ମନୋରଞ୍ଜନ

ପରଦା ପଛର ମଣିଷ: ମୌଳିକ ସିନେମା ମାୟାରେ ଭରଦ୍ବାଜ – Kalinga News

[ad_1]

ଓଡ଼ିଆରେ ସଂପ୍ରତି ମୌଳିକ କାହାଣୀକୁ ନେଇ ନିର୍ମିତ ସିନେମା ସଂଖ୍ୟା କମ୍। ଆଉ ସେଭଳି ମୌଳିକ ସିନେମାର କାହାଣୀକାର, ଚିତ୍ରନାଟ୍ୟ ଓ ସଂଳାପ ଲେଖିବାରେ ଖ୍ୟାତି ଅର୍ଜନ କରିଛନ୍ତି ଭରଦ୍ବାଜ ପଣ୍ଡା। ‘ଜୁଲୁ’ ନାଆଁରେ ସେ ଓଲିଉଡ୍‌ରେ ବେଶ୍ ପରିଚିତ। ଭରଦ୍ବାଜ ଏଯାଏଁ ଯେତେ ଫିଲ୍ମର ଚିତ୍ରନାଟ୍ୟ ଓ ସଂଳାପ ଲେଖିଛନ୍ତି, ସେସବୁ ମୌଳିକ କାହାଣୀ ଉପରେ ଆଧାରିତ। ସଂଳାପକାର ଭାବେ ଭରଦ୍ବାଜ ପଣ୍ଡାଙ୍କ ପ୍ରଥମ ସିନେମା ହେଲା ଚିତ୍ତରଞ୍ଜନ ତ୍ରିପାଠୀଙ୍କ ନିର୍ଦ୍ଦେଶିତ ‘ଧଉଳି ଏକ୍ସପ୍ରେସ୍’। ଏହାପରେ ସେ ବିରଞ୍ଚି ନାରାୟଣ ପଣ୍ଡାଙ୍କ ପ୍ରଯୋଜିତ ତଥା ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ‘ଆ ଜହ୍ନରେ ଲେଖିବା ନାଆଁ’ର ସଂଳାପ ରଚନା କରିଥିଲେ। ତା’ପରେ ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ‘ଇସ୍କ ତୁ ହି ତୁ’, ‘କଳକୀ’, ‘ପ୍ରେମମ୍’, ‘ଓନ୍‌ଲି ପ୍ୟାର୍’ ଏବଂ ‘ଟିକେ ଟିକେ ଅଚିହ୍ନା ତୁ’, ଧ୍ରୁବାନନ୍ଦ ପଣ୍ଡାଙ୍କ ନିର୍ଦ୍ଦେଶିତ ‘ମନ ମ୍ୟୁଜିଅମ୍’, ବିଶାଲ ମୌର୍ଯ୍ୟ ଓ ଦେବୀ ପ୍ରସାଦ ଲେଙ୍କାଙ୍କ ନିର୍ଦ୍ଦେଶିତ ‘ବିଜୁ ବାବୁ’ ଓ ଅଶୋକ ପତିଙ୍କ ନିର୍ଦ୍ଦେଶିତ ‘ରାମ୍’ ଆଦି ସିନେମାର ସଂଳାପ ରଚନା କରିଛନ୍ତି।

ରିମେକ୍‌ ସିନେମା ପ୍ରତି ଆଦୌ ଆଗ୍ରହୀ ନୁହନ୍ତି କାହାଣୀକାର, ଚିତ୍ରନାଟ୍ୟକାର ଓ ସଂଳାପକାର ଭରଦ୍ବାଜ ପଣ୍ଡା। କେବଳ ମୌଳିକ ସିନେମାରେ ରୁଚି ରଖି ଦୀର୍ଘ ବର୍ଷ ଧରି ରଚନା ସାଙ୍ଗକୁ ନିର୍ଦ୍ଦେଶନା କ୍ଷେତ୍ରରେ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ସେ।

ଏବେ ତାଙ୍କ ହାତରେ ରହିଛି ତରଙ୍ଗ ସିନେ ପ୍ରଡକସନ୍ସ ନିବେଦିତ ତଥା ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ‘ପାଦେ ଆକାଶ’, ସିନେମାଟୋଗ୍ରାଫର୍- ଡିରେକ୍ଟର ଧ୍ରୁବାନନ୍ଦ ପଣ୍ଡାଙ୍କ ଦୁଇଟି ଫିଲ୍ମ ‘ଅନୁତାପ’ ଓ ‘ପ୍ଲାଟିପସ୍’, ଦେବବ୍ରତ ପ୍ରଧାନଙ୍କ ‘ମହାକାଳ’ ଏବଂ ‘ମହାବୀର’ ଓ ନିର୍ଦ୍ଦେଶକ ଅଶ୍ବିନୀ ଗଡ଼ନାୟକଙ୍କ ‘ଭାତ’। ଉପରୋକ୍ତ ସମସ୍ତ ସିନେମାର କଥାବସ୍ତୁ ବି ମୌଳିକ କାହାଣୀ ଉପରେ ଆଧାରିତ ବୋଲି କହିଛନ୍ତି ଭରଦ୍ବାଜ। ସଂଖ୍ୟା ନୁହେଁ, ଗୁଣାତ୍ମକ ଓ ମୌଳିକ ସିନେମାକୁ ଗୁରୁତ୍ବ ଦେଇଥାନ୍ତି ବୋଲି ସେ କହିଛନ୍ତି। ସେ କେତୋଟି ଟେଲି ସିନେମା ଓ ଦୂରଦର୍ଶନ ଧାରାବାହିକର ବି ସଂଳାପ ରଚନା କରିଛନ୍ତି।
ଭରଦ୍ବାଜ କାହାଣୀ ଓ ସଂଳାପ ଲେଖିବା ସହ ଜଣେ ନିର୍ଦ୍ଦେଶକ ମଧ୍ୟ। ତାଙ୍କ ନିର୍ଦ୍ଦେଶିତ ଓଡ଼ିଆ ଛବି ‘ଅର୍ଦ୍ଧସତ୍ୟ’ ୨୦୨୧ରେ ମୁକ୍ତିଲାଭ କରିଥିଲା। ସେ ଏଯାଏ ୫୦୦ରୁ ଅଧିକ ବିଜ୍ଞାପନ ସିନେମାର ସ୍କ୍ରିପ୍ଟ ଲେଖିଛନ୍ତି। ଏଥିମଧ୍ୟରୁ ସେ ନିଜେ ୩୦୦ ପାଖାପାଖି ବିଜ୍ଞାପନ ସିନେମାର ନିର୍ଦ୍ଦେଶନା ବି ଦେଇଛନ୍ତି। ଏତଦ୍‌ବ୍ୟତୀତ ଭରଦ୍ବାଜ ପଣ୍ଡା ଶତାଧିକ ପ୍ରାମାଣିକ ଚିତ୍ରର ରଚନା ସହ ନିର୍ଦ୍ଦେଶନା ବି ଦେଇଛନ୍ତି।
– ଶିବଶଙ୍କର ଓଝା



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button