ମନୋରଞ୍ଜନ

ସୈଫ୍‌ଙ୍କୁ ନିଦ ବଟିକା ଖୁଆଇ ଦେଇଥିଲେ ଅମୃତା – Kalinga News

[ad_1]

ସୂରଜ ବରଜାତ୍ୟାଙ୍କ ‘ହମ୍‌ ସାଥ୍‌ ସାଥ୍‌ ହୈ’କୁ ଆଜି ବି ବଲିଉଡ୍‌ର ଏକ ବ୍ଲକ୍‌ବଷ୍ଟର୍‌ ସିନେମା ବୋଲି ଗ୍ରହଣ କରାଯାଏ। ୧୯୯୯ ମସିହାରେ ରିଲିଜ୍‌ ହୋଇଥିବା ଏହି ସିନେମା‌ରେ ଛୋଟା ନବାବ୍‌ ସୈଫ ଅଲୀ ଖାନ୍‌ଙ୍କ ଭୂମିକା ଥିଲା ବେଶ୍‌ ଗୁରୁତ୍ବପୂର୍ଣ୍ଣ। ତେବେ ସେହି ସିନେମା ସୁଟିଂ ସମୟ‌ରେ ସୈଫ୍‌ଙ୍କୁ ପୂର୍ବ ପତ୍ନୀ ଅମୃତା ସିଂହ ରାତିରେ ଶୋଇବା ଆଗରୁ ନିଦ ବଟିକା ଖୁଆଇଥିଲେ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ଏକଦମ୍‌ ସତ।

ସିନେମାରେ ଥିବା ‘ସୁନୋ ଜୀ ଦୁଲ୍‌ହନ୍‌’ ଗୀତର ସୁଟିଂ ଚାଲିଥାଏ। ବାରମ୍ବାର ସଟ୍‌ ଦେବା ପରେ ବି ସୈଫ୍‌ ନିଖୁଣ ଅଭିନୟ କରି ପାରୁ ନଥିଲେ।
ଶେଷରେ ଉପାୟ ନପାଇ ନିର୍ମାତା ବାଧ୍ୟ ହୋଇ ଏହି ପ୍ରସଂଗରେ ‌ସୈଫ୍‌ଙ୍କ ପତ୍ନୀ ଅମୃତାଙ୍କ ସହ କଥା ହେଲେ। ଅମୃତା ବି ସୂରଜଙ୍କୁ ସୈଫ୍‌ଙ୍କ ବିଚଳିତ ହେବା ବିଷୟ କହିଲେ। ଅମୃତା କହିଲେ କି ସୈଫ୍‌ ସେହି ଗୋଟାଏ ଦୃଶ୍ୟ ବିଷୟରେ ଚିନ୍ତା କରି କରି ରାତି ଯାକ ଶୋଇନାହାନ୍ତି। ରାତି ସାରା ସେ ଖାଲି ନିଜ ସଂଳାପର ଧାଡ଼ି ଘୋଷୁଥିଲେ। ତା’ପରେ ସୈଫଙ୍କୁ ନିଦ ବଟିକା ଦେବାକୁ ନିର୍ଦ୍ଦେଶକ ଅମୃତାଙ୍କୁ ପରାମର୍ଶ ଦେଇଥିଲେ। ଅମୃତା ସେପରି କରିଥିଲେ ଓ ସୈଫ୍‌ ପରଦିନ ଗୋଟ‌ାଏ ଟେକ୍‌ରେ ପୂରା ସଟ୍‌ ଠିକ୍‌ ଭାବେ ଦେଇଥିଲେ। ସଟ୍‌ ଦେବା ପରେ କିପରି ଥରକରେ ସେ ଠିକ୍‌ ଭାବେ ସଟ୍‌ ଦେଇଦେଲେ ବୋଲି ସୈଫ୍‌ ଆଶ୍ଚର୍ଯ୍ୟ ହେବାରୁ ସୂରଜ କହିଲେ, ‘‘ତୁମେ ଜଣେ ଭଲ ଅଭିନେତା। ଅନିଦ୍ରା ନ ହୋଇ ଭଲ ଭାବେ ‌ଶୋଇ ସୁଟିଂ ସେଟ୍‌କୁ ଆସ।’’



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button