ରାଜନୀତି

ନୂଆଦିଲ୍ଲୀ ଗଲେ କାର୍ତ୍ତିକ ପାଣ୍ଡିଆନ, ବବି ଦାସ!‌ ମେଣ୍ଟ ନେଇ କରିପାରନ୍ତି ଗୁରୁତ୍ବପୂର୍ଣ୍ଣ ଆଲୋଚନା – Kalinga News

[ad_1]

ଭୁବନେଶ୍ବର: ସାଧାରଣ ନିର୍ବାଚନ-୨୦୨୪ ନେଇ ଗତକାଲି ଠାରୁ ଉଭୟ ବିଜୁ ଜନତା ଦଳ (ବିଜେଡି) ଓ ଭାରତୀୟ ଜନତା ପାର୍ଟି (ବିଜେପି)ର ଘନଘନ ବୈଠକ ବସିଛି। ଏହି ଦୁଇ ରାଜନୈତିକ ଦଳର ବୈଠକକୁ ନେଇ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ହେଉଛି। ଲୋକସଭା ଓ ବିଧାନସଭା ନିର୍ବାଚନ ପୂର୍ବରୁ ଓଡ଼ିଶାରେ ବିଜେଡି ଓ ବଜେପି ମେଣ୍ଟ କରିବେ। ଉଭୟ ଦଳ ପକ୍ଷରୁ ଯଦିଓ ଏନେଇ ସ୍ପଷ୍ଟ ଭା‌ବରେ କୁହାଯାଉ ନାହିଁ, ତଥାପି ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଜୋରଧରିଛି।

ବୁଧବାର ଅପରାହ୍‌ଣ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଦୁଇଦଳ ଭିନ୍ନ ଭିନ୍ନ ବୈଠକ କରି ଦଳୀୟ ନେତାମାନଙ୍କୁ ସମ୍ଭାବ୍ୟ ମେଂଟ ସମ୍ପର୍କରେ ଆନୁଷ୍ଠାନିକ ଭାବେ ଅବଗତ କରିବା ପରେ ଆଜି ଏହି ପ୍ରକ୍ରିୟା ଆଉ ପାଦେ ଆଗେଇବାର ସମ୍ଭାବନା ରହିଛି। ଓଡ଼ିଶାରେ ଉଭୟ ବିଧାନସଭା ଓ ଲୋକସଭା ଆସନ ବୁଝାମଣାର ଫର୍ମୂଲା ଓ କିଏ କେଉଁ ଆସନରେ ଲଢ଼ିବେ ତାହା ଚୂଡ଼ାନ୍ତ କରିବା ନିମନ୍ତେ ବିଜେଡି ନେତା ଭି କାର୍ତ୍ତିକ ପାଣ୍ଡିଆନ୍‌ ଓ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଆଜି ଅପରାହ୍‌ଣରେ ଦିଲ୍ଲୀ ଅଭିମୁଖେ ଯାଇଥିବା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଯାହା ଆଶଙ୍କା କରାଯାଉଛି ଗତକାଲିଠୁ ରହିଥିବା ରାଜ୍ୟ ବିଜେପି ନେତୃତ୍ୱ ଓ କେନ୍ଦ୍ରୀୟ ନେତୃତ୍ୱଙ୍କ ଉପସ୍ଥିତିରେ ଏହି ଆସନ ବୁଝାମଣା ପ୍ରକ୍ରିୟା ଚୂଡ଼ାନ୍ତ ହୋଇପାରେ।

ଚର୍ଚ୍ଚା ହେଉଛି ଯେ, ଆଜି ରାତିରେ ଓଡ଼ିଶା ଦାୟିତ୍ୱରେ ଥିବା ବିଜେପିର ବରିଷ୍ଠ ନେତାଙ୍କ ଘରେ ରାଜ୍ୟ ବିଜେପି ନେତାମାନଙ୍କ ସହ ଆସନ ବୁଝାମଣାକୁ ନେଇ ଆଲୋଚନା ହୋଇପାରେ। ଆଜି ପୂର୍ବାହ୍ନରେ ବିଜେପିର ରାଜ୍ୟ ନେତୃତ୍ୱମାନଙ୍କ ଏକ ବୈଠକ ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କ ଘରେ ଅନୁଷ୍ଠିତ ହୋଇଥିଲା। ଗତକାଲି ବିଜେପିର ରାଜ୍ୟ ନେତୃତ୍ୱଙ୍କ ସହ ମଧ୍ୟ କେନ୍ଦ୍ରୀୟ କୋର କମିଟି ବୈଠକ ବସି ସମ୍ଭାବ୍ୟ ମେଂଟ ସମ୍ପର୍କରେ ଅବଗତ କରାଯାଇଥିଲା। ତେବେ ଶ୍ରୀ ପାଣ୍ଡିଆନ୍‌ ଓ ପ୍ରଣବ ପ୍ରକାଶ ଦାସଙ୍କ ଦିଲ୍ଲୀ ଗସ୍ତ ନେଇ ବିଜେଡି ପକ୍ଷରୁ ପ୍ରତିକ୍ରିୟା ମିଳିପାରି ନାହିଁ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button