ଅପରାଧ

ହେମନ୍ତ ସୋରେନଙ୍କୁ ଫେବ୍ରୁଆରି ୨୨ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇଲେ ଅଦାଲତ – Kalinga News

[ad_1]

ରାଞ୍ଚି: ଜମି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହାତରେ ଗିରଫ ହୋଇଥିବା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଫେବ୍ରୁଆରି ୨୨ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ଆଜି ପଠାଇ ଦେଇଛନ୍ତି ସ୍ୱତନ୍ତ୍ର ପିଏମ୍‌ଏଲ୍‌ଏ କୋର୍ଟ।

ଉଲ୍ଲେଖଯୋଗ୍ୟ, ଶାସକ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର କାର୍ଯ୍ୟକାରୀ ସଭାପତି ହେମନ୍ତ ସୋରେନ୍‌ ଗିରଫ ହେବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହେପାଜତରେ ଥିଲେ।

ଆଜି ହେମନ୍ତ ସୋରେନଙ୍କୁ ଇଡି ପକ୍ଷରୁ ସ୍ୱତନ୍ତ୍ର ପିଏମଏଲଏ କୋର୍ଟରେ ହାଜର କରାଯିବା ପରେ ତାଙ୍କୁ ଫେବ୍ରୁଆରି ୨୨ ତାରଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଆମେ ତାଙ୍କ ପାଇଁ ଜାମିନ ଆବେଦନ କରିବୁ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପକ୍ଷରୁ ଆଡଭୋକେଟ ରାଜୀବ ରଞ୍ଜନ କହିଛନ୍ତି।

ଅଦାଲତଙ୍କ ନିର୍ଦ୍ଦେଶ ପରେ ସୋରେନଙ୍କୁ କୋର୍ଟରୁ ରାଞ୍ଚିର ହୋତୱାରସ୍ଥିତ ବିର୍ସା ମୁଣ୍ଡା ସେଣ୍ଟ୍ରାଲ ଜେଲକୁ ନିଆଯାଇଛି।

ଉଲ୍ଲେଖଯୋଗ୍ୟ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜମି ଦୁର୍ନୀତି ମାମଲାରେ ଜାନୁଆରି ୩୧ ତାରିଖରେ ହେମନ୍ତ ସୋରେନ୍‌ଙ୍କୁ ଗିରଫ କରିଥିଲା।

ଫେବ୍ରୁଆରି ୨ ତାରିଖରେ ସ୍ୱତନ୍ତ୍ର ଅଦାଲତ ସୋରେନଙ୍କୁ ୫ ଦିନିଆ ଇଡି ହେପାଜତ ମଞ୍ଜୁର କରିବା ସହ ପରବର୍ତ୍ତୀ ସମୟରେ ଏହାକୁ ସମୁଦାୟ ୭ ଦିନ ପାଇଁ ଦୁଇ ଥର ବୃଦ୍ଧି କରିଥିଲେ। ଇଡି ହାଜତରେ ରିମାଣ୍ଡରେ ଥିବା କାଳରେ ହେମନ୍ତ ସୋରେନ୍‌ ତଦନ୍ତରେ ଇଡିର ତଦନ୍ତକାରୀ ଅଧିକାରୀଙ୍କୁ ଆଦୌ ସହଯୋଗ କରୁ ନଥିବା ନେଇ ସ୍ୱତନ୍ତ୍ର ପିଏମ୍‌ଏଲ୍‌ଏ କୋର୍ଟଙ୍କ ନିକଟରେ ଅଭିଯୋଗ କରିଥିଲା ଇଡି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button