ଖେଳ ଖବର

ସିଏସକେ-ଆରସିବି ଟିକେଟ କିଣିବାରେ ୩ ଲକ୍ଷ ଟଙ୍କା ହରାଇଲେ ଯୁବକ – Kalinga News

[ad_1]

ବେଙ୍ଗାଲୁରୁ: ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏହି ଶନିବାର ମୁହାଁମୁହିଁ ହେବେ। ଏହି ମ୍ୟାଚ୍ ଏଲିମିନେଟର୍ ଠାରୁ କମ୍ ନୁହେଁ, ଆଉ ଏହାକୁ ନେଇ ଆଇପିଏଲପ୍ରେମୀଙ୍କ ମଧ୍ୟରେ ଜବରଦସ୍ତ ଉତ୍ସାହ ରହିଛି | ପ୍ରାୟ ପ୍ରତ୍ୟେକ କ୍ରିକେଟ୍ ପ୍ରେମୀ ଏହି ମ୍ୟାଚ୍ ଦେଖିବା ପାଇଁ ପଡିଆକୁ ଆଗ୍ରହୀ ଥିବାବେଳେ, ସେଥିପାଇଁ ଟିକେଟ୍ ଖଣ୍ଡେ ପାଇବା ପାଇଁ ଅନେକ ପ୍ରତିଯୋଗିତା ଚାଲିଛି | ବର୍ତ୍ତମାନ ଟିକେଟ୍ କିଣିବା ପ୍ରକ୍ରିୟାରେ ଜଣେ ବ୍ୟକ୍ତି ହଜାରେ ନୁହେଁ ବରଂ ଲକ୍ଷ ଲକ୍ଷ ଟଙ୍କା ଠକାମିର ଶିକାର ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, ଟିକେଟ୍ କିଣିବାକୁ ଚେଷ୍ଟା କରୁଥିବାବେଳେ ଜଣେ ପ୍ରଶଂସକ ଏକ ଠକେଇର ଶିକାର ହୋଇଥିଲେ, ଯେଉଁଥିପାଇଁ ତାଙ୍କୁ ୩ ଲକ୍ଷ ଟଙ୍କା ହରାଇବାକୁ ପଡିଛି |

ସମର୍ଥ ନାମକ ଜଣେ ଯୁବକ ଦାବି କରିଛନ୍ତି ସେ ଏହି ଠକାମିର ଶିକାର ହୋଇଛନ୍ତି | ସମର୍ଥ ବେଙ୍ଗାଲୁରୁର ସୁଧାମା ନଗରର ବାସିନ୍ଦା | ଇନଷ୍ଟାଗ୍ରାମରେ, ସମର୍ଥ ସିଏସକେ ବନାମ ଆରସିବି ମ୍ୟାଚ୍ ପାଇଁ ଟିକେଟ କିଣିବା ପାଇଁ ଏକ ବିଜ୍ଞାପନରେ କ୍ଲିକ୍ କରିଥିଲେ | ଆଉ ଏହାପରେ ଜଣେ ବ୍ୟକ୍ତି ତାଙ୍କୁ କଲ କରି ନିଜକୁ ଆଇପିଏଲର ଜଣେ କର୍ମଚାରୀ ବୋଲି ମଧ୍ୟ କହିଥିଲେ । ଆଉ ଏହାପରେ ସମର୍ଥ ଉକ୍ତ ବ୍ୟକ୍ତିଙ୍କୁ ୨୩୦୦ ଟଙ୍କା ମୂଲ୍ୟର ୩ଟି ଟିକେଟ୍ କିଣିବା ପାଇଁ ମୋଟ ୭୯୦୦ ଟଙ୍କା ପଠାଇଥିଲେ | ଏହା ସତ୍ତ୍ୱେ ଯେତେବେଳେ ସମର୍ଥ ଇ-ଟିକେଟ୍ ପାଇନଥିଲେ, ସେ ବାରମ୍ବାର ଯୋଗାଯୋଗ କରିଥିଲେ | ତେବେ ଏହାପରେ ଉକ୍ତ ଠକ ଏକ ଲିଙ୍କ ପଠାଇ ଥିଲା | ଆଉ ସମର୍ଥ ସେଥିରେ କ୍ଲିକ କରିବା ମାତ୍ରେ ତାଙ୍କ ଆକାଉଣ୍ଟରୁ ୩ ଲକ୍ଷ ଟଙ୍କା ଉଡିଯାଇଥିଲା | ଏନେଇ ସମର୍ଥ ସାଇବର କ୍ରାଇମ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button