ମନୋରଞ୍ଜନ

ଝିଅ ଜନ୍ମ ପରେ ଡରିଯାଇ ପ୍ରଥମେ ଏହି ବ୍ୟକ୍ତିଙ୍କୁ କଲ୍‌ କରିଥିଲେ ସାହିଦ କପୁର୍‌ – Kalinga News

[ad_1]

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସାହିଦ କପୁର ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ସବୁବେଳେ ହେଡଲାଇନରେ ରହିଥାନ୍ତି। ସେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଦ୍ୱିଧା କରନ୍ତି ନାହିଁ। ବିବାହ ପରେ ସହିଦ ବହୁତ ଖୁସି ରହିଛନ୍ତି ଏବଂ ବର୍ତ୍ତମାନ ଦୁଇ ସନ୍ତାନର ପିତା ହୋଇଛନ୍ତି।

ସାହିଦଙ୍କର ଏକ ସୁନ୍ଦର ପରିବାର ଅଛି। ନିକଟରେ ଏକ ସାକ୍ଷାତକାରରେ ସାହିଦ କହିଛନ୍ତି ଯେ ତାଙ୍କ ଝିଅ ମିଶାଙ୍କ ଜନ୍ମ ପରେ ସେ ବହୁତ ଡରି ଯାଇଥିଲେ। କେବଳ ଏତିକି ନୁହେଁ ସେ ପତ୍ନୀ ମୀରାଙ୍କ ବାପାଙ୍କୁ କଲ୍‌ କରି କ୍ଷମା ମାଗିଥିଲେ ମଧ୍ୟ।

ସାହିଦ୍ କହିଛନ୍ତି, ‘‘ମିଶାଙ୍କ ଜନ୍ମ ପରେ, ମୁଁ ପ୍ରଥମେ ମୀରାଙ୍କ ପିତାଙ୍କୁ କଲ୍‌ କଲି। ମୁଁ ତାଙ୍କୁ ଫୋନରେ କହିଲି କି ଯଦି ମୁଁ ବିବାହ ବେଳେ ଆପଣଙ୍କୁ କିଛି ବି ଅସୁବିଧାରେ ପକାଇଛି ତ ସେଥିପାଇଁ ମୁଁ କ୍ଷମା ମାଗୁଛି। ମୁଁ ବର୍ତ୍ତମାନ ଜଣେ ଝିଅର ବାପାର ଭାବପ୍ରବଣକୁ ହୃଦୟଙ୍ଗମ କରିପାରୁଛି। ସେ ମଧ୍ୟ ଦିନେ ବିବାହ କରିବ।’’
ମିଶାଙ୍କ ଜନ୍ମ ପରେ ସାହିଦଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିଛି। ସେ ନେହା ଧୁପିଆଙ୍କ ଶୋ’ରେ କହିଥିଲେ ଯେ ମିଶାଙ୍କ ଜନ୍ମ ପରେ ସେ ଧୂମପାନ ଛାଡିଛନ୍ତି। ତାଙ୍କ ଝିଅ ଆସିବା ପରେ ସେ ଏହି ଖରାପ ଅଭ୍ୟାସ ତ୍ୟାଗ କରିବାକୁ ନିଷ୍ପତ୍ତି ନେଇଥିଲେ।

ଆପଣ ଜାଣିଥିବେ ଯେ ସାହିଦ ଓ ମୀରା ୨୦୧୫  ମସିହାରେ ବିବାହ କରିଥିଲେ। ୨୦୧୬ ମସିହାରେ ମିରା ଏକ କନ‌୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଏହାପରେ ୨୦୧୮ ମସିହାରେ ସେ ଦୁହିଁଙ୍କର ଏକ ପୁଅ ହୋଇଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button