ରାଜ୍ୟ

ଟ୍ରେନ୍ ଧକ୍କାରେ ଦନ୍ତା ହାତୀର ମୃତ୍ୟୁ

ଡ଼ପଡ଼ା: ଢେଙ୍କାନାଳ ଜିଲ୍ଲାରେ ଏକ ଟ୍ରେନ୍ ଧକ୍କାରେ ଦନ୍ତା ହାତୀର ମୃତ୍ୟୁ ଘଟିଥିବା ଜଣାଯାଇଛି। ହିନ୍ଦୋଳ ରୋଡ୍ ଷ୍ଟେସନ୍ ଠାରୁ ୧୦ କିଲୋମିଟର ଦୂରସ୍ଥ ଚିନ୍ତାପୋଖରୀ ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି। ଦନ୍ତା ହାତୀଟି ରେଳ ଲାଇନ୍ ପାର ବେଳେ ଏହି ଅଘଟଣ ଘଟିଥିବା କୁହାଯାଉଛି।

ହିନ୍ଦୋଳ ରୋଡ୍ ଷ୍ଟେସନ୍ ଠାରୁ ୧୦ କିଲୋମିଟର ଦୂରସ୍ଥ ଚିନ୍ତାପୋଖରୀ ନିକଟରେ ଏକ ଟ୍ରେନ୍ ଧକ୍କାରେ ଦନ୍ତା ହାତୀର ମୃତ୍ୟୁ ଘଟିଥିବା ଜଣାଯାଇଛି।

 

ଏହି ଦୁର୍ଘଟଣା ବିଳମ୍ବିତ ରାତିରେ ଘଟିଛି। ତେବେ କେଉଁ ଟ୍ରେନ୍ ଧକ୍କା ଯୋଗୁ ଏହି ଅଘଟଣ ଘଟିଛି, ତାହା ସ୍ପଷ୍ଟ ହୋଇନାହିଁ। ଖବର ପାଇ ଆଜି ସକାଳେ ସଦର ରେଞ୍ଜ ବନ ବିଭାଗ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଖବର ନେବାରେ ଜଣାଗଲା ଯେ ୩୫ ଟିକିଆ ବଣୁଆ ହାତୀପଲ ନିମିଧା ଅଞ୍ଚଳରୁ ବ୍ରାହ୍ମଣୀ ନଦୀ ଆଡ଼କୁ ଯିବା ସମୟରେ ରେଳ ଲାଇନ୍ ଅତିକ୍ରମ କରିବା ବେଳେ ଦନ୍ତାହାତୀଟି ସମସ୍ତଙ୍କ ପଛରେ ପାର ହେଉଥିବା ବେଳେ ଏହି ସମୟରେ ସେହି ରାସ୍ତା ଦେଇ ଏକ କୋଇଲା ବୋଝେଇ ଟ୍ରେନ ଯିବା ବେଳେ ଟ୍ରେନଟି ହାତୀକୁ ଧକ୍କା ଦେବାରୁ ଘଟଣାସ୍ଥଳରେ ଦନ୍ତାହାତୀଟି ମୃତ୍ୟୁ ବରଣ କରିଥିବାର ଜଣାପଡିଛି। ଏ ସମ୍ପର୍କରେ ବନବିଭାଗ ପକ୍ଷରୁ ରେଳବାଇ କର୍ତ୍ତୃପକ୍ଷଙ୍କୁ ସୂଚନା ଦିଆଯାଇଥିଲେ ମଧ୍ୟ ଟ୍ରେନର ଡ଼୍ରାଇଭର କିପରି ତାହା ଜାଣି ପାରିଲେ ନାହିଁ କିମ୍ବା ରେଳଗାଡ଼ି ଡ଼୍ରାଇଭରଙ୍କୁ ସୂଚନା ଦିଆଯାଇନଥିଲା ତାହା ତଦନ୍ତ ପରେ ଜଣାପଡ଼ିବ। ତେବେ ରେଳବାଇ କର୍ମଚାରୀଙ୍କ ଦାୟିତ୍ବହୀନତା ପାଇଁ ଏହି ଦନ୍ତାହାତୀ ମୃତ୍ୟୁବରଣ କରିଥିବା ବନ ବିଭାଗ ସୂତ୍ରରୁ ଜଣାପଡିଛି । ଦୀର୍ଘ ଦିନରୁ ଏହି ହାତୀପଲ ଓଡ଼ାପଡ଼ା ବ୍ଲକ ଅଞ୍ଚଳର ଅବାଧରେ ବିଚରଣ କରିବା ସହିତ ଅନେକ କ୍ଷୟକ୍ଷତି କରୁଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ଢେ଼ଙ୍କାନାଳ ଜିଲ୍ଲା ବନଖଣ୍ଡ ଅଧିକାରୀ ଓ ମୋଟଙ୍ଗା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ତଦନ୍ତ ପରେ କେଉଁ କାରଣରୁ ଏହି ଘଟଣା ଘଟିଛି ତାହା ଜଣାପଡିବ ବୋଲି ଜଣାଯାଇଛି।

ଟ୍ରେନ୍ ଟି ତାଳଚେର ଆଡୁ ଢେ଼ଙ୍କାନାଳ ଅଭିମୁଖେ ଯାଉଥିବା ଏବଂ ହାତୀ ପଲରେ ୩୫ ଗୋଟି ହାତୀ ଥିବାର ବନବିଭାଗ ପକ୍ଷରୁ ସୂଚନା ମିଳିଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button