‘ନିଟ୍’ ପରୀକ୍ଷା ବିବାଦ : ଗ୍ରେସ ମାର୍କ ରଦ୍ଦ,୨୩ରେ ପୁନଃ ପରୀକ୍ଷା – Kalinga News

[ad_1]
ନୂଆଦିଲ୍ଲୀ : NEET UG ପରୀକ୍ଷାରେ ଅନିୟମିତତାକୁ ନେଇ ସାରା ଦେଶରେ ବିବାଦ ଉଗ୍ରରୂପ ଧାରଣ କରିଛି I ନିଟ୍ ପରୀକ୍ଷାଫଳ ଆସିବା ପରେ ଏହି ବିବାଦ ଦେଖାଦେଇଛି । ଫଳରେ ଗ୍ରେସ ମାର୍କ ପାଇଥିବା ଛାତ୍ରଛାତ୍ରୀମାନେ ପୁଣି ଥରେ ପରୀକ୍ଷା ଦେବେ I ପୁଣି ଥରେ ପରୀକ୍ଷା କରାଇବାକୁ ନେସନାଲ ଟେଷ୍ଟିନଂ ଏଜେନ୍ସି (NTA ) ପ୍ରସ୍ତାବ ଦେଇଛି I ଜୁନ ୨୩ ରେ ପରୀକ୍ଷା ହେବାକୁଥିବାବେଳେ ୩୦ ତାରିଖରେ ଫଳାଫଳ ଘୋଷଣା କରାଯିବ I ଏଥିପାଇଁ ୧୫୬୩ ଜଣ ଛାତ୍ରଛାତ୍ରୀ ପୁନର୍ବାର ପରୀକ୍ଷା ଦେବେ I ତେବେ ୬ ଜୁଲାଇରେ ହେବାକୁ ଥିବା କାଉନ୍ସେଲିଂ ଉପରେ ରୋକ୍ ଲଗାଇବାକୁ ମନା କରି ଦେଇଛନ୍ତି ସୁପ୍ରିମକୋର୍ଟ।
ସୂଚନାନୁସାରେ,ମେ ୫ ତାରିଖରେ ହୋଇଥିଲା ନିଟ ପରୀକ୍ଷା ଏବଂ ଜୁନ ୪ ତାରିଖରେ ଏହାର ଫଳ ପ୍ରକାଶ ପାଇଥିଲା I ଏହା ପରଠାରୁ ସାରା ଦେଶରେ ଦେଖାଦେଇଥିଲା ବିବାଦ I କାରଣ ଗୋଟିଏ ପରୀକ୍ଷା କେନ୍ଦ୍ରର ୬୭ ଜଣ ଛାତ୍ରଛାତ୍ରୀଙ୍କୁ ପୂରା ୭୨୦ ନମ୍ବର ମିଳିଥିଲା, ଯାହାକୁ ନେଇ ଦେଶର ବିଭିନ୍ନ ପ୍ରାନ୍ତରୁ ଅଭିଯୋଗ ଆସିଥିଲା। ପରେ ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ଦେଶର ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀମାନେ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ଆଣି ବିରୋଧ ପ୍ରଦର୍ଶନ କରିଥିଲେ। ଏପରିକି ଏହି ପରୀକ୍ଷାକୁ ରଦ୍ଦ କରିବାକୁ ଦାବି କରିଥିଲେ। ପରୀକ୍ଷାଫଳରେ ହେରଫେର ହୋଇଥିବା ଅଭିଯୋଗ ଆଣିଥିଲେ ଛାତ୍ରଛାତ୍ରୀ। ଗ୍ରେସ୍ ନମ୍ବର ଦେବାରେ ମନମାନୀ ହୋଇଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଥିଲେ।
ଗୁରୁବାର ଦିନ ଏନ୍ଟିଏ ଅଦାଲତରେ କହିଥିଲା କି ୧୫୬୩ରୁ ଅଧିକ ନିଟ୍ ୟୁଜି-୨୦୨୪ ଛାତ୍ରଛାତ୍ରୀଙ୍କ ଫଳାଫଳକୁ ପୁନମୂଲ୍ୟାଙ୍କନ କରିବାକୁ ଏକ କମିଟି ଗଠନ କରାଯାଇ ସେମାନଙ୍କୁ ‘ଗ୍ରେସ୍ ମାର୍କ’ ପ୍ରଦାନ କରାଯାଇଥିଲା। ପରୀକ୍ଷାରେ ପାଇଁ ସମୟ ନଷ୍ଟ ହୋଇଥିବା କାରଣରୁ ଏହି ମାର୍କ ଦିଆଯାଇଥିଲା। ଏବେ ଅଦାଲତ ସେ ‘ଗ୍ରେସ୍ ମାର୍କ’କୁ ରଦ୍ଦ କରିଛନ୍ତି। ଯେଉଁ ଛାତ୍ରଛାତ୍ରୀମାନେ ଏଥିରେ ପ୍ରଭାବିତ ହୋଇଛନ୍ତି ସେମାନେ ଜୁନ୍ ୨୩ ତାରିଖରେ ଆଉ ଥରେ ପରୀକ୍ଷା ଦେବେ ଓ ସେମାନଙ୍କ ଫଳାଫଳ ଜୁନ୍ ୩୦ ପୂର୍ବରୁ ଘୋଷଣା ହେବ ବୋଲି ଶୁଣାଣି ହୋଇଛି।
ଅନ୍ୟପକ୍ଷେ ନିଟ୍-ୟୁଜି ବିବାଦ ପ୍ରସଙ୍ଗରେ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ପ୍ରଶ୍ନପତ୍ର ଲିକ୍ ଅଭିଯୋଗରେ ପରୀକ୍ଷା ରଦ୍ଦ ସହ କାଉନସେଲିଂ ବନ୍ଦ କରିବାକୁ ସୁପ୍ରିମକୋର୍ଟରେ ପିଟିସନ୍ ଦାଖଲ ହୋଇଥିଲା। ଏହାର ଶୁଣାଣି କରି କାଉନସେଲିଂ ଓ ପରୀକ୍ଷା ରଦ୍ଦ କରିବାକୁ ମନା କରି ଦେଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ। ଏହାସହ ଏନଟିଏକୁ ନୋଟିସ୍ ମଧ୍ୟ ଜାରି କରି ଜବାବ ମାଗିଥିଲେ ସୁପ୍ରିମକୋର୍ଟ।
[ad_2]