ରାଜ୍ୟ

ବାତ୍ୟା ଅଞ୍ଚଳରେ ସରପଞ୍ଚଙ୍କୁ ଅଟକାଇ ଠେଙ୍ଗାରେ ପିଟିଲେ ଦୁର୍ବୃତ୍ତ

ରଞ୍ଚପଙ୍କୁ ଆକ୍ରମଣ। କିଛି ଯୁବକ ସଙ୍ଘବଦ୍ଧ ଭାବେ ତାଙ୍କୁ ଆକ୍ରମଣ କରିଛନ୍ତି। ବାତ୍ୟା ପରବର୍ତ୍ତୀ ରିଲିଫ୍ ଓ ଥଇଥାନ କାର୍ଯ୍ୟର ତଦାରଖ କରିବା ପାଇଁ ସରପଞ୍ଚ ବାଇକ୍ରେ ଯାଉଥିବା ବେଳେ ଆକ୍ରମଣ ହୋଇଛି। ତାଙ୍କୁ ଏକ କଟକ ବଡ଼ ମେଡିକାଲ୍କୁ ସ୍ଥାନାନ୍ତରିତ କରାଯାଇଛି। ତେବେ ଏ ନେଇ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନାରେ ଲିଖିତ ଅଭିଯୋଗ ହୋଇଛି।

 

ପାଟକୁରା ଥାନା ଅନ୍ତେଇ ପଞ୍ଚାୟତର ସରପଞ୍ଚ ହେଉଛନ୍ତି ସଞ୍ଜୟ ସେଠୀ। ଆଜି ସେ ନିଜ ବାଇକ୍ରେ ବାତ୍ୟା ପରବର୍ତ୍ତୀ ରିଲିଫ ଓ ଥଇଥନ କାର୍ଯ୍ୟର ତଦାରଖ କରିବା ପାଇଁ ବାଲିଘାଇ ଗାଁକୁ ଯାଉଥିଲେ। ଠିକ୍ ସେହି ସମୟରେ କେତେକ ଦୁର୍ବୃତ୍ତ ତାଙ୍କୁ ଅଟକାଇ ଅଭଦ୍ର ଭାଷାରେ ଗାଳି ଦେଇଥିଲେ। ପରେ ଠେଙ୍ଗାରେ ଆକ୍ରମଣ କରିଥିଲେ। ଯାହାଫଳରେ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି। ତାଙ୍କୁ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲ୍କୁ ସ୍ଥାନାନ୍ତରିତ କରାଯାଇଛି। କିନ୍ତୁ ଆକ୍ରମଣର କାରଣ ଜଣାପଡି ନାହିଁ।

ସରପଞ୍ଚଙ୍କ ବାପା ଏନେଇ ପାଟକୁରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ୍ ଘଟଣାର ତଦନ୍ତ ଚଳାଇଛି। ହେଲେ ଏ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ପୁଲିସ୍ ଧରିବାରେ ସଫଳ ହୋଇନାହିଁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button