ଅପରାଧ
ଅବକାରୀ ବିଭାଗର ଚଢ଼ାଉ: ବିପୁଳ ପରିମାଣରେ ଦେଶୀ ମଦ ଓ ପୋଚ ଜବତ, ୩ ଗିରଫ – Kalinga News

[ad_1]
ବୈପାରୀଗୁଡା: କୋରାପୁଟ ଜିଲ୍ଲା ବୈପାରୀଗୁଡାର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଚଢ଼ାଉ ସମୟରେ ବିପୁଳ ପରିମାଣର ଦେଶୀ ମଦ ଜବତ ହୋଇଛି। ଏହା ସହ ବେଆଇନ ମଦ କାରବାର ଅଭିଯୋଗରେ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଅବକାରୀ କମିଶନର ନରସିଂହ ଭୋଳ ଏବଂ ଡେପୁଟି କମିଶନର ଡମ୍ବୁରୁଧର ଗଣ୍ଡଙ୍କ ନିର୍ଦ୍ଦେଶ କ୍ରମେ ବୈପାରୀଗୁଡା ବ୍ଲକର ଦଣ୍ଡାବାଡ଼ି, ଡ଼ିରାମଗିରି, ରିକାଉଡିଆଡି ଗୁଡା ଆଦି ସ୍ଥାନରେ ଚଢ଼ାଉ କରାଯାଇଛି।
ବେଆଇନ ଭାବେ ରଖାଯାଇଥିବା ଶହେ ଲିଟର ଦେଶୀ ମଦ ସହ ୨ ହଜାର ପାଞ୍ଚ ଶହ ଲିଟର ପୋଚ ନଷ୍ଟ କରାଯାଇଛି। ଗିରଫ ୩ ଅଭିଯୁକ୍ତଙ୍କୁ କୋର୍ଟ
ଚାଲାଣ କରାଯାଇଛି ବୋଲି ଜୟପୁର ଅବକାରୀ ଗୁଇନ୍ଦା ବିଭାଗର ଓଆଇସି ରଶ୍ମୀ ରଞ୍ଜନ ନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
[ad_2]




