ମନୋରଞ୍ଜନ

ସାଂସଦ ହଉ ହଉ ଚାପୁଡ଼ା ଖାଇଲେ କଙ୍ଗନା ! ଏହି କାରଣରୁ ମାଡ଼ ମାରିଲେ ସିଆଇଏସଏଫ ଗାର୍ଡ – Kalinga News

[ad_1]

ଚଣ୍ଡିଗଡ଼ : ସାଂସଦ ହଉ ହଉ ଚାପୁଡ଼ା ଖାଇଲେ ବଲିଉଡ ଅଭିନେତ୍ରୀ ତଥା ବିଜେପିର ନବ ନିର୍ବାଚିତ ସାଂସଦ କଙ୍ଗନା ରାନାୱତ | ତାଙ୍କୁ ଚଣ୍ଡିଗଡ଼ ବିମାନ ବନ୍ଦରରେ ଜଣେ ସିଆଇଏସ୍ଏଫ୍ ଗାର୍ଡ ଚାପୁଡ଼ା ମାରିଛନ୍ତି। ଏହି ଘଟଣା ପରେ ଅଭିନେତ୍ରୀ ଅଭିଯୋଗ ଆଣି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଚାପୁଡ଼ା ମାରିଥିବା ସିଆଇଏସ୍ଏଫ୍ ଗାର୍ଡଙ୍କ ନାମ କୁଲବିନ୍ଦର କୌର ବୋଲି କୁହାଯାଉଛି।

କଙ୍ଗନା ରାନାୱତଙ୍କ ରାଜନୈତିକ ପରାମର୍ଶଦାତାଙ୍କ ଅନୁଯାୟୀ, ସିଆଇଏସ୍ଏଫର ଜଣେ ମହିଳା ଗାର୍ଡ ଚଣ୍ଡିଗଡ଼ ବିମାନବନ୍ଦର ଭିତରେ କଙ୍ଗନା ରାନାୱତଙ୍କୁ ଚାପୁଡ଼ା ମାରିଥିଲେ। ସିଆଇଏସ୍ଏଫ ଗାର୍ଡଙ୍କୁ ହଟାଇବାକୁ ଏବଂ ଯଥାଶୀଘ୍ର ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆମେ ଦାବି କରିଛୁ | କୃଷକ ଆନ୍ଦୋଳନ ବିରୋଧରେ କହିଥିବାରୁ କଙ୍ଗନା ରାନାୱତଙ୍କୁ ଗାର୍ଡଜଣକ ମାଡ଼ ମାରିଥିବା ସାମ୍ନାକୁ ଆସିଛି |

ଉଲ୍ଲେଖଯୋଗ୍ୟ, ମଣ୍ଡିରୁ ଲୋକସଭା ନିର୍ବାଚନ ଜିତିବା ପରେ କଙ୍ଗନା ରାନାୱତ ଆଜି ଦିଲ୍ଲୀ ଯାଇଛନ୍ତି। ଏମଧ୍ୟରେ ଚଣ୍ଡିଗଡ଼ ବିମାନବନ୍ଦରରୁ ତାଙ୍କୁ ଚାପୁଡ଼ା ମରାଯାଇଥିବା ଖବର ସାମ୍ନାକୁ ଆସିଛି। ତେବେ ଏହି ଘଟଣାକୁ ନେଇ କଙ୍ଗନା ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି |



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button