୍ଷାର ସମୟ କହିଲେ ଚଳେ। ଏକ ନବଜାତକର କେମିତି ଯତ୍ନ ନେବା କଥା ସେ ନେଇ ପୂର୍ବରୁ ଅନୁଭୂତି ନ ଥିବାରୁ ମହିଳାମାନେ ଅଧିକ କନ୍‌ଫ୍ୟୁଜ୍‌ ହୋଇଥାନ୍ତି। ଏଭଳିସ୍ଥିତିରେ ଆଦୌ ବ୍ୟସ୍ତ ନ ହୋଇ ଘରର ବଡ଼ମାନଙ୍କ ସାହାଯ୍ୟ ନିଅନ୍ତୁ। ଆପଣ ଚାହିଁଲେ ଘର ଲୋକଙ୍କୁ ଛୁଆର ଦାୟିତ୍ୱ ଦେଇ କିଛି ସମୟ ପାଇଁ ଆରାମ ବି କରିପାରିବେ।

Image result for after pregnancy tips for women

ସହିବା ଶିଖନ୍ତୁ:

ନବଜାତର ବ୍ୟବହାର ସବୁବେଳେ ପରିବର୍ତ୍ତନ ହୋଇଥାଏ। କେତେବେଳେ ସେ ଠିକ୍‌ ଥାଏ ତ କେତେବେଳେ ରୋଗରେ ପଡ଼ିଥାଏ। ଏଭଳିସ୍ଥିତିରେ ଛୁଆର କେତେବେଳେ କେମିତି ବ୍ୟବହାର ରହିବ ସେ ନେଇ ପୂର୍ବାନୁମାନ ଲଗାଇବା ମୁସ୍କିଲ ହୋଇଥାଏ। ଏଣୁ ଆପଣଙ୍କୁ ହିଁ ଛୁଆ ସହ ଆଡଜଷ୍ଟ କରିବାକୁ ପଡ଼ିବ। ଛୁଆ ଶୋଇବା ବେଳେ ଶୋଇବା, ସେ ଉଠିବା ବେଳେ ଉଠିବା ଆଦି ଶିଖିବାକୁ ପଡ଼ିବ। ଏଣୁ ବିରକ୍ତ ନ ହୋଇ ସବୁ ଜିନିଷକୁ ସହିବା ଶିଖନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button