ମନୋରଞ୍ଜନ

ଇନଷ୍ଟାରେ ଏହି ୬ଜଣଙ୍କୁ ଫଲୋ କରନ୍ତି ଶାହରୁଖ ଖାନ୍, ସେମାନେ କିଏ ଜାଣନ୍ତି କି? – Kalinga News

[ad_1]

ମୁମ୍ବାଇ: ଇନଷ୍ଟାରେ କେବଳ ଏହି ୬ଜଣଙ୍କୁ ଫଲୋ କରନ୍ତି ବଲିଉଡର କିଙ୍ଗ ଶାହରୁଖ ଖାନ୍। ଏକଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ଇନଷ୍ଟାରେ ଶାହରୁଖଙ୍କୁ ୪୬.୭ମିଲିୟନ ଲୋକ ଫଲୋ କରୁଥିଲେ ବି ଶାହରୁଖ ମାତ୍ର ୬ଜଣଙ୍କୁ ଫଲୋ କରୁଛନ୍ତି। ସେହି ୬ଜଣଙ୍କ ମଧ୍ୟରେ‌ ୩ଜଣ ତାଙ୍କ ପରିବାରର ସଦସ୍ୟ ଥିବା ବେଳେ ବାକି ୩ଜଣ କିଏ ଜାଣନ୍ତି କି?

ତେବେ ଆପଣ ଯଦି ଶାହରୁଖଙ୍କ ଇନଷ୍ଟା ପେଜ୍ ଦେଖିବେ ସେଥିରେ ୬ଜଣଙ୍କ ମଧ୍ୟରେ ପତ୍ନୀ ଗୌରୀ ଖାନ୍, ଝିଅ ସୁହାନା ଖାନ୍, ପୁଅ ଆରୟନ ଖାନ୍ ଅଛନ୍ତି। ଅନ୍ୟ ୩ଜଣଙ୍କ ମଧ୍ୟରେ ରହିଛନ୍ତି କାଜଲ ଆନନ୍ଦ ଓରଫ ପୁତଲୁ, ପୂଜା ଡଡଲାନି ଓ ଆଲିଆ ଛିବା।

ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ କାଜଲ ଆନନ୍ଦଙ୍କୁ ପୁତଲୁ ବୋଲି ସମ୍ବୋଧନ କରାଯାଏ। ସେ ପେସାରେ ଜଣେ ଓକିଲ ଯିଏକି ସଞ୍ଜୟ ଦତ୍ତଙ୍କ ସମେତ ବଲିଉଡର ଅନେକ ବଡ ବଡ କଳାକାରଙ୍କ ପାଇଁ ଲଢ଼ିଛନ୍ତି। ପୂଜାଙ୍କ କଥା କହିବାକୁ ଗଲେ ସେ ଶାହରୁଖଙ୍କ ମ୍ୟାନେଜର। ସେ ଅନେକ ବର୍ଷ ଧରି ଶାହରୁଖ ଖାନଙ୍କ ମ୍ୟାନେଜର ଭାବେ କାମ କରିଆସୁଛନ୍ତି। ଜଣେ ଭାରତୀୟ ସେଲିବ୍ରିଟି ମ୍ୟାନେଜର ହେବା ବ୍ୟତୀତ ସେ ଅନେକ ଚଳଚ୍ଚିତ୍ରର ପ୍ରଯୋଜନା ଦାୟିତ୍ବ ମଧ୍ୟ ନେଇଛନ୍ତି। ଏହା ସହ ଆଲିଆ ଛିବା ହେଉଛନ୍ତି ଶାହରୁଖ ଖାନଙ୍କ ଝିଆରୀ। ସେ ଗୌରୀ ଖାନଙ୍କ ଭାଇ ବିକାଶ ଛିବାଙ୍କ ଝିଅ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button