ଅପରାଧ

ବୈଷ୍ଣୋଦେବୀ ତୀର୍ଥଯାତ୍ରୀ ବସ୍‌ ଉପରେ ଆତଙ୍କବାଦୀ ଆକ୍ରମଣ, ୧୦ ମୃତ – Kalinga News

[ad_1]

୩୩ ଯାତ୍ରୀ ଆହତ, ଉଦ୍ଧାର କାର୍ଯ୍ୟ ଜାରି, ଆକ୍ରମଣ ପରେ ପାହାଡ଼ରୁ ଖସିଲା ବସ୍‌

ଶ୍ରୀନଗର: ଜମ୍ମୁ କାଶ୍ମୀରର ରିଏସି ଜିଲ୍ଲାରେ ଆଜି ଏକ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ଆତଙ୍କବାଦୀଙ୍କ ଆକ୍ରମଣର ଶିକାର ହେବା ପରେ ଏକ ତୀର୍ଥଯାତ୍ରୀ ବସ୍‌ ପାହାଡ଼ ତଳକୁ ଖସି ପଡ଼ିଛି। ଏଥିରେ ୧୦ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୩ ତୀର୍ଥଯାତ୍ରୀ ଆହତ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ମୃତାହତଙ୍କ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା ରହିଛି। ରିଏସି ଏସ୍‌ଏସ୍‌ପି ମୋହିତ ଶର୍ମା କହିଛନ୍ତି ଯେ ‌ ବସ୍‌ଟି ପାହାଡ଼ରୁ ତଳକୁ ଖସି ପଡ଼ିଥିବା ନେଇ ସୂଚନା ମିଳିବା ପରେ ଏକ ଅତିରିକ୍ତ ପୁଲିସ ବାହିନୀ, ସେନାବାହିନୀ ଓ ଅର୍ଦ୍ଧସାମରିକ ବଳ ଯବାନଙ୍କ ସହ ଡେପୁଟି କମିସନର ଓ ଅନ୍ୟ ଜିଲ୍ଳାସ୍ତରୀୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ବର୍ତ୍ତମାନ ସୁଦ୍ଧା ୧୦ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଅନ୍ୟ ଆହତଙ୍କୁ ନିକଟସ୍ଥ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ତେବେ ସ୍ଥାନୀୟ ଲୋକଙ୍କ କହିବାନୁସାରେ, ବସ୍‌ଟି ରାନ୍‌ସୋରୁ ପ୍ରସିଦ୍ଧ ଶୈବପୀଠ ଶିବ ଖୋରୀରୁ କତ୍ରା ସହରକୁ ଯାଉଥିଲା। କତ୍ରା ସହରଟି ତ୍ରିକୁଟ ପର୍ବତସ୍ଥିତ ବୈଷ୍ଣୋଦେବୀ ପୀଠ ରାସ୍ତାର ଏକ ରହଣୀ କେନ୍ଦ୍ର ଅଟେ। ରାଜୌରୀ ଓ ରିଏସି ଜିଲ୍ଲା ସୀମାନ୍ତ କାଣ୍ଡା ଚାଣ୍ଡ ମୋରା ଠାରେ ଦୁଇ ମୁଖାଧାରୀ ଆତଙ୍କବାଦୀ ବସ୍‌ଉପରକୁ ଗୁଳି ଚଳାଇଥିଲେ। ଗୁଳିମାଡ଼ରେ ବସ୍‌ଚାଳକର ମୃତ୍ୟୁ ଘଟଥିଲା ଓ ବସ୍‌ଟି ଭାରସାମ୍ୟ ହରାଇ ପାହାଡ଼ ତଳକୁ ଖସିପଡ଼ିଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button