ରାଜନୀତି

‘କ୍ଷମତାକୁ ଆସିଲେ ଯୁବକଙ୍କୁ ନିଶ୍ଚିତ ନିଯୁକ୍ତି’: ଗ୍ୟାରେଣ୍ଟି ଦେଲା ଯୁବ କଂଗ୍ରେସ – Kalinga News

[ad_1]

ଭୁବନେଶ୍ବର: ଏବେ ଦେଶରେ ଏବଂ ରାଜ୍ୟରେ ବେକାରୀ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ମୋଦୀଙ୍କର ବର୍ଷକୁ ୨କୋଟି ଏବଂ ନବୀନଙ୍କର ବର୍ଷକୁ ୨ଲକ୍ଷ ନିଯୁକ୍ତି ପ୍ରତିଶ୍ରୁତି ଏବେ ପ୍ରତାରଣା ପାଲଟିଛି। ରାହୁଲ ଗାନ୍ଧୀଙ୍କ ‘ଯୁବ ନ୍ୟାୟ’ କାର୍ଯ୍ୟକ୍ରମ ଘୋଷଣା ଏବେ କୋଟି କୋଟି ଯୁବବର୍ଗଙ୍କ ମଧ୍ୟରେ ନିଯୁକ୍ତି ନେଇ ଆଶା ସଞ୍ଚାର କରିଛି। ତେଣୁ ଯୁବ କଂଗ୍ରେସ ରାଜ୍ୟର ପ୍ରତି ଘରେ ଯୁବକଙ୍କୁ ନିଶ୍ଚିତ ଗ୍ୟାରେଣ୍ଟିର ବାର୍ତ୍ତା ପହଞ୍ଚାଇବ ବୋଲି ଯୁବ କଂଗ୍ରେସ ସଭାପତି ରଣଜିତ୍ ପାତ୍ର କହିଛନ୍ତି।
ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀଙ୍କର ‘ଯୁବ ନ୍ୟାୟ’ କାର୍ଯ୍ୟକ୍ରମର ପୋଷ୍ଟର ଉଦ୍‌ଘାଟନ କରିବା ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପାତ୍ର କହିଛନ୍ତି ଯେ ‌କେନ୍ଦ୍ରରେ କଂଗ୍ରେସ ସରକାର ଆସିଲେ ୩୦ଲକ୍ଷ ପଦବି ସୃଷ୍ଟି ପାଇଁ ‘ଯୁବ ନ୍ୟାୟ’ ଯୋଜନାରେ ଭରସା ପ୍ରଦାନ କରାଯାଇଛି। ‌ଖାଲିପଡ଼ିଥିବା କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ୧୦ଲକ୍ଷ ପଦବି ତୁରନ୍ତ ପୂରଣ ହେବ। ଶିକ୍ଷାନବିସ ଆଇନ ଅଧିକାରର ଗ୍ୟାରେଣ୍ଟି କଂଗ୍ରେସ ପ୍ରଦାନ କରିବ। ଏହି ଆଇନ ଅନୁସାରେ ପ୍ରତ୍ୟେକ ଶିକ୍ଷାନବିସଙ୍କୁ (୨୫ବର୍ଷରୁ କମ୍‌ ହୋଇଥିବ ଏବଂ ଡିପ୍ଲୋମା ବା ସ୍ନାତକ ଡିଗ୍ରିଧାରୀ ହୋଇଥିଲେ) ସେମାନଙ୍କୁ ସରକାରୀ ବା ଘରୋଇ ଉଦ୍ୟୋଗରେ ବାର୍ଷିକ ୧ଲକ୍ଷ ଟଙ୍କା ବା ମାସକୁ ୮୫୦୦ ଟଙ୍କା ପ୍ରଦାନ କରାଯିବାର ଗ୍ୟାରେଣ୍ଟି ଦିଆଯାଉଛି। କଂଗ୍ରେସ ଦଳ ପ୍ରଥମକରି ଶିକ୍ଷାନବିସଙ୍କର ଅଧିକାରକୁ ଆଇନରେ ପରିଣତ କରିବାକୁ ପ୍ରତିଶ୍ରୁତି ଦେଉଛି। କେବଳ ସେତିକି ନୁହେଁ, ୪୦ ବର୍ଷରୁ କମ୍‌ ବେକାର ଯୁବକଯୁବତୀଙ୍କୁ ବ୍ୟବସାୟର ପ୍ରାରମ୍ଭରେ ଆର୍ଥିକ ସହାୟତା ଦେବା ପାଇଁ ୫ ହଜାର କୋଟି ଟଙ୍କାର କପର୍ସ ଫଣ୍ଡ ଗଠନ କରାଯିବ। ଏହାସହ କୁହାଯାଇଛି ଯେ ଯୁବ କଂଗ୍ରେସ ପକ୍ଷରୁ ରାଜ୍ୟର ସମସ୍ତ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ‘ନବୀନ ହଟାଅ ଓଡ଼ିଶା ବଞ୍ଚାଅ’ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଆଜିର ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ସୁଦୀପ ସାମଲ, ନିହାର ରଞ୍ଜନ ବେହେରା, ଗୋପନ ମାର୍ଥା, କେଦାର ଦଳାଇ ଏବଂ ଭୁବନେଶ୍ୱର ଜିଲ୍ଲା ଯୁବ କଂଗ୍ରେସ ସଭାପତି ମହମ୍ମଦ ଗୁଲଫାମ୍‌ ଉପସ୍ଥିତ ଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button