ମନୋରଞ୍ଜନ

ସଫଳତା ମିଳିବା ପରେ ଏତେ କୋଟିର ଘର କିଣି ରଣବୀରଙ୍କ ପଡୋଶୀ ହେଲେ ତୃପ୍ତି – Kalinga News

[ad_1]

ମୁମ୍ବାଇ: ଲକ୍ଷ ଲକ୍ଷ ଦର୍ଶକଙ୍କୁ ତାଙ୍କ ଲୁକ ଏବଂ ଅଭିନୟ ଦ୍ୱାରା ଖୁସି କରାଇଥିବା ତୃପ୍ତି ଡିମ୍ରି ଏବେ ଚର୍ଚ୍ଚାରେ | ଫିଲ୍ମ ‘ଆନିମଲ’ ଚଳଚ୍ଚିତ୍ରରେ ବିପୁଳ ସଫଳତା ମିଳିବା ପରେ ଅଭିନେତ୍ରୀ ତୃପ୍ତି ଡିମ୍ରିଙ୍କ ଭାଗ୍ୟ ବଦଳିଥିଲା। ରାତାରାତି ‘ଇଣ୍ଟରନେଟ ସେନସେସନ’ ହେବା ସହ ‘ନ୍ୟାସନାଲ କ୍ରସ’ ହୋଇଥିଲେ ତୃପ୍ତି। ପୂର୍ବରୁ କିଛି ଫିଲ୍ମରେ କାମ କରିଥିଲେ ବି ‘ଆନିମଲ’ ତାଙ୍କୁ ଲୋକପ୍ରିୟ କରାଇଥିଲା। ଏମିତି କି ଲୋକପ୍ରିୟତାରେ ଅଭିନେତ୍ରୀ ସୁହାନା ଖାନ, ଖୁସୀ କପୁରଙ୍କ ବ୍ୟତୀତ ସେ ନିର୍ଦ୍ଦେଶକ ରାଜକୁମାର ହିରାନୀ ଏବଂ ଅଭିନେତା ତଥା ‘କେଜିଏଫ’ ଷ୍ଟାର ୟଶଙ୍କୁ ପଛରେ ପକାଇ ଦେଇଥିଲେ |

ତେବେ ଏତେ ସଫଳତା ମିଳିବ ପରେ ଏବେ ତୃପ୍ତି ଏକ ବିଳାସପୂର୍ଣ୍ଣ ଘର କିଣିଛନ୍ତି | ଅଭିନେତ୍ରୀ ମୁମ୍ବାଇର ବାନ୍ଦ୍ରାଠାରେ ତାଙ୍କ ସ୍ୱପ୍ନର ଘର କିଣିଛନ୍ତି। ତୃପ୍ତିଙ୍କ ବଙ୍ଗଳା ବାନ୍ଦ୍ରା ୱେଷ୍ଟର ମୁଖ୍ୟ ଲୋକପ୍ରିୟ ଅଞ୍ଚଳରେ ଅବସ୍ଥିତ | ଶାହାରୁଖ ଖାନ, ସଲମାନ ଖାନ, ରେଖାଙ୍କ ପରି ବଲିଉଡ ତାରକାମାନେ ଏହି ଅଞ୍ଚଳରେ ରୁହନ୍ତି। ରଣବୀର କପୁର ଏବଂ ଆଲିଆ ଭଟ୍ଟ ମଧ୍ୟ ଏହି ଅଞ୍ଚଳରେ ରୁହନ୍ତି। ଏହି ନୂତନ ଘର ୨୨୨୬ ବର୍ଗଫୁଟର ଏକ ଜମି ଉପରେ ବ୍ୟାପିଛି ଏବଂ ଅଭିନେତ୍ରୀ ଏହାକୁ ୧୪କୋଟି ଟଙ୍କାରେ କିଣିଥିବା ଜଣାପଡିଛି | ଏହା ବ୍ୟତୀତ ଅଭିନେତ୍ରୀ ଷ୍ଟାମ୍ପ ଡ୍ୟୁଟି ପାଇଁ ୭୦ଲକ୍ଷ ଟଙ୍କା ଏବଂ ପଞ୍ଜୀକରଣ ଫି’ ଭାବରେ ୩୦,୦୦୦ ଟଙ୍କା ଅତିରିକ୍ତ ଦେୟ ପ୍ରଦାନ କରିଛନ୍ତି। ଜୁନ୍ ୩, ୨୦୨୪ରେ ତୃପ୍ତି ଏହି ଚୁକ୍ତି କରିଥିଲେ ବୋଲି ଜଣାପଡିଛି |

ତେବେ ‘ଆନିମଲ’ରୁ ଲୋକପ୍ରିୟ ହୋଇଥିବା ତୃପ୍ତି ୨୦୧୭ରେ ବଲିଉ‌ଡରେ ଡେବ୍ୟୁ କରିଥିଲେ। ହେଲେ ତାଙ୍କୁ ଡେବ୍ୟୁ ଫିଲ୍ମରୁ ଲୋକପ୍ରିୟତା ମିଳିନଥିଲା। ତୃପ୍ତି ଡିମ୍ରି ୨୦୧୭ରେ ‘ପୋଷ୍ଟର ବଏଜ୍’ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିଥିଲେ। ଏହି ଚଳଚ୍ଚିତ୍ରରେ ତାଙ୍କ ସହ ଶ୍ରେୟସ୍ ତଲପଡେ, ସନ୍ନି ଦେଓଲ୍ ଏବଂ ବବି ଦେଓଲ୍ କାମ କରିଥିଲେ। ଚଳଚ୍ଚିତ୍ରଟି ଏହାର ବଜେଟ୍ ଠାରୁ ଅଧିକ ରୋଜଗାର କରିଥିଲା ​। କିନ୍ତୁ ତୃପ୍ତିଙ୍କୁ ଲୋକପ୍ରିୟତା ମିଳିପାରିନଥିଲା। ଏହା ପରେ ତାଙ୍କ ଚଳଚ୍ଚିତ୍ର ”ମମ’ ରିଲିଜ୍ ହୋଇଥିଲା, ଯେଉଁଥିରେ ସେ ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ସହ ନଜର ଆସିଥିଲେ। ଏଥିରେ ମଧ୍ୟ ତୃପ୍ତିଙ୍କୁ ଅଧିକ ଲୋକପ୍ରିୟତା ଏବଂ ସ୍ୱୀକୃତି ମିଳିଲା ନାହିଁ। ଏହା ପରେ ତୃପ୍ତି ‘ଲୈଲା ମଜନୁ’ ଫିଲ୍ମରେ ଅଭିନୟ କରିଥିଲେ। ‘ଲୈଲା ମଜନୁ’ ପରେ ସେ ଫିଲ୍ମ ‘ବୁଲବୁଲ’ରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ। ଏହି ଫିଲ୍ମରେ ସେ କରିଥିବା ଅଭିନୟ ଦର୍ଶକଙ୍କୁ ପସନ୍ଦ ଆସିଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button