ଜମ୍ମୁ-କଶ୍ମୀର: ବଗିଚାରେ ମାଟିତଳୁ ମିଳଲା ବାକ୍ସ ଭିତରେ ବିସ୍ଫୋରକ; ନଷ୍ଟ କଲେ ସୁରକ୍ଷା ବାହିନୀ – Kalinga News

[ad_1]
ପୁଲଓ୍ଵାମା: ଜମ୍ମୁ-କଶ୍ମୀରର ପୁଲଓ୍ଵାମାରେ ରବିବାର ଦିନ ସୁରକ୍ଷାବାହିନୀ ଏକ ବଗିଚା ଭିତରୁ ମାଟି ତଳେ ଲୁଚା ହୋଇ ରଖା ଯାଇଥିବା ବିସ୍ଫୋରକ ଜବତ କରିବା ସହ ସେଗୁଡ଼ିକୁ ନଷ୍ଟ କରିଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ଖବର ପାଇ କାକାପୋରାର ସ୍ପେଶାଲ ଅପରେସନ୍ ଗ୍ରୁପ୍ (ଏସ୍ଓଜି) କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ (ସିଆରପିଏଫ)ର ୧୮୩ ବିଏନ୍ ର ଯବାନଙ୍କୁ ନେଇ ନିହାମା ଗାଁରେ ପହଞ୍ଚିଥିଲା।
ସୁରକ୍ଷା ବାହିନୀ ଏହି ଅଞ୍ଚଳକୁ ସିଲ୍ କରି ସେଠାରେ ଥିବା ଏକ ବଗିଚାରେ ଖୋଳିବା ଆରମ୍ଭ କରିଥିଲେ ଏବଂ ଖୁବ୍ ଶୀଘ୍ର ଭାରତୀୟ ସେନାର ରାଷ୍ଟ୍ରୀୟ ରାଇଫଲ୍ସ ଏହି ଅପରେସନ୍ରେ ସାମିଲ ହୋଇଥିଲେ।
ଦୀର୍ଘ ସମୟ ଦରି ଖୋଜିବା ପରେ ଯେଉଁ ମାଟି ତଳେ ଆଇଇଡି ରଖାଯାଇଥିଲା, ସେହି ମାଟି ଭିତରେ ଦୁଇଟି ବାକ୍ସ ଦେଖିବାକୁ ମିଳିଥିଲା। ପରେ ଘଟଣାସ୍ଥଳକୁ ଜମ୍ମୁ-କଶ୍ମୀର ପୁଲିସ ଓ ସେନାର ବୋମା ନିଷ୍କ୍ରିୟକାରୀ ଦଳକୁ ଡକାଯାଇ ବିସ୍ଫୋରକକୁ ନିଷ୍କ୍ରିୟ କରାଯାଇଥିଲା।
ପୁଲଓ୍ଵାମାରେ ସୁରକ୍ଷାବାହିନୀ ସହ ଏନକାଉଣ୍ଟରରେ ପାକିସ୍ତାନର ସଂଗଠନ ଲସ୍କର-ଇ-ତୋଏବା ସହ ଜଡ଼ିତ ଦୁଇ ଜଣ ଶୀର୍ଷ ଆତଙ୍କବାଦୀ ନିହତ ହେବାର ପ୍ରାୟ ଏକ ସପ୍ତାହ ପରେ ଏହି ଘଟଣା ଘଟିଛି।
ଏହି ଆତଙ୍କବାଦୀମାନେ ହେଲେ କଶ୍ମୀର ଭ୍ୟାଲିର ଅପରେସନଲ କମାଣ୍ଡର ରିୟାଜ ଏବଂ ତାଙ୍କ ସହଯୋଗୀ ରାଇସ ଡାର୍ । ରିୟାଜ୍ ୨୦୧୫ରୁ ସକ୍ରିୟ ଅଛି ଏବଂ ଟାର୍ଗେଟ୍ କିଲିଂ, ଗ୍ରେନେଡ୍ ଆକ୍ରମଣ ଏବଂ ଆତଙ୍କବାଦୀ ନିଯୁକ୍ତି ସମେତ ୨୦ରୁ ଅଧିକ ଆତଙ୍କବାଦ ସମ୍ବନ୍ଧୀୟ ଘଟଣାରେ ତାର ଭୂମିକା ପାଇଁ ତାକୁ ଏ+ ଶ୍ରେଣୀଭୁକ୍ତ କରାଯାଇଛି ଏବଂ ତା’ ମୁଣ୍ଡ ଉପରେ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା।
[ad_2]