ୱାଟର ପାର୍କରେ ସ୍ଲାଇଡରେ ଗଲା ୨୫ ବର୍ଷୀୟ ଯୁବକଙ୍କ ଜୀବନ – Kalinga News

[ad_1]
ନୋଏଡା: ନୋଏଡାସ୍ଥିତ ଏକ ମଲ୍ ପରିସରରେ ଥିବା ଏକ ୱାଟର ପାର୍କରେ ସ୍ଲାଇଡର ମଜା ନେବା ବେଳେ ଜଣେ ୨୫ ବର୍ଷିୟ ଯୁବକଙ୍କର ମୃତ୍ୟୁ ଘଟିଛି ବୋଲି ସ୍ଥାନୀୟ ପୁଲିସ୍ ସୂତ୍ରରୁ ଜାଣିବାକୁ ମିଳିଛି।

Sambad is now on WhatsApp
Join and get latest news updates delivered to you via WhatsApp
ଧନଞ୍ଜୟ ମହେଶ୍ୱରୀ ତାଙ୍କ ଚାରିଜଣ ସାଙ୍ଗଙ୍କ ସହ ରବିବାର ଅପରାହ୍ନରେ ସେକ୍ଟର ୩୯ ପୁଲିସ ଷ୍ଟେସନ ସୀମା ଅନ୍ତର୍ଗତ ସେକ୍ଟର ୩୮ଏର ଗ୍ରେଟ ଇଣ୍ଡିଆ ପ୍ଲେସ (ଜିପି) ମଲରେ ଥିବା ମନୋରଞ୍ଜନ ସିଟି ୱାଟର ପାର୍କ ପରିଦର୍ଶନ କରିଥିଲେ। ସେଠାରେ ଏହି ଅଘଟଣ ଘଟିିଛି।
ପୁଲିସ୍ ମୁଖପାତ୍ର କହିଛନ୍ତି, “ସୁଇମିଂ ପୋଷାକ ସଂଗ୍ରହ କରିବା ଏବଂ ସେମାନେ ନିଜ ଜିନିଷ ଲକରରେ ରଖି ସିଧା ସ୍ଲାଇଡକୁ ଯାଇଥିଲେ। ସେମାନେ ଜଣେ ପରେ ଜଣେ ସେଠାରେ ପହଞ୍ଚି ସ୍ଲାଇଡ୍ କରିବା ଆରମ୍ଭ କରିଥିଲେ। ସେତେବେଳେ ମହେଶ୍ୱରୀ ହଠାତ୍ ନିଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ତାପରେ କିଛି ସମୟ ପରେ ତାଙ୍କର ମୃତ୍ୟୁ ଘଟିଥିଲା।’’
ନିଶ୍ୱାସ ନେବାରେ ଅସୁବିଧା ଅନୁଭବ କରିବା ପରେ ବିଶ୍ରାମ ନେବାକୁ ପାଣିରୁ ବାହରକୁ ପଳାଇ ଆସିଥିଲେ। କିନ୍ତୁ ଭଲ ଅନୁଭବ କରୁ ନ ଥିବାରୁ ତାଙ୍କୁ ଜିପି ମଲ୍ କର୍ତ୍ତୃପକ୍ଷ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲେ। ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ ବୋଲି ମୁଖପାତ୍ର କହିଛନ୍ତି।
ଅତିରିକ୍ତ ଡେପୁଟି କମିସନର ଅଫ୍ ପୁଲିସ୍ (ନୋଏଡା) ମନୀଷ ମିଶ୍ର କହିଛନ୍ତି ଯେ ଏହି ଘଟଣା ପରେ ମହେଶ୍ୱରୀଙ୍କ ପରିବାର ସଦସ୍ୟ ମଧ୍ୟ ନୋଏଡା ଠାରେ ପହଞ୍ଚିଥିଲେ ଏବଂ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ମହେଶ୍ୱରୀ ଦିଲ୍ଲୀର ଆଦର୍ଶ ନାଗ, ଶିବାଜୀ ରୋଡ ଏକ୍ସଟେନ୍ସନରେ ରହୁଥିଲେ।
ମୃତ୍ୟୁର କାରଣ ସମ୍ପର୍କରେ ଏଡିସିପି ମିଶ୍ର କହିଛନ୍ତି ଯେ ‘‘ଆମେ ଆଇନଗତ ପ୍ରକ୍ରିୟା ଆରମ୍ଭ କରିଛୁ ଏବଂ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଯାହା ପରେ ଏହାର କାରଣ ନିଶ୍ଚିତ ହୋଇପାରିବ।’’
[ad_2]