ମୁମ୍ବାଇରେ ଚିକେନ ସ୍ବର୍ମା ଖାଇ ୧୨ ଜଣ ଅସୁସ୍ଥ – Kalinga News

[ad_1]
ମୁମ୍ବାଇ: ମୁମ୍ବାଇର ଗୋରେଗାଓଁ ଅଞ୍ଚଳରେ ଏକ ଆମିଷ ଖାଦ୍ୟ ଦୋକାନରେ ଖାଦ୍ୟ ଖାଇବା ପରେ ୧୨ ଜଣ ଅସୁସ୍ଥ ହୋଇଛନ୍ତି। ଅସୁସ୍ଥମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଖାଦ୍ୟରେ ବିଷାକ୍ତ ଦ୍ରବ୍ୟ ଥିବା ସନ୍ଦେହ କରାଯାଉଛି। ଏକ ଚିକେନ୍ ସ୍ବରମା ଦୋକାନରେ ଚିକେନ ଖାଇ ଲୋକମାନେ ଅସୁସ୍ଥ ହୋଇଥିବା ରବିବାର ନାଗରିକ ଅଧିକାରୀ ସୂଚନା ଦେଇଛନ୍ତି।
ତେବେ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିବା ୧୨ ଜଣ ଆହତଙ୍କ ମଧ୍ୟରୁ ୯ ଜଣଙ୍କୁ ଡିସଚାର୍ଜ କରାଯାଇଥିବା ବେଳେ ତିନି ଜଣ ଏବେ ବି ଅସୁସ୍ଥ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।
ଶୁକ୍ରବାର ଦିନ ଗୋରେଗାଓଁ (ପୂର୍ବ) ର ସନ୍ତୋଷ ନଗର ଅଞ୍ଚଳର ସାଟେଲାଇଟ୍ ଟାୱାରରେ ଚିକେନ୍ ସ୍ବରମା ଖାଇବା ପରେ ଏହି ଘଟଣା ଘଟିଥିବା ସେ କହିଛନ୍ତି। ଶୁକ୍ରବାର ଦିନ ଏବଂ ଶନିବାର ଦିନ ଖାଦ୍ୟ ବିଷାକ୍ତ ହୋଇ ଯାଇଥିବା ୧୨ ଜଣ ଲୋକ ଅଭିଯୋଗ କରିଥିଲେ। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ନଅ ଜଣଙ୍କୁ ଡିସଚାର୍ଜ ହୋଇଥିବା ବେଳେ ଅନ୍ୟ ତିନିଜଣ ଚିକିତ୍ସିତ ହେଉଛନ୍ତି ବୋଲି ବ୍ରିହାନମ୍ବାଇ ମ୍ୟୁନିସିପାଲ କର୍ପୋରେସନ (ବିଏମସି) ଅଧିକାରୀ କହିଛନ୍ତି।
[ad_2]




