ହିରୋଇନକୁ ପାଇବା ପାଇଁ ବହୁତ ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ: ବିକିଙ୍କ ମା’ – Kalinga News

[ad_1]
ମୁମ୍ବାଇ: ବିଗ୍ ବସ୍ ୧୭ ଏବେ ଫାଇନଲର ନିକଟତର ହେଉଥିବା ବେଳେ ପ୍ରତିଯୋଗୀଙ୍କ ପରିବାର ଲୋକେ ସେମାନଙ୍କୁ ଭେଟିବା ପାଇଁ ଘର ଭିତରକୁ ଯାଇଥିବା ଭାଇରାଲ ପ୍ରୋମୋ ଭିଡିଓରେ ଦେଖାଯାଇଛି। ପୁଅ-ବୋହୂଙ୍କୁ ଭେଟି ବାହାରକୁ ଆସିବା ପରେ ବିକି ଜୈନଙ୍କ ମା’ ରଞ୍ଜନା ଜୈନ୍ ଅନେକ ବିବାଦୀୟ ବୟାନ ଦେଇଛନ୍ତି। ଆମେ ଅଙ୍କିତା ସହ ବିକିର ବିବାହ କରାଇବାକୁ ଚାହୁନଥିଲୁ ବୋଲି କହିସାରିଥିବା ରଞ୍ଜନା ଜୈନ୍ ଏବେ ଆଉ ଏକ ବିବାଦୀୟ ବୟାନ ଦେଇଛନ୍ତି। ହିରୋଇନକୁ ପାଇବା ପାଇଁ ମୋ ପୁଅ କଷ୍ଟ କରିଛି ବୋଲି କହିଛନ୍ତି ବିକିଙ୍କ ମା’।
Sambad is now on WhatsApp
Join and get latest news updates delivered to you via WhatsApp
କିଛି ଦିନ ତଳେ ବିକି ଅନ୍ୟ ପ୍ରତିଯୋଗୀଙ୍କୁ କହିଥିଲେ ଯେ, ଅଙ୍କିତାଙ୍କ ଉପରେ ମୁଁ ନିବେଶ କରିଛି। ଏବେ ସେ ସମ୍ବନ୍ଧୀୟ ପ୍ରଶ୍ନ ପଚରାଯିବାରୁ ବିକିଙ୍କ ମା’ କହିଛନ୍ତି ଯେ, ‘ଯଦି ତୁମେ ହିରୋଇନକୁ ପାଇବାକୁ ଚାହୁଁଛ, ତେବେ ତୁମକୁ କଠିନ ପରିଶ୍ରମ କରିବାକୁ ପଡିବ। ସହଜରେ କୌଣସି ହିରୋଇନ ମିଳିବେ ନାହିଁ। ବହୁ ପୁଞ୍ଜି ବିନିଯୋଗ କରିବାକୁ ପଡେ। ତା’ପରେ ଆମେ ଯାଇ ତାଙ୍କୁ ପାଉ। ବହୁତ ଟଙ୍କା ଖର୍ଚ୍ଚ ହେବା ପରେ ହିଁ ଡିମାଣ୍ଡ ପୂରଣ ହୁଏ।’
ଏହା ପୂର୍ବରୁ ସେ କହିଥିଲେ ଯେ, “ବିକି ଅଙ୍କିତାଙ୍କୁ ବିବାହ କରିଥିଲେ। ଆମେ ସେମାନଙ୍କ ବିବାହକୁ ସମର୍ଥନ କରୁନଥିଲୁ। ବିକି ବିବାହ କରି ଦାୟିତ୍ବ ନେବାକୁ ପ୍ରସ୍ତୁତ ଥିବାରୁ ଆମେ କିଛି କହିନଥିଲୁ। ଆମେ ସୋ’ ମାଧ୍ୟମରେ ବହୁତ କିଛି ଦେଖୁଛୁ। କିନ୍ତୁ ଆମେ କିଛି କହୁ ନାହୁଁ। ବିକି, ଅଙ୍କିତାଙ୍କୁ ପସନ୍ଦ କରୁଥିବାରୁ ଆମେ ବିବାହ ପାଇଁ ହଁ କରିଥିଲୁ। ଏବେ ମୁଁ ବିଶ୍ୱାସ କରୁଛି ବିକି ତାଙ୍କ ସମ୍ପର୍କକୁ ସମ୍ଭାଳି ନେବେ। କାରଣ ସେ ସେଭଳି ଜଣେ ମଣିଷ। ସବୁ ସମ୍ଭାଳି ନିଅନ୍ତି।”
[ad_2]




