ଖେଳ ଖବର

ଗୋପନୀୟତାରୁ ପରଦା ଉଠାଇଲେ ନୀରଜ: ୨୦୧୬‌ର ୮୬.୪୮ ମିଟର ସବୁଠୁ ସନ୍ତୋଷଜନକ – Kalinga News

[ad_1]

ଏସୀୟ କ୍ରୀଡ଼ା ବେଳେ ‘ଶିବ ତାଣ୍ଡବ’ ସଂଗୀତ ଶୁଣୁଥିଲେ

ନୂଆଦିଲ୍ଲୀ: ଭାରତର ଜାଭଲିନ୍‌ ତାରକା ତଥା ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ତାଙ୍କ ଜୀବନରେ ଏପର୍ଯ୍ୟନ୍ତ ମାତ୍ର ଗୋଟିଏ ଥ୍ରୋରୁ ଆତ୍ମସନ୍ତୋଷ ପାଇଛନ୍ତି। ଭାରତୀୟ କ୍ରିକେଟର୍‌ ଦୀନେଶ କାର୍ତ୍ତିକଙ୍କ ସହିତ ଏକ ବାର୍ତ୍ତାଳାପ କାର୍ଯ୍ୟକ୍ରମ ସମୟରେ ନୀରଜ ଏହି‌ ଗୋପନୀୟ କଥାର ଉନ୍ମୋଚନ କରିଛନ୍ତି। ୨୦୧୬ରେ ୨୦ ବର୍ଷରୁ କମ୍‌ ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାରେ ନୀରଜ ଫିଙ୍ଗିଥିବା ୮୬.୪୮ ମିଟର ଥ୍ରୋ’ରେ ସେ ଅଧିକ ଆତ୍ମସନ୍ତୋଷ ପାଇଛନ୍ତି। ତେଣୁ ଏହି ଥ୍ରୋକୁ ସେ ‘ସ୍ବତନ୍ତ୍ର’ ଆଖ୍ୟା ଦେଇଛନ୍ତି। ଏହାପରଠୁ ସେ କୌଣସି ଥ୍ରୋରେ ସନ୍ତୁଷ୍ଟ ହୋଇପାରି ନାହାନ୍ତି। କ୍ରୀଡ଼ା ଜୀବନର ଶୀର୍ଷ ସ୍ଥାନରେ ସେ ଏବେବି ପହଞ୍ଚି ନଥିବା ମଧ୍ୟ କହିଛନ୍ତି। ସେ ଅନେକ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଓ ଏକାଧିକ ପ୍ରତିଯୋଗିତାରେ ବିଜେତା ହୋଇଛନ୍ତି, ତଥାପି ୨୦୧୬ ପରଠୁ ସେ ନିଜର ଆତ୍ମସନ୍ତୋଷ ପ୍ରଦର୍ଶନ ଦେଇପାରି ନାହାନ୍ତି। ସୂଚନାଯୋଗ୍ୟ, ନୀରଜ ୨୦୨୨ ଜୁନ୍‌ରେ ଷ୍ଟକ୍‌ହୋମ୍‌ ଡାଏମଣ୍ଡ ଲିଗ୍‌ରେ ତାଙ୍କ କ୍ୟାରିୟରର ଶ୍ରେଷ୍ଠ ୮୯.୯୪ ମିଟର ଜାଭଲିନ୍‌ ଫିଙ୍ଗିଥିଲେ। ଏହାପରଠୁ ସେ ୯୦ ମିଟର ଅତିକ୍ରମ କରିବାକୁ ସ୍ବପ୍ନ ଦେଖୁଛନ୍ତି।

କାର୍ତ୍ତିକଙ୍କ ସହ ଏହି ଆଲୋଚନା ସମୟରେ ଆଉ ଏକ ଗୋପନୀୟତା ଉପରୁ ପରଦା ହଟାଇ ନୀରଜ ଉଚ୍ଚ ସ୍ବରର ସଂଗୀତ ଶୁଣିବାକୁ ପସନ୍ଦ କରୁଥିବା କହିଛନ୍ତି। ଏସୀୟ କ୍ରୀଡ଼ା ସମୟରେ ସେ ‘ଶିବ ତାଣ୍ଡବ’ ଶୁଣୁଥିଲେ, ଯାହାକି ତାଙ୍କୁ ଦେହରେ ଅଧିକ ଜୋସ୍‌ ଭରିଦେଉଥିଲା। ସେ କହିଛନ୍ତି, ତାଙ୍କର ସେମିତି କିଛି ନିର୍ଦ୍ଦିଷ୍ଟ ପସନ୍ଦିତା ସଂଗୀତ ନାହିଁ। କିନ୍ତୁ ଇଭେଣ୍ଟ ସମୟରେ ସେ ଉଚ୍ଚ ସ୍ବରର ସଂଗୀତ ଶୁଣିବାକୁ ପସନ୍ଦ କରିଥାନ୍ତି। କାରଣ ଅନ୍ୟ ସମୟରେ ସେ ସ୍ବଭାବିକ ଥା’ନ୍ତି। କିନ୍ତୁ ପ୍ରତିଯୋଗିତା ସମୟରେ ସେ ଅଧିକ ଉତ୍ତେଜିତ ହୋଇଯାଇଥାନ୍ତି ବୋଲି ‌ନୀରଜ କହିଛନ୍ତି। ନୀରଜଙ୍କ ସହିତ ଓଡ଼ିଆ ପୁଅ କିଶୋର କୁମାର ଜେନା ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। କିନ୍ତୁ ଏହା ପୂର୍ବରୁ କୌଣସି ପ୍ରକାରର ଆହତ ସମସ୍ୟାକୁ ଏଡ଼ାଇବା ପାଇଁ ସେ ଚେକ୍‌ ରିପ୍ଲବିକ୍‌ରେ ହେବାକୁ ଥିବା ଓସ୍ତ୍ରାଭା ଗୋଲ୍ଡେନ୍‌ ସ୍ପାଇକ୍‌ ଚାମ୍ପିଅନ୍‌ସିପ୍‌ରୁ ଓହରିଯାଇଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button