ଅପରାଧ

ପୋର୍ସେ ପରେ କାଳ ହେଲା ବିଏମ୍‌ଡବ୍ଲୁ: ବଡ଼ ଗାଡ଼ି ଧକ୍କାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ – Kalinga News

[ad_1]

ମୋହଲି: ପୁ‌ଣି ଏକ ବଡ଼ ଗାଡ଼ି ଧକ୍କାରେ ଚାଲିଗଲା ଆଉ ଏକ ନୀରିହ ଜୀବନ। ପୁଣେର ପୋର୍ସେ କାର୍‌ ଦୁର୍ଘଟଣା ମାମଲା ମନରୁ ଲିଭିନଥିବା ବେଳେ ପଞ୍ଜାବର ମୋହଲିଠା‌ରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି।

ମୋହାଲିଠାରେ ଦ୍ରୁତ ଗତିରେ ଆସୁଥିବା ଏକ ବିଏମଡବ୍ଲୁ କାର୍‌ ଏକ ବାଇକୁ ଧକ୍କା ଦେବାରୁ ବାଇକ୍‌ ଆରୋହୀଙ୍କ ଜୀବନ ଯାଇଛି। ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଏହି ଦୁର୍ଘଟଣାରେ ଆହତ ହୋଇଥିବା ଅନ୍ୟ ଦୁଇଜଣ ଏବେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ତେବେ ଏହି ବିଳାସପୂର୍ଣ୍ଣ କାରକୁ ଚଳାଉଥିବା ଡ୍ରାଇଭର ଘଟଣା ଘଟାଇବା ପରେ ନିଖୋଜ ଅଛନ୍ତି। ରାତିରେ ଏହି ଦୁର୍ଘଟଣା ପରେ ପୀଡିତଙ୍କ ପରିବାର ସଦସ୍ୟ ପଟିଆଲା ରାଜପଥକୁ ଅବରୋଧ କରିଥିଲେ।

ବିଶେଷକରି ପୁଣେ ପୋର୍ସେ କାର୍‌ ଘଟଣା ପରେ ଏହି ଘଟଣା ଏବେ ସଭିଙ୍କ ଚିନ୍ତା ବଢ଼ାଇଛି। ମଦ୍ୟପାନ କରି ସ୍ବଳ୍ପ ବୟସର ପିଲମାନେ ଯେଉଁଭଳି ଭାବେ ଗାଡ଼ି ଚଳାଉଛନ୍ତି ତାହା ଚିନ୍ତାର କାରଣ ହୋଇଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button