ୟୁପି: ବିଏସ୍ପି ପାଇଁ ବିଜେପିକୁ ୧୬ ଆସନରେ ଫାଇଦା ! – Kalinga News

[ad_1]
ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ବହୁଜନ ସମାଜ ପାର୍ଟି (ବିଏସ୍ପି) ସୁପ୍ରିମୋ ମାୟାବତୀ ୨୦୨୪ ଲୋକସଭା ନିର୍ବାଚନ ଏକାକୀ ଲଢ଼ିବାକୁ ନିଷ୍ପତ୍ତି ନେଇଥିଲେ। ବିଏସ୍ପିକୁ ୯.୩୯ ପ୍ରତିଶତ ଭୋଟ୍ ମିଳିଥିଲେ ମଧ୍ୟ ଗୋଟିଏ ବି ଆସନ ମିଳି ନ ଥିଲା। କିଛି କଂଗ୍ରେସ ନେତା ବିଏସପିକୁ ଇଣ୍ଡି ମେଣ୍ଟକୁ ଆଣିବା ପାଇଁ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଚେଷ୍ଟା କରିଥିଲେ, କିନ୍ତୁ ମାୟାବତୀ କହିଥିଲେ ଯେ ମେଣ୍ଟରେ ନିର୍ବାଚନ ଲଢ଼ିବା ଦ୍ୱାରା ବିଏସ୍ପିର କ୍ଷତି ହେଉଛି। ଯଦିଓ ୨୦୨୪ ଲୋକସଭାରେ ବିଏସପି ଉତ୍ତରପ୍ରଦେଶରେ କୌଣସି ଆସନ ଜିତିନଥିଲା, ତଥାପି ୧୬ଟି ଆସନରେ ବିଜେପି କିମ୍ବା ଏହାର ସହଯୋଗୀଙ୍କ ବିଜୟ ବ୍ୟବଧାନଠାରୁ ଅଧିକ ଭୋଟ ପାଇଥିଲା। ଯଦି ବିଏସ୍ପିର ଏହି ଭୋଟ ଇଣ୍ଡି ମେଣ୍ଟକୁ ଯାଇଥାନ୍ତା ଓ ମେଣ୍ଟ ପ୍ରାର୍ଥୀ ଏହି ଆସନରେ ବିଜୟୀ ହୋଇଥାନ୍ତେ, ତେବେ ଏନ୍ଡିଏର ମୋଟ ଆସନ ସଂଖ୍ୟା ୨୭୮କୁ ଓ ବିଜେପିର ଆସନ ସଂଖ୍ୟା ୨୨୬କୁ ଖସି ଆସିଥାନ୍ତା। ଯେଉଁ ୧୬ଟି ଆସନରେ ବିଏସ୍ପି ବିଜୟ ବ୍ୟବଧାନଠାରୁ ଅଧିକ ଭୋଟ ପାଇଥିଲା, ସେଗୁଡ଼ିକ ହେଉଛି ଆକବରପୁର, ଆଲିଗଡ଼, ଅମରୋହା, ବାଂଶଗାଓଁ, ଭଦୋହି, ବିଜନୋର, ଦେଓରିଆ, ଫାରୁଖାବାଦ, ଫତେପୁର ସିକ୍ରି, ହରଦୋଇ, ମିରଟ, ମିର୍ଜାପୁର, ମିସ୍ରିଖ, ଫୁଲପୁର, ଶାହାଜାହାନପୁର ଓ ଉନ୍ନାଓ। ସେଥିମଧ୍ୟରୁ ବିଜେପି ୧୪ଟି ଆସନରେ ଏବଂ ଏହାର ସହଯୋଗୀ ଆର୍ଏଲ୍ଡି ଓ ଅପନା ଦଳ (ସୋନେଲାଲ) ଦୁଇଟି ଆସନରେ ବିଜୟୀ ହୋଇଛନ୍ତି।
[ad_2]