ଅପରାଧ

ପିତୃ ଦିବସରେ ଝିଅର ଜୀବନ ନେଲା ବାପା; ଦୋଷ ଥିଲା ଏତିକି ଝିଅ ନିଜ ଇଚ୍ଛାରେ ବିବାହ କରିବାକୁ ଚାହୁଁଥିଲା – Kalinga News

[ad_1]

ନୂଆଦିଲ୍ଲୀ: ପିତୃ ଦିବସରେ ବାପା ରାକ୍ଷସ ସାଜି ଯାଇଥିଲା । ଖୋଦ୍‌ ଜନ୍ମ କଲା ଝିଅକୁ ଅତି ନିର୍ମମ ଭାବେ ହତ୍ୟା କରିବାକୁ ପଛାଇଲା ନାହିଁ ନୃଶଂସ ବାପା । ଏଭଳି ଏକ ହୃଦୟ ବିଦାରକ ଘଟଣା ଦିଲ୍ଲୀର କଞ୍ଜୱାଲାଠାରେ ଘଟିଥିବା ଜଣାପଡ଼ିଛି।

ଏହି ହତ୍ୟା ଘଟଣାକୁ ନେଇ ପୁଲିସ ସୂତ୍ରରୁ ପ୍ରକାଶ,  ହତ୍ୟାକାରୀ ବାପା ନନ୍ଦକିଶୋର ନିଜ ଝିଅକୁ ମାରିବା ପାଇଁ ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର କରିଥିଲେ। ନନ୍ଦକିଶୋର ଝିଅକୁ ବୁଲାଇବାକୁ କହି ଏକ କ୍ୟାବ ବୁକ୍ କରି କଞ୍ଜୱାଲା ନିକଟକୁ ନେଇ ଯାଇଥିଲେ। ସେଠାରେ ନନ୍ଦକିଶୋର ଝିଅକୁ କ୍ୟାବ‌ରୁ ଓହ୍ଲାଇଥିଲେ ।

ଏହାପରେ କ୍ୟାବ ଚାଳକଙ୍କୁ ଘଟଣାସ୍ଥଳକୁ ଯିବାକୁ କହି ବାପା ଝିଅର ହାତ ଧରି ଏକ ନିଛାଟିଆ କ୍ଷେତକୁ ନେଇଯାଇଥିଲେ। ସେଠାରେ କିଛିସମୟ ନନ୍ଦକିଶୋର ଝିଅକୁ ଗାଳିଗୁଲଜ କରିଥିଲେ। ବାପାଙ୍କ ଗାଳିରେ ଝିଅ କାନ୍ଦିକାନ୍ଦି ଗୋଟିଏ ସ୍ଥାନରେ ବସି ପଡ଼ିଥିଲା। ଏହାପରେ ସେ କିଛି ବୁଝିବା ପୂର୍ବରୁ ବାପା ତାର ବେକକୁ ଛୁରୀରେ କାଟି ପକାଇଥିଲେ।

ବାପାଙ୍କ ଛୁରାମାଡ଼ରେ ଝିଅ ରକ୍ତାକ୍ତ ଅବସ୍ଥାରେ ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିଲା। ଏଦୃଶ୍ୟ ଦେଖି ଝିଅକୁ ‌ସେମିତି କ୍ଷେତରେ ଛାଡ଼ି ନନ୍ଦକିଶୋର  ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।

ଘଟଣାପରଦିନ କ୍ଷେତରେ ରକ୍ତାକ୍ତ ଅବସ୍ଥାରେ ଜଣେ ଯୁବତୀ ପଡ଼ିଥିବା ଦେଖି ସ୍ଥାନୀୟଲୋକମାନେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେବା ସହିତ ହତ୍ୟାକାରୀକୁ ଖୋଜିବା ପାଇଁ ତଦନ୍ତ ଆରମ୍ଭ କରିଥିଲା।

ପ୍ରଥମେ ପୁଲିସ ଝିଅର ବାପାଙ୍କୁ ସନ୍ଦେହ ଥାନାକୁ ଆଣିଥିଲା। ଏହାପରେ ବାପା ନନ୍ଦକିଶୋର ପୁଲିସ ସମ୍ମୁଖରେ ନିଜର ଦୋଷ ସ୍ବୀକାର କରି କହିଥିଲେ, ‘ଝିଅ ତାର ଇଚ୍ଛାରେ ବିବାହ କରିବାକୁ ଚାହୁଁଥିଲା କିନ୍ତୁ ମୁଁ ତାର ପ୍ରସ୍ତାବରେ ରାଜି ନଥିଲି। ସେ ଜିଦ କରିବାରୁ ମୁଁ ତାକୁ ଜୀବନରୁ ମାରିଦେଲି।’



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button