କଙ୍ଗନାଙ୍କୁ ଚାପୁଡ଼ା ଘଟଣାରେ ମୁହଁ ଖୋଲି କରଣ ଦେଲେ ଏଭଳି ପ୍ରତିକ୍ରିୟା – Kalinga News

[ad_1]
ନୂଆଦିଲ୍ଲୀ: ସିନେମା ‘କିଲ’ ର ସାମ୍ବାଦିକ ସମ୍ମିଳନୀରେ କରଣ ଜୋହର ସିଆଇଏସଏଫ ଯବାନ କଙ୍ଗନା ରାଣାୱତଙ୍କୁ ଚାପୁଡ଼ା ମାରିବା ଘଟଣାକୁ ନେଇ ନିଜର ନୀରବତା ଭାଙ୍ଗିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ସିଆଇଏସଏଫ ଯବାନ କଙ୍ଗନା ରାଣାୱତଙ୍କୁ ଚାପୁଡ଼ା ମାରିବା ଘଟଣାକୁ ନେଇ ପଚାରିଥିବା ପ୍ରଶ୍ନର ଉତ୍ତର ଦେଇ କରଣ ଜୋହର କହିଛନ୍ତି,‘ ମୁଁ କୌଣସି ପ୍ରକାର ହିଂସାକୁ ମୌଖିକ ବା ଶାରୀରିକ ଭାବେ ସମର୍ଥନ କରେ ନାହିଁ।’
#WATCH | Mumbai: On Kangana Ranaut slapped by CISF woman constable, filmmaker Karan Johar says, “I do not support or condone any form of violence, verbal or physical.” pic.twitter.com/WAiSHneYZx
— ANI (@ANI) June 12, 2024
ଏହାପୂର୍ବରୁ କଙ୍ଗନା ରାଣାୱତ ଚାପୁଡ଼ା ଘଟଣାକୁ ନେଇ ବଲିଉଡର ନୀରବତାକୁ ଟାର୍ଗେଟ କରିଥିଲେ। ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଲେଖିଥିଲେ, “ପ୍ରିୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି, ଆପଣ ସମସ୍ତେ ଏହି ଘଟଣାକୁ ନେଇ ଉତ୍ସାହିତ ଅଛନ୍ତି। ସେଥିପାଇଁ ତ ନୀରବ ରହିଛନ୍ତି।
ମନେରଖନ୍ତୁ ଯଦି ଆସନ୍ତାକାଲି ଆପଣ କୌଣସି ରାସ୍ତାରେ ଯାଉଛନ୍ତି ଆଉ ଏପରି ଘଟଣା ଆପଣଙ୍କ ପରିବାରର କୌଣସି ସଦସ୍ୟଙ୍କ ସହ ଘଟିବ ତେବେ କ’ଣ କରିବେ।
ଉଲ୍ଲେଖଯୋଗ୍ୟ, ହିମାଞ୍ଚଳ ପ୍ରଦେଶର ମଣ୍ଡିରୁ ବଲିଉଡ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରାଣାୱତ ଦିଲ୍ଲୀ ଯିବାବେଳେ ଚଣ୍ଡିଗଡ଼ ବିମାନବନ୍ଦରରେ ତାଙ୍କୁ ଜଣେ ସିଆଇଏସଏଫ ମହିଳା ଯବାନ ଚାପୁଡ଼ା ମାରିଥିଲେ। ଚାପୁଡ଼ା ମାରିଥିବା ମହିଳା ଯବାନଙ୍କ ନାମ କୁଲବିନ୍ଦର କୌର।
କୁଲବିନ୍ଦର କୌର କୃଷକ ଆନ୍ଦୋଳନ ସମୟରେ ପଞ୍ଜାବର ମହିଳାମାନଙ୍କ ବିଷୟରେ କଙ୍ଗନା ଦେଇଥିବା ବିବାଦୀୟ ବିବୃତିକୁ ନେଇ ଅସନ୍ତୋଷ ଥିଲେ। ହଠାତ କଙ୍ଗନାଙ୍କୁ ଯେତେବେଳେ ବିମାନବନ୍ଦରରେ ଦେଖିଲେ ନିଜ ରାଗ ଉପରେ ନିୟନ୍ତ୍ରଣ ରକ୍ଷା କରି ନପାରି ଚାପୁଡ଼ା ମାରି ଦେଇଥିଲେ ବୋଲି ପ୍ରତିକ୍ରିୟା ଦେଇ କହିଥିଲେ।
[ad_2]