ମନୋରଞ୍ଜନ

ଆଜି ମୁକ୍ତିଲାଭ କରିବ ସିନ୍ଦୂରା – Kalinga News

[ad_1]

ଭୁବନେଶ୍ବର: ରାସେଶ୍ୱରୀ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ଦିଲ୍ଲୀପ ଦାଶ ନିବେଦିତ ଓଡ଼ିଆ ଚଳଚ୍ଚିତ୍ର ‘ସିନ୍ଦୂରା’ ଆସନ୍ତାକାଲି (ଶୁକ୍ରବାର) ମୁକ୍ତିଲାଭ କରିବ। ବିରଞ୍ଚି ନାରାୟଣ ପଣ୍ଡାଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରର କାହାଣୀ ଚାଷରେ ବ୍ୟବହୃତ ହେଉଥିବା ମାରାତ୍ମକ କୀଟନାଶକର ନକାରାତ୍ମକ ପ୍ରଭାବ ଉପରେ ପର୍ଯ୍ୟବସିତ। ଗୋଟିଏ ପଟେ ନାୟକ ୟୁ-ଟ୍ୟୁବର ଆକାଶ ଗୋଲ୍‌ଡେନ ବଟନ୍ ହାସଲ କରିବାକୁ ସ୍ୱପ୍ନ ଦେଖୁଛନ୍ତି। ଅନ୍ୟପଟେ ନାୟିକା ଭୂମି ଚାଷରେ କୀଟନାଶକର ବ୍ୟବହାର ବିରୋଧରେ ସଚେତନତାର ମଙ୍ଗ ଧରିଛନ୍ତି। କୀଟନାଶକ ବିରୋଧୀ ସଚେତନତା ଓ ଅଭିଷେକ-ସୁପ୍ରିୟାଙ୍କ ପ୍ରେମ କାହାଣୀ କିପରି ଏହି ଚଳଚ୍ଚିତ୍ର କାହାଣୀର ଭାରସାମ୍ୟ ରକ୍ଷା କରିଛି, ତାହା ଏଥ‌ିରେ ଦେଖିବାକୁ ମିଳିବ।

ଚଳଚ୍ଚିତ୍ରର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି ବିଜୟ କୁମାର ଦାସ। କାର୍ଯ୍ୟକାରୀ ନିର୍ଦ୍ଦେଶନା ଓ ସମ୍ପାଦନା ଦାୟିତ୍ୱ ତୁଲାଇଛନ୍ତି ଜିତେନ୍ଦ୍ର ଜେନା। କାର୍ଯ୍ୟକାରୀ ପ୍ରଯୋଜକ ଶାନ୍ତି ସ୍ୱରୂପ ଶତପଥୀ, ଚିତ୍ରତ୍ତୋଳନ ନାରାୟଣ ଦୀକ୍ଷିତ, ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ଲୁବୁନ ଟୁବୁନ ଓ ଜୟା ବିଶ୍ୱାସ। ପ୍ରଚାର ପ୍ରସାର ଦାୟିତ୍ୱ ସମ୍ଭାଳିଛନ୍ତି ପ୍ରଣୟ ଜେଠୀ। ନାୟକ ଭୂମିକାରେ ଅଭିଷେକ ଗିରି ଓ ନାୟିକା ଭୂମିକାରେ ଅଛନ୍ତି ସୁପ୍ରିୟା ନାୟକ। ଅନ୍ୟମାନଙ୍କ ମଧ୍ୟରେ ଉଷସୀ ମିଶ୍ର, ଜୀବନ ପଣ୍ଡା, ଧୀର ମଲ୍ଲିକ, ପୃଥ୍ୱୀରାଜ ନାୟକ, ପ୍ରିୟଙ୍କା ମହାପାତ୍ର, ପ୍ରଜ୍ଞା ଖଟୁଆ, ଶଙ୍କର ପ୍ରଧାନ, ସନ୍ଧ୍ୟା ଦାସ, ବିଜୟ ଦାସ, ପ୍ରମୋଦ ରଥ, ସାରେଗାମା ଓ ଶିଶୁ କଳାକାର ସାଇଶ୍ରଦ୍ଧା ପ୍ରମୁଖ ଅଭିନୟ କରିଛନ୍ତି। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ୍ ଆନନ୍ଦ। ଫିଲ୍ମରେ ସମୁଦାୟ ୪ଟି ଗୀତ ରହିଛି। କଣ୍ଠଶିଳ୍ପୀ କ୍ରିଷ୍ଣା ବେଉରା, ଶଶାଙ୍କ, ସବିଶେଷ, କୁଲଦୀପ ଓ ଅନନ୍ୟା କଣ୍ଠଦାନ କରିଛନ୍ତି l ଭୁବନେଶ୍ବର ଏସ୍‌ପ୍ଲାନେଡ୍‌ରେ ଅପରାହ୍ନ ୪ଟା ୫୫‌ ଏବଂ ଉତ୍କଳ କନିକା ଗ୍ୟାଲେରିଆରେ ମଧ୍ୟାହ୍ନ ୧୨ଟା ୪୦ରେ ଦୁଇଟି ସୋ’ ଲାଗିଛି। ଟିକେଟ୍‌ ମୂଲ୍ୟ ୨୦୦ରୁ ୨୬୦ ଟଙ୍କା ରହିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button