ରାମୋଜୀ ରାଓଙ୍କ ପରଲୋକ ଶୋକ ପ୍ରକାଶ କଲେ ନରେନ୍ଦ୍ର ମୋଦୀ – Kalinga News

[ad_1]
ହାଇଦ୍ରାବାଦ: ଦେଶର ସବୁଠୁ ବଡ ଫିଲ୍ମ ସିଟିର ମାଲିକ ରାମୋଜୀ ରାଓଙ୍କ ପରଲୋକ ସଭିଙ୍କୁ ସ୍ତବ୍ଧ କରିଛି। ତାଙ୍କ ଦେହାନ୍ତ ଖବର ଶୁଣି ଶୋକ ପ୍ରକାଶ କରିଛନ୍ତି କାର୍ଯ୍ୟନିବ୍ରାହୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ତାଙ୍କର ଓ ରାମୋଜୀଙ୍କର ଫଟୋ ପୋଷ୍ଟ୍ କରି ଏକ ଲମ୍ବା ଏକ୍ସ ପୋଷ୍ଟ୍ ଲେଖିଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ମୋଦୀ ତାଙ୍କ ପୋଷ୍ଟ୍ରେ ଲେଖିଛନ୍ତି, ‘‘ଶ୍ରୀ ରାମୋଜି ରାଓ ଗାରୁଙ୍କ ଦେହାନ୍ତ ଅତ୍ୟନ୍ତ ଦୁଃଖଦାୟକ। ସେ ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ଯିଏକି ଭାରତୀୟ ଗଣମାଧ୍ୟମରେ ବିପ୍ଳବ ଆଣିଥିଲେ। ତାଙ୍କର ସମୃଦ୍ଧ ଅବଦାନ ସାମ୍ବାଦିକତା ତଥା ଚଳଚ୍ଚିତ୍ର ଜଗତରେ ଏକ ଅବିସ୍ମରଣୀୟ ଚିହ୍ନ ରଖିଛି। ତାଙ୍କର ଉଲ୍ଲେଖନୀୟ ଉଦ୍ୟମ ମାଧ୍ୟମରେ ସେ ନୂତନତା ପାଇଁ ନୂତନ ମାନଦଣ୍ଡ ସ୍ଥାପନ କରିଥିଲେ। ରାମୋଜି ରାଓ ଗାରୁ ଭାରତର ବିକାଶ ପାଇଁ ଅତ୍ୟନ୍ତ ଆଗ୍ରହୀ ଥିଲେ। ମୁଁ ତାଙ୍କ ସହ ଯୋଗାଯୋଗ କରିବାର ଏବଂ ତାଙ୍କ ଜ୍ଞାନରୁ ଉପକୃତ ହେବାର ଅନେକ ସୁଯୋଗ ପାଇଥିବାରୁ ଭାଗ୍ୟବାନ୍। ଏହି କଷ୍ଟ ସମୟରେ ତାଙ୍କ ପରିବାର, ବନ୍ଧୁ ଏବଂ ଅଗଣିତ ପ୍ରଶଂସକଙ୍କୁ ସମବେଦନା ଜଣାଉଛି। ଓମ୍ ଶାନ୍ତି।”
ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା । ରାମୋଜି ଗ୍ରୁପ୍ ଅଫ୍ କମ୍ପାନି ସହ ଦୀର୍ଘଦିନ ଧରି ଜଡ଼ିତ ଥିବା ରାମୋଜୀ ରାଓଙ୍କର ଶନିବାର ଭୋର ୩ଟା ୪୫ ସମୟରେ ଦେହାନ୍ତ ହୋଇଛି। ଦୀର୍ଘ ଦିନ ଅସୁସ୍ଥତା କାରଣରୁ ହାଇଦ୍ରାବାଦର ଏଆଇଜି ହସ୍ପିଟାଲରେ ଚିକିତ୍ସାଧିନ ଥିଲେ ।
[ad_2]