ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ସନ୍ଦେଶଖାଲିରେ ତୃଣମୂଳ କଂଗ୍ରେସ କର୍ମୀ ଗିରଫ – Kalinga News

[ad_1]
କୋଲକାତା: ପଶ୍ଚିମବଙ୍ଗର ସନ୍ଦେଶଖାଲି ଅଞ୍ଚଳରେ ଜନୈକା ନାବାଳିକାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଜଣେ ତୃଣମୂଳ କଂଗ୍ରେସ (ଟିଏମ୍ସି) କର୍ମୀଙ୍କୁ ଗିରଫ କରାଯାଇଛି।

Sambad is now on WhatsApp
Join and get latest news updates delivered to you via WhatsApp
ନାବାଳିକାଙ୍କ ମା’ଙ୍କ ଅଭିଯୋଗ ଅନୁଯାୟୀ, ରାତିରେ ଅଭିଯୁକ୍ତମାନେ କୌଣସି ପ୍ରକାରେ ତାଙ୍କ ଘରେ ପଶି ନାବାଳିକାଙ୍କୁ ଅସଦାଚରଣ କରିଥିଲେ।
କୋଲକାତାଠାରୁ ପ୍ରାୟ କିଲୋମିଟର ଦୂର ସୁନ୍ଦରବନ ସୀମାରେ ଅବସ୍ଥିତ ନଦୀକୂଳବର୍ତ୍ତୀ ସନ୍ଦେଶଖାଲି ଅଞ୍ଚଳରେ ଗତ ଫେବ୍ରୁଆରି ମାସରେ ବର୍ତ୍ତମାନ ଗିରଫ ହୋଇଥିବା ତୃଣମୂଳ କଂଗ୍ରେସ ନେତା ଶାଜାହାନ ଶେଖ୍ ଏବଂ ତାଙ୍କ ସମର୍ଥକଙ୍କ ବିରୋଧରେ ଯୌନ ନିର୍ଯାତନା ଏବଂ ଜମି ହଡ଼ପ ଅଭିଯୋଗକୁ ନେଇ ବିକ୍ଷୋଭ ଆରମ୍ଭ ହୋଇଥିଲା।
ଅଭିଯୋଗ ଅନୁଯାୟୀ ଅଷ୍ଟମ ଶ୍ରେଣୀରେ ପଢୁଥିବା ନାବାଳିକା ଜଣକ ପରିବାର ସଦସ୍ୟ ଓ ପଡ଼ୋଶୀମାନେ ବାହାରକୁ ଆସି ଯିବାରୁ ଅଭିଯୁକ୍ତ ଜଣକ ଖସି ପଳାଇବାରେ ସକ୍ଷମ ହୋଇଥିଲା। ସେତେବେଳକୁ ପୀଡ଼ିତା ଜଣକ ସାହାଯ୍ୟ ପାଇଁ ଚିତ୍କାର କରିବା ଆରମ୍ଭ କରିଥିଲେ।
ବସିରହାଟ ପୁଲିସ ଜିଲ୍ଲାର ଜଣେ ଅଧିକାରୀ କହିଛନ୍ତି ଯେ ଏହି ମାମଲାରେ ଗିରଫ ହୋଇଥିବା ୨୦ ବର୍ଷୀୟ ସଂପୃକ୍ତ ଅଭିଯୁକ୍ତଙ୍କୁ ଏବେ ପଚରାଉଚରା କରାଯାଉଛି। ନାବାଳିକାର ଡାକ୍ତରୀ ମାଇନା କରାଯାଇଥିବା ବେଳେ ରିପୋର୍ଟକୁ ଅପେକ୍ଷା କରାଯାଇଛି ବୋଲି ସେ କହିଛନ୍ତି।
[ad_2]