ପାର୍ଲାମେଣ୍ଟାରି ବୋର୍ଡରେ ମୁଖ୍ୟମନ୍ତ୍ରୀ ନେଇ ନିଷ୍ପତ୍ତି ନିଆଯିବ: ମନମୋହନ ସାମଲ – Kalinga News

[ad_1]
ଭୁବନେଶ୍ବର: ଦିନକ ପରେ ଅର୍ଥାତ ଆସନ୍ତା ୧୦ ତାରିଖ ଦିନ ଓଡ଼ିଶାକୁ ନୂଆ ମୁଖ୍ୟମନ୍ତ୍ରୀ ମିଳିବ। ଓଡ଼ିଶାର କେହି ଜଣେ ପୁଅ ବା ଝିଅଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆସନ ମିଳିବ। ଓଡ଼ିଶା ବିଧାନସଭା ନିର୍ବାଚନରେ ସଂଖ୍ୟାଗରିଷ୍ଠତା ହାସଲ କରିଥିବା ଭାରତୀୟ ଜନତା ଦଳ (ବିଜେପି) ପକ୍ଷରୁ ରାଜ୍ୟର ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ନେଇ ଏଯାଏଁ ଘୋଷଣା ହୋଇନାହିଁ। ତେଣୁ ଆଗାମୀ ମୁଖ୍ୟମନ୍ତ୍ରୀ ନେଇ ରାଜ୍ୟବାସୀଙ୍କ ଦ୍ବନ୍ଦ୍ବ ବଢ଼ିଚାଲିଛି। ଏହାରି ମଧ୍ୟରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ କିଏ ହେବେ ଏଯାଏଁ ନିଷ୍ପତ୍ତି ହୋଇନି। ପାର୍ଲାମେଣ୍ଟାରି ବୋର୍ଡରେ ମୁଖ୍ୟମନ୍ତ୍ରୀ ନେଇ ନିଷ୍ପତ୍ତି ନିଆଯିବ। ଓଡିଶା ପାଇଁ କେନ୍ଦ୍ରୀୟ ସ୍ତରର ନେତା ନିଷ୍ପତ୍ତି ନେବେ।

Sambad is now on WhatsApp
Join and get latest news updates delivered to you via WhatsApp
ଶ୍ରୀ ସାମଲ ଆଜି ସନ୍ଧ୍ୟାରେ ଦିଲ୍ଲୀରୁ ଫେରିବା ପରେ କହିଛନ୍ତି, ଆସନ୍ତା ୧୦ ତାରିଖ ସନ୍ଧ୍ୟାରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ। ସ୍ଥାନୀୟ ଜନତା ମଇଦାନରେ ଶପଥଗ୍ରହଣ ଉତ୍ସବ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମିଲ ହେବେ। ଏଥି ସହିତ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ, କ୍ୟାବିନେଟ ମନ୍ତ୍ରୀ ବି ସାମିଲ ହେବେ।
[ad_2]