ଓଡ଼ିଶାର ଗଣମାଧ୍ୟମ ପରିବାର ପକ୍ଷରୁ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି – Kalinga News

[ad_1]
ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମ ଜଗତର ପ୍ରମୁଖ ବ୍ୟକ୍ତିିତ୍ୱ ରାମୋଜୀ ରାଓଙ୍କ ବିୟୋଗରେ ଓଡ଼ିଶାର ମିଡିଆ ପରିବାର ମଧ୍ୟରେ ଗଭୀର ଶୋକ ପ୍ରକାଶ ପାଇଛି। ବିଭିନ୍ନ ଗଣମାଧ୍ୟମର ସମ୍ପାଦକ, ପ୍ରତିନିଧି ଏବଂ ମିଡିଆ ସହ ଜଡ଼ିତ ବ୍ୟକ୍ତିମାନେ ଏକାଠି ହୋଇ ଶନିବାର ସନ୍ଧ୍ୟାରେ ଦିବଙ୍ଗତ ଆତ୍ମାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
ଭୁବନେଶ୍ୱର ଜୟଦେବ ଭବନ ସମ୍ମୁଖରେ ଗଣମାଧ୍ୟମର ବିଭିନ୍ନ ବିଭାଗରେ କାମ କରୁଥିବା ପ୍ରତିନିଧିମାନେ ଏକାଠି ହୋଇ ରାମୋଜୀ ରାଓଙ୍କ ଫଟୋରେ ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି ଅବସରରେ ନିରବ ପ୍ରାର୍ଥନା କରିବା ସହ ଭାରତୀୟ ଗଣମାଧ୍ୟମ ଓ ଚଳଚ୍ଚିତ୍ର ଜଗତକୁ ତାଙ୍କର ବିଶେଷ ଅବଦାନ ସମ୍ପର୍କରେ ଉପସ୍ଥିତ ବ୍ୟକ୍ତିମାନେ ସ୍ମରଣ କରିଥିଲେ।
ଏହି ପ୍ରାର୍ଥନା କାର୍ଯ୍ୟକ୍ରମରେ ରାମୋଜୀ ରାଓଙ୍କ ସହ ଅତୀତରେ କାମ କରିଥିବା ବରିଷ୍ଠ ଗଣମାଧ୍ୟମ ବ୍ୟକ୍ତିମାନଙ୍କ ସହ ବିଭିନ୍ନ ପ୍ରିଣ୍ଟ, ଇଲେକ୍ଟ୍ରୋନିକ୍, ଡିଜିଟାଲ ମିଡିଆର ପ୍ରତିନିଧିମାନେ ଯୋଗ ଦେଇଥିଲେ। ବିଭିନ୍ନ ଗଣମାଧ୍ୟମର ଫଟୋଗ୍ରାଫର ଓ ଭିଡିଓ ଜର୍ଣ୍ଣାଲିଷ୍ଟମାନେ ମଧ୍ୟ ଏହି ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଆଗାମୀ ଦିନରେ ଏହି ବଳିଷ୍ଠ ଗଣମାଧ୍ୟମ ବ୍ୟକ୍ତିତ୍ୱଙ୍କ ପାଇଁ ଏକ ବିଶେଷ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରିବାକୁ ଉପସ୍ଥିତ ବ୍ୟକ୍ତିମାନେ ପ୍ରସ୍ତାବ ଦେଇଛନ୍ତି। ଏ ବାବଦରେ କାର୍ଯ୍ୟକ୍ରମ ସ୍ଥିର କରି ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଏଥିରେ ଯୋଗ ଦେବା ପାଇଁ ଅନୁରୋଧ କରାଯିବ ବୋଲି ବରିଷ୍ଠ ସାମ୍ବାଦିକ ନୀଳାମ୍ବର ରଥ ସୂଚନା ଦେଇଛନ୍ତି। ଶନିବାର ଭୋର ସମୟରେ ହାଇଦ୍ରାବାଦଠାରେ ରାମୋଜୀ ରାଓଙ୍କର ପରଲୋକ ହୋଇଛି।
The post ଓଡ଼ିଶାର ଗଣମାଧ୍ୟମ ପରିବାର ପକ୍ଷରୁ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି appeared first on KNews Odisha.
[ad_2]