ଅପରାଧ

କ୍ଷମତାର ଅପବ୍ୟବହାର କରି ଚନ୍ଦା କୋଚ୍ଚରଙ୍କୁ ଗିରଫ କରିଥିଲା ସିବିଆଇ: ହାଇକୋର୍ଟ – Kalinga News

[ad_1]

ନୂଆଦିଲ୍ଲୀ: ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଚନ୍ଦା କୋଚ୍ଚର ଏବଂ ତାଙ୍କ ସ୍ୱାମୀ ଦୀପକ କୋଚ୍ଚରଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଋଣ ଠକେଇ ମାମଲାରେ ଗିରଫ କରିବା ‘ମସ୍ତିଷ୍କ ପ୍ରୟୋଗ ବିହୀନ ଏବଂ ଆଇନର ଅସମ୍ମାନ’ ବୋଲି ବମ୍ବେ ହାଇକୋର୍ଟ କହିଛନ୍ତି।

ବମ୍ବେ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଅନୁଜା ପ୍ରଭୁଦେଶାଇ ଏବଂ ଜଷ୍ଟିସ୍‌ ଏନ୍‌ଆର୍‌ ବୋରକରଙ୍କୁ ନେଇ ଗଠିତ ଖଣ୍ଡପୀଠ ଫେବ୍ରୁଆରି ୬ ତାରିଖରେ କୋଚ୍ଚର ଦମ୍ପତିଙ୍କ ଗିରଫଦାରୀକୁ ବେଆଇନ ଘୋଷଣା କରିବା ସହ ଜାନୁଆରି ୨୦୨୩ରେ ଅନ୍ୟ ଏକ ଖଣ୍ଡପୀଠ ସେମାନଙ୍କୁ ଜାମିନ ପ୍ରଦାନ କରିଥିବା ଅନ୍ତରୀଣ ଆଦେଶକୁ ସୁନିଶ୍ଚିତ କରିଛନ୍ତି।

ସୋମବାର ଉପଲବ୍ଧ ହୋଇଥିବା ଆଦେଶରେ ଅଦାଲତ କହିଛନ୍ତି ଯେ ସିବିଆଇ କେଉଁ ପରିସ୍ଥିତି କିମ୍ବା ସହାୟକ ତଥ୍ୟ ଆଧାରରେ କୋଚ୍ଚର ଦମ୍ପତିଙ୍କୁ ଗିରଫ କରିବା ପାଇଁ ନିଷ୍ପତ୍ତି ନେଲେ ତାହା ଦର୍ଶାଇବାରେ ଅସମର୍ଥ ହୋଇଛି। ଏଭଳି ପରିସ୍ଥିତିରେ ସିବିଆଇର ବୟାନରେ ତାଳମେଳ ରହୁନ ଥିବାରୁ କୋଚ୍ଚର ଦମ୍ପତିଙ୍କ ଗିରଫଦାରୀ ବେଆଇନ ବୋଲି କୋର୍ଟ କହିଛନ୍ତି। ଅଦାଲତ କହିଛନ୍ତି, ‘ବିନା ମସ୍ତିଷ୍କରେ ଏବଂ ଆଇନପ୍ରତି ଯଥେଷ୍ଟ ସମ୍ମାନ ନ ରଖି ଏଭଳି ନିୟମିତ ଗିରଫଦାରୀ କ୍ଷମତାର ଅପବ୍ୟବହାର’ ବ୍ୟତୀତ ଅନ୍ୟ କିଛି ହୋଇ ନପାରେ।

କୋଚ୍ଚର ଦମ୍ପତି ତଦନ୍ତରେ ସହଯୋଗ କରୁ ନଥିବାରୁ ସେମାନଙ୍କୁ ଗିରଫ କରାଯାଇଥିବା ତଦନ୍ତକାରୀ ସଂସ୍ଥାର ଯୁକ୍ତିକୁ ମଧ୍ୟ କୋର୍ଟ ଗ୍ରହଣ କରିବାକୁ ମନା କରିଦେଇଛନ୍ତି ଏବଂ ପଚରାଉଚରା ସମୟରେ ଅଭିଯୁକ୍ତଙ୍କୁ ଚୁପ୍‌ ରହିବାର ଅଧିକାର ରହିଛି ବୋଲି ଅଦାଲତ କହିଛନ୍ତି।

ଭାରତୀୟ ସମ୍ବିଧାନର ଧାରା ୨୦(୩)ରୁ ନିରବତାର ଅଧିକାର ଆସିଛି, ଯାହା ଅଭିଯୁକ୍ତଙ୍କୁ ଆତ୍ମନିର୍ଯାତନା ବିରୋଧରେ ଅଧିକାର ପ୍ରଦାନ କରିଥାଏ। ନିରବ ରହିବାର ଅଧିକାରକୁ ଅସହଯୋଗ ସହ ତୁଳନା କରାଯାଇ ପାରିବ ନାହିଁ ବୋଲି କହିବା ଯଥେଷ୍ଟ। ଉଲ୍ଲେଖଯୋଗ୍ୟ, ଭିଡିଓକନ୍‌-ଆଇସିଆଇସିଆଇ ବ୍ୟାଙ୍କ ଋଣ ମାମଲାରେ ସିବିଆଇ ୨୦୨୨ ଡିସେମ୍ବର ୨୩ରେ ଏହି ଦମ୍ପତିଙ୍କୁ ଗିରଫ କରିଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button