ମନୋରଞ୍ଜନ

ପୃଥିବୀରେ ଅଛି ଏହି ସ୍ଵର୍ଗ… ଶ୍ରୀ ଶକ୍ତି ଅମ୍ମାଙ୍କର ତପରୁ ହେଲା, ୧୫ ହଜାର କିଲୋ ସୁନାର ଏହି ମନ୍ଦିର – ଜାଣନ୍ତୁ

ଏକ ଏମିତି ଜାଗା ଅଛି ଯେଉଁଠି ସୂର୍ଯ୍ୟଦୟ ସମୟରେ ଚମକିଥାଏ ମନ୍ଦିର ସୁନାର ଚଢେଇ ରୂପରେ ଭାରତରେ ଦର୍ଶନ କରିଥାଏ ଏବଂ ଅସ୍ତ ସୂର୍ଯ୍ୟ ସନ୍ଧ୍ୟାରେ ଏହା ବିଶାଲ ସ୍ୱର୍ଣିମ ରଥ ଭଳି ଦର୍ଶାଇ ଥାଏ । ଏହାକୁ ପୃଥିବୀର ସ୍ଵର୍ଗ ବୋଲି କୁହାଯାଏ । ଏହା ଏକ ଏମିତି ପବିତ୍ର ସ୍ଥଳ ଯେଉଁଠି ଲକ୍ଷ୍ମୀଙ୍କର ସେବା ସବୁବେଳେ କରା ଯାଇଥାଏ ।

ଆମେ ଆପଣମାନଙ୍କୁ କହି ଦେଉଛୁ ଯେ ଏହି ଦିବ୍ୟ ମନ୍ଦିର ତାମିଲନାଡୁର ବେଲ୍ଲୋର ଜିଲ୍ଲାରେ ସ୍ଥିତ ଶ୍ରୀପୁରମ ସ୍ଵର୍ଣ ମନ୍ଦିର ଅଟେ । ଯାହାକୁ ମହାଲକ୍ଷ୍ମୀଙ୍କର ମନ୍ଦିର ଏବଂ ମଲଈକୋଡୀ ବୋଲି ମଧ୍ୟ କୁହାଯାଏ । ଏବଂ ଏହା ଦକ୍ଷିଣ ଭାରତର ଏକ ପ୍ରସିଦ୍ଧ ଆଧ୍ୟାତ୍ମିକ ଜାଗା ଅଟେ ।

୩୦୦ କୋଟି ଟଙ୍କାରେ ତିଆରି ହୋଇଛି

କୁହାଯାଏ କି ବେଲ୍ଲୋର ଜିଲ୍ଲାର ମହାଲକ୍ଷ୍ମୀ ମନ୍ଦିର ତିଆରିରେ ୧୫ ହଜାର କିଲୋ ସୁନାର ବ୍ୟବହାର କରା ଯାଇଛି । ଏହା ଉପରେ ପାଖାପାଖି ୩୦୦ କୋଟି ଟଙ୍କା ଖର୍ଚ ହୋଇଛି । ଦୁନିଆର ଏହା ଏକମାତ୍ର ମନ୍ଦିର ଅଟେ ଯେଉଁଠି ମନ୍ଦିର ବାହାରେ ଏବଂ ଭିତରେ ବିପୁଳ ମାତ୍ରରେ ସୁନାର ବ୍ୟବହାର କରା ଯାଇଛି ।

ଦେଶର ପ୍ରଥମ ମନ୍ଦିର ଯେଉଁଠି ଉଡିଥାଏ ତିରଙ୍ଗା

ଏହା ଭାରତର ପ୍ରଥମ ମନ୍ଦିର ଅଟେ, ଯେଉଁଠି ରାଷ୍ଟ୍ରପତି ଭବନ, ଲୋକସଭା ଏବଂ ଅନ୍ୟ ସରକାରୀ କାର୍ଯ୍ୟଲୟ ପରି ଏଠି ତିରଙ୍ଗା ଉଡିଥାଏ । ଏହି ମନ୍ଦିର ହିନ୍ଦୁ, ମୁସ୍ଲିମ, ଶିଖ ଏବଂ ଇସାଇ ସମସ୍ତଙ୍କର ଦର୍ଶନ ପାଇଁ ଖୋଲା ଅଟେ । ସେଥିପାଇଁ ତ ରାଷ୍ଟ୍ରପତି ଡା. ଏପିଜେ ଅବଦୁଲ କଲାମ, ପୂର୍ବ ଗର୍ବନର ଡା. ସୁରଜୀତ ସିଂହ ବରନାଲା ଏବଂ ଜର୍ଜ ଫର୍ନାଣ୍ଡୀଜ ଏଠି ଦର୍ଶନ କରି ଯାଇଛନ୍ତି ।

ଶ୍ରୀ ଶକ୍ତି ଅମ୍ମାଙ୍କ ତପସ୍ୟାରେ ତିଆରି ହୋଇଛି ଏହି ମନ୍ଦିର

ଏହି ମନ୍ଦିରରେ ମହାଲକ୍ଷ୍ମୀଙ୍କର ୭୦ କିଲୋ ସୁନାର ମୂର୍ତି ଅଛି । ଅଲୌକିକ ସତିଶ କୁମାରଙ୍କର ଆଧ୍ୟାତ୍ମିକ ଶକ୍ତିରେ ଏହି ରଚନା ହୋଇପାରିଛି । ଗ୍ରାମର ଲୋକମାନେ ସତିଶ କୁମାରଙ୍କୁ ମୂଳ ନାମରେ ଜାଣିଛନ୍ତି, ଅନ୍ୟଥା ଦେଶ ବିଦେଶ ପାଇଁ ସେ ଶ୍ରୀ ଶକ୍ତି ଅମ୍ମା ହୋଇ ସାରିଛନ୍ତି । ଶ୍ରୀ ଶକ୍ତି ଅମ୍ମା ୩ ଜାନୁୟାରୀରେ ନିଜ ଜୀବନର ୪୦ ବର୍ଷ ପୁରା କରି ସାରିଛନ୍ତି । ସେ ନିଜର ପ୍ରାଥମିକ ଶିକ୍ଷା ପାଇଁ ସ୍କୁଲ ଯିବା ପରିବର୍ତ୍ତେ ଶିବଙ୍କର ଆରାଧନାରେ ଲୀନ ରହୁଥିଲେ ।

ଯେତେବେଳେ ସେ ୧୪ ବର୍ଷର ହୋଇଥିଲେ, ତେବେ ସ୍କୁଲ ବସରୁ ଝରକାରୁ ଆକାଶକୁ ଦେଖୁଥିଲେ ସେହି ସମୟରେ ତାଙ୍କୁ ତ୍ରିଦେବୀ (ଲକ୍ଷ୍ମୀ, ଦୂର୍ଗା ଏବଂ ସରସ୍ଵତୀ)ଙ୍କର ଦର୍ଶନ ହୋଇଥିଲା ।

ଶ୍ରୀ ଶକ୍ତି ଅମ୍ମାଙ୍କର ଦର୍ଶନ ପାଇଁ ପହଞ୍ଚିଥିଲେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ବି

ଆକାଶରେ ଆଲୋକ ଦେଖିବା ପରେ ତାଙ୍କ ମସ୍ତିଷ୍କରେ ଏବଂ ଦୁଇଟି ହାତରେ ବିଶେଷ ଚିହ୍ନ ହୋଇଗଲା, ଯାହାକୁ ତାମିଲନାଡ଼ୁର ଡାକ୍ତରମାନେ ବି ଏକ ଚମତ୍କାର ବୋଲି କହିଲେ, ଏବଂ ଜ୍ୟୋତିଷମାନେ ସେହି ବାଳକକୁ ଦେବୀଙ୍କର ଅବତାର ବୋଲି କହିଲେ । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଠାରୁ ଆରମ୍ଭ ହୋଇ କ୍ରିକେଟର ରବିଚନ୍ଦ୍ରନ ଅଶ୍ଵିନ ପର୍ଯ୍ୟନ୍ତ ତାଙ୍କର ଦର୍ଶନ ପାଇଁ ଆସିଥିଲେ ।

ଏଠାକୁ ପ୍ରତିଦିନ 6 ହଜାର ରୁ ବି ଉର୍ଦ୍ଧ ଲୋକ ବୁଲିବାକୁ ଆସିଥାନ୍ତି । ଆପଣ ବି ଠାରେ ଶ୍ରୀପୁରମ ଯାଇ ଏହି ମନ୍ଦିର ବୁଲି ଆସନ୍ତୁ । ବହୁତ ସୁନ୍ଦର ଏହାର ପାରିପାର୍ଶ୍ଵ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button