ଚତୁର୍ଥ ମହଲାରୁ ତଳକୁ ଖସିପଡ଼ି ଡାକ୍ତରୀଛାତ୍ରୀଙ୍କ ମୃତ୍ୟୁ – Kalinga News

[ad_1]
ନୂଆଦିଲ୍ଲୀ: କାନପୁର ମେଡିକାଲ କଲେଜରୁ ଏମବିବିଏସ ପାସ କରିଥିବା ଜଣେ ଛାତ୍ରୀ ଗତ ବୁଧବାର ରାତିରେ ସନ୍ଦିଗ୍ଧ ଅବସ୍ଥାରେ ଚତୁର୍ଥ ମହଲା କୋଠାରୁ ତଳକୁ ପଡ଼ିଯାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ପରିବାରଲୋକ ଝିଅକୁ କେହି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ବରେଲିରେ ବସବାସ କରୁଥିବା ଦୀକ୍ଷା ତିୱାରୀ କାନପୁର ମେଡିକାଲ କାଲଜରେ ଏମବିବିଏସ ପାଠପଢ଼ିଛନ୍ତି। ସେ ୨୦୧୮-୨୦୨୨ ବ୍ୟାଚର ଛାତ୍ରୀ ଅଟନ୍ତି। ମୃତ ଛାତ୍ରୀଙ୍କ ମେରଠରେ ପୋଷ୍ଟିଂ ବି ହୋଇଯାଇଥିଲା।
ଗତବୁଧବାର ରାତିରେ ସେ ତାଙ୍କ ଦୁଇଜଣ ସାଙ୍ଗ ହିମାଂଶୁ ଓ ମୟଙ୍କଙ୍କ ସହିତ ଏକ ରେସ୍ତୋରାଁରେ ପାର୍ଟି କରିଥିଲେ। ଏହାପରେ ମେଡିକାଲ କଲେଜର ଅଡିଟୋରିୟମର କୋଠାର ଚତୁର୍ଥ ମହଲାରେ ପହଞ୍ଚି ଯାଇଥିଲେ। ଏହାପରେ ସେ ସେଠାରୁ ସନ୍ଦିଗ୍ଧ ଅବସ୍ଥାରେ ତଳକୁ ପଡ଼ିଯାଇଥିଲେ। ଆଉ ଘଟଣାସ୍ଥଳରେ ହିଁ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା।
ସୁରକ୍ଷା ଦାୟିତ୍ବରେ ଥିବା କର୍ମଚାରୀ ଏହି ଘଟଣା ସମ୍ପର୍କରେ ପୁଲିସରେ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।
ମୃତ ଛାତ୍ରୀଙ୍କ ବାପ କହିଛନ୍ତି, ମୋ ଝିଅକୁ ଜୋରଜବରଦସ୍ତ ଛାତରୁ ତଳକୁ ଠେଲି ଦିଆଯାଇଛି। ତାକୁ ଯୋଜନା କରି ହତ୍ୟା କରାଯାଇଛି। ମୋ ଝିଅକୁ ହତ୍ୟା କରିଥିବା ଦୋଷୀକୁ କଡ଼ାରୁ କଡ଼ା ଦଣ୍ଡ ଦିଆଯାଉ।
ଏହି ଘଟଣାକୁ ନେଇ ପୁଲିସ କମିସନର ହରିଶ୍ଚନ୍ଦ କହିଛନ୍ତି କଲେଜ ପ୍ରଶାସନ କହୁଛି, ଦୀକ୍ଷା ତିୱାରୀ ତାଙ୍କ କଲେଜର ଛାତ୍ରୀ ନଥିଲାଲେ। ସେ ୨୦୧୮ ବ୍ୟାଚର ଥିବା ବେଳେ ୨୦୨୩ରେ ଏମବିବିଏସ ଶେଷ ହେବା ପରେ ସେ ଉକ୍ତ କଲେଜରେ ଇଣ୍ଟର୍ନସିପ କରୁଥିଲେ। ତେବେ ବିଳମ୍ବିତ ରାତି ଦୀକ୍ଷା ତିୱାରୀ ତାଙ୍କ ସାଙ୍ଗ ସହିତ ଛାତକୁ କାହିଁକି ଯାଇଥିଲେ ସେ ଦିଗରେ ପୁଲିସ ତଦନ୍ତ କରୁଛି।
[ad_2]