ଚା ଦୋକାନକୁ ମାଡ଼ିଗଲା ଟ୍ରକ୍: ଦୋକାନୀ ମୃତ, ୪ ଆହତ, ଜଣେ ଗୁରୁତର – Kalinga News

[ad_1]
ଧରାକୋଟ: ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅଧୀନ ବାହାଡ଼ାଗୁଡ଼ା ଗ୍ରାମ ଛକରେ ଆଜି ସକାଳ ୬ଟାରେ ଏକ ଟ୍ରକ୍ ଭାରସାମ୍ୟ ହରାଇ ଚା ଦୋକାନ ଉପରକୁ ମାଡ଼ିଯିବାରୁ ଦୋକାନୀ ପ୍ରାଣ ହରାଇଛନ୍ତି। ୪ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ଅଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ, ବାହାଡ଼ାଗୁଡ଼ା ଗ୍ରାମର ମହେନ୍ଦ୍ର ବିଷୋୟୀ (୪୮)ଙ୍କ ଚା’ ଦୋକାନ ନିକଟ ମଣ୍ଡପରେ କିଛି ଗ୍ରାହକ ବସିଥିଲେ। ଏହି ସମୟରେ ହଠାତ୍ ଆସିକା ପଟୁ ଏକ ଟ୍ରକ୍ ଦ୍ରୁତ ଗତିରେ ଆସି ଦୋକାନ ଓ ମଣ୍ଡପ ଉପରକୁ ମାଡ଼ିଯାଇଥିଲା। ଫଳରେ ଦୋକାନୀ ମହେନ୍ଦ୍ର ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀମାନେ ଆହତ କାମେଶ୍ବର ସେଠୀ, ବୃନ୍ଦାବନ ସ୍ବାଇଁ, ଲକ୍ଷ୍ମଣ ଗୌଡ଼, କାଳୁ ପ୍ରଧାନ ଓ ମୁରଲୀ ଗୌଡ଼ଙ୍କୁ ଉଦ୍ଧାର କରି ସଂଗେସଂଗେ ଆସିକା ଉପଖଣ୍ଡ ଡାକ୍ତରଖାନାକୁ ଆଣିଥିଲେ। କାମେଶ୍ବରଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ଧରାକୋଟ ଥାନାଧିକାରୀ ଶ୍ରଦ୍ଧାଞ୍ଜଳି ସଦଳବଳେ ପହଞ୍ଚି ତଦନ୍ତ କରିଥିଲେ। ଏନେଇ କେସ୍ ନମ୍ବର ୨୦୮/୨୪ରେ ମାମଲା ରୁଜୁ ସହ ଟ୍ରକ୍ ଚାଳକ ପଶ୍ଚିମବଙ୍ଗର ବିଶ୍ବଜିତ୍ ଦାସକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସେହିପରି ଟ୍ରକ୍କୁ ଜବତ କରାଯାଇଥିବା ସୂଚନା ମିଳିଛି। ମୋଟରଯାନ ନିରୀକ୍ଷକ ଘଟଣାସ୍ଥଳକୁ ଆସି ଅନୁଧ୍ୟାନ କରିଛନ୍ତି। ବାହାଡ଼ାଗୁଡ଼ା ଛକରେ ବେଆଇନ ପାର୍କିଂ ଓ ସଂକୀର୍ଣ୍ଣ ରାସ୍ତା ଯୋଗୁ ବାରମ୍ବାର ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି।
[ad_2]