ରାଜନୀତି

କଂଗ୍ରେସରେ କମ୍ପନ: ଶରତ, ନରସିଂହଙ୍କୁ ଦାୟୀ କଲେ ଆକବର – Kalinga News

[ad_1]

ବଲାଙ୍ଗୀର: ସାଧାରଣ ନିର୍ବାଚନରେ ବଲାଙ୍ଗୀର ଜିଲ୍ଲାରେ କଂଗ୍ରେସ ମୂଳପୋଛ ହୋଇଛି। ଜିଲ୍ଲାର ସମସ୍ତ ୫ଟି ବିଧାନସଭା ଆସନରେ ଦଳର ଶୋଚନୀୟ ପରାଜୟ ପରେ ଦଳରେ କମ୍ପନ ସୃଷ୍ଟି ହୋଇଛି। ପିସିସି ସମ୍ପାଦକ ମହମ୍ମଦ ଆକବର ଖାନ ଏହି ପରାଜୟ ପାଇଁ ପିସିସି ସଭାପତି ଶରତ ପଟ୍ଟାନାୟକ ଓ ବରିଷ୍ଠ ନେତା ନରସିଂହ ମିଶ୍ରଙ୍କୁ ଦାୟୀ କରିଛନ୍ତି। ଏପରିକି ସେ ତୁରନ୍ତ ଶରତଙ୍କ ଇସ୍ତଫା ଦାବି କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଆକବର କହିଛନ୍ତି ଯେ ଶରତ ପଟ୍ଟନାୟକ କଂଗ୍ରେସ ଏଥର ୯୦ ସିଟ୍ ହାସଲ କରିବ ବୋଲି ପୂର୍ବରୁ ଭୁଆଁ ବୁଲାଇଥିଲେ। କିନ୍ତୁ ଦଳୀୟ ପ୍ରାର୍ଥୀଙ୍କୁ ସବୁ କିସମରେ ସମର୍ଥନ ଦେବା ବଦଳରେ ସେ ନିଜ ସ୍ୱାର୍ଥ ଓ ଅର୍ଥ ହାସଲରେ ଲାଗି ପଡ଼ିଲେ। ନୂଆପଡ଼ାଠାରେ ଘାସିରାମ ମାଝୀଙ୍କ ଭଳି ଜଣେ ଦକ୍ଷ ପ୍ରାର୍ଥୀଙ୍କ ଟିକେଟ୍‌ କାଟି ସେ ନିଜେ ଲଢ଼ି କେବଳ ୧୫ ହଜାର ଭୋଟ୍‌ରେ ଆଣ୍ଠେଇ ପଡ଼ିଥିଲେ। ଅନ୍ୟପକ୍ଷରେ ଶ୍ରୀ ମାଝୀ ସ୍ବାଧୀନ ଭାବେ ଲଢ଼ି ୫୦ ହଜାରରୁ ଅଧିକ ଭୋଟ୍‌ ପାଇଲେ। ଏହିଭଳି ରାଜ୍ୟରେ ଅନେକ ଯୋଗ୍ୟ ପ୍ରାର୍ଥୀଙ୍କ ଟିକେଟ୍‌ କଟାଯାଇଥିଲା। ଫଳରେ ଦଳ କେବଳ ୧୪ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନରେ ସଫଳ ହୋଇଥିଲା। ଦଳର ଏହି ଦୋଷ ଦୁର୍ବଳତାକୁ ଯିଏ ଉଜାଗର କରୁଛି, ତାକୁ ଦଳରୁ ବହିଷ୍କାର କରାଯାଉଛି। ଯାହା ଏକ ଦୁର୍ବଳ ନେତୃତ୍ୱର ପରିଚୟ। ତେଣୁ ଶରତ ତୁରନ୍ତ ନିଜ ପଦବିରୁ ଇସ୍ତଫା ଦିଅନ୍ତୁ ବୋଲି ଆକବର ଦାବି କରିଛନ୍ତି। ସେ ଆହୁରି କହିଛନ୍ତି, ବଲାଙ୍ଗୀର ବିଧାନସଭା ଆସନ ଗତ ଦୁଇ ପାଳି ହେଲା କଂଗ୍ରେସ ଅଧୀନରେ ଥିଲା। ବରିଷ୍ଠ ନେତା ନରସିଂହ ମିଶ୍ର ଉକ୍ତ ଆସନକୁ ନିଜ ପୁଅ ସମରେନ୍ଦ୍ରଙ୍କୁ ସମର୍ପି ଦେଇଥିଲେ। ସେହିପରି ଲୋକସଭା ଆସନ ପାଇଁ ସ୍ଥାନୀୟ ଆଶାୟୀଙ୍କୁ ଅଣଦେଖା କରି ସମ୍ବଲପୁରରୁ ଜଣେ କଳାକାରଙ୍କୁ ଆଣି ବଲାଙ୍ଗୀରବାସୀଙ୍କ ଉପରେ ଥୋପି ଦେଇଥିଲେ। ଫଳରେ ଦଳ ଜନତାଙ୍କ ବିଶ୍ୱାସ ହରାଇ ଲୋକସଭା ସହ ସମସ୍ତ ବିଧାନସଭା ଆସନ ହରାଇଲା। ଆକବରଙ୍କ ଏହି ବୟାନ ବଲାଙ୍ଗୀର ରାଜନୀତିରେ କମ୍ପନ ସୃଷ୍ଟି କରିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button