ପାକିସ୍ତାନର ପ୍ରଥମ ବିଜୟ – Kalinga News

[ad_1]
ନ୍ୟୁୟର୍କ: ଚଳିତ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଆମେରିକା ଓ ଭାରତ ନିକଟରୁ ପରାଜିତ ପାକିସ୍ତାନ ବିଜୟ ଖାତା ଖୋଲିଛି। ମଙ୍ଗଳବାର ଏହି ପୂର୍ବତନ ବିଜେତା ୭ ୱିକେଟ୍ରେ କାନାଡ଼ାକୁ ପରାସ୍ତ କରିଛି। ଦଳର ଦ୍ରୁତ ବୋଲରମାନେ କାନାଡ଼ାକୁ ୧୦୬ ରନ୍ରେ ରୋକିଦେବା ପରେ ମହମ୍ମଦ ରିଜୱାନଙ୍କ ଅର୍ଦ୍ଧଶତକ (୫୩ ବଲ୍ରୁ ୫୩* ରନ୍) ବଳରେ ପାକିସ୍ତାନ ଏହି ବିଜୟ ପାଇଛି। କର ବା ମର ସ୍ଥିତିରେ ଥିବା ପାକିସ୍ତାନ ଏହି ମ୍ୟାଚ୍ରେ ଟସ୍ ଜିତି କ୍ଷେତ୍ରରକ୍ଷଣ କରିବାକୁ ନିଷ୍ପତ୍ତି ନେଇଥିଲା। କାନାଡ଼ା କିନ୍ତୁ ପାୱାରପ୍ଲେ ଭିତରେ ୩୦ ରନ୍ ସଂଗ୍ରହ କରି ୨ ୱିକେଟ୍ ହରାଇବା ପରେ ଏହି ସ୍ଥିତିରୁ ବାହାରିପାରି ନଥିଲା। ଗୋଟିଏ ପଟେ ପ୍ରାରମ୍ଭିକ ବ୍ୟାଟର୍ ଆରୋନ୍ ଜନ୍ସନ୍ ସଂଗ୍ରାମୀ ବ୍ୟାଟିଂ କରୁଥିବାବେଳେ ଦଶମ ଓଭର ବେଳକୁ କାନାଡ଼ା ୫୪ ରନ୍ରେ ୫ ୱିକେଟ୍ ହରାଇଦେଇଥିଲା। ଜନ୍ସନ୍ ୪୪ ବଲ୍ରୁ ୫୨ ରନ୍ ସଂଗ୍ରହ କରି ୧୪ତମ ଓଭରରେ ଆଉଟ୍ ହୋଇଥିବାବେଳେ ଶେଷ ଭାଗରେ ଆଉ ମାତ୍ର ୨ ଜଣ ସାଦ୍ ବିନ୍ ଜାଫର (୧୦) ସଲିମ୍ ସାନା (୧୩*) ଦୁଇ ଅଙ୍କ ଛୁଇଁ ପାରିଥିଲେ। ପାକିସ୍ତାନ ପକ୍ଷରୁ ମହମ୍ମଦ ଆମିର (୪-୦-୧୩-୨) ସଫଳତମ ବୋଲର ଥିଲେ। ତାଙ୍କ ଅନ୍ୟ ୩ ଦ୍ରୁତ ବୋଲର ସାଥୀ ହାରିସ ରୌଫ (୪-୦-୨୬-୨), ସାହିନ ସାହା ଆଫ୍ରିଦି (୪-୦-୨୧-୧) ଓ ନସିମ୍ ସାହା (୪-୦-୨୪-୧) ମିଳିତ ଭାବେ ୪ ୱିକେଟ୍ ଅକ୍ତିଆର କରିଥିଲେ। ରୌଫ ଏହି ଅବସରରେ ୧୦୦ ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ ୱିକେଟ୍ ପୂରଣ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସଂକ୍ଷିପ୍ତ ସ୍କୋର: କାନାଡ଼ା ୨୦ ଓଭରରେ ୧୦୬/୭ (ଆରୋନ୍ ଜନ୍ସନ୍-୫୨, କଲିମ୍ ସାନା-୧୩*, ଅତିରିକ୍ତ-୧୩, ମହମ୍ମଦ ଆମିର-୨/୧୩, ହାରିସ୍ ରୌଫ-୨/୨୬, ସାହିନ୍ ସାହା ଆଫ୍ରିଦି-୧/୨୧, ନସିମ ସାହା-୧/୨୪)। ପାକିସ୍ତାନ ୧୭.୩ ଓଭରରେ ୧୦୭/୩ (ମହମ୍ମଦ ରିଜୱାନ-୫୩*, ବାବର ଆଜମ-୩୩, ଡିଅନ୍ ହେଲିଗର-୨/୧୮, ଜେରେମି ଗର୍ଡନ-୧/୧୭)।
[ad_2]




