ରାଜନୀତି

କ୍ରୀତଦାସମାନଙ୍କୁ ନେଇ ଦଳ ଚାଲେ ନାହିଁ: ସୌମ୍ୟରଂଜନ ପଟ୍ଟନାୟକ – Kalinga News

[ad_1]

ଭୁବନେଶ୍ବର: ପ୍ରତି ନିର୍ବାଚନ ଶିକ୍ଷଣୀୟ ହେଇଥାଏ। ପ୍ରତି ନିର୍ବାଚନରୁ ଯାହା କିଛିକିଛି ଶିଖିବାକୁ ମିଳିଥାଏ, ତାହା ପରବର୍ତ୍ତୀ ନିର୍ବାଚନ ପାଇଁ ଉପଯୋଗୀ ହେଇଥାଏ। ବରିଷ୍ଠ ନେତା ସୌମ୍ୟରଂଜନ ପଟ୍ଟନାୟକ ବୁଧବାର ଏହା କହିଛନ୍ତି। ନବୀନ ବାବୁଙ୍କ ପରାଜୟର କାରଣ ସମ୍ପର୍କରେ ମତ ରଖି ସୌମ୍ୟ କହିଛନ୍ତି, ଯେଉଁ ରାଜନେତାମାନେ ସତକୁ ବୋଝ ମଣନ୍ତି, ତାଙ୍କର ଭାଗ୍ୟରେ ପରିବର୍ତ୍ତନ ହୁଏନି। ଭବିଷ୍ୟତ ବେଶ୍ ଉଜ୍ଜଳ ହୁଏନି । ତେବେ ବିରୋଧୀ ଦଳ ହିସାବରେ ସେ ଆଦର୍ଶ ଦେଖାଇବା ସହ ଦଳକୁ ଗଣତାନ୍ତ୍ରିକ ଉପାୟରେ ଚଲାଇବାକୁ କହିଛନ୍ତି ସୌମ୍ୟରଞ୍ଜନ। ଏଥିସହ ସେ କହିଛନ୍ତି, କ୍ରୀତଦାସମାନଙ୍କୁ ନେଇ ଦଳ ଚାଲେ ନାହିଁ।

ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ସେ କହିଛନ୍ତି, ଏଥର ନିର୍ବାଚନ ମୋ ପାଇଁ ଶିକ୍ଷଣୀୟ ଥିଲା। ତେବେ ଏକ ବିଶେଷ ପରିସ୍ଥିତିରେ ମୁଁ ଘଷିପୁରାରୁ ନିର୍ବାଚନ ଲଢିବାକୁ ଚିନ୍ତା କରିଥିଲି। ତାହା ପୁଣି ବିନା ଦଳ, ବିନା ସଙ୍ଗଠନ ଏବଂ ବିନା ଅନୁଭବରେ। ଘଷିପୁରାରେ ହିଂସା ରାଜୁତି କରୁଥିଲା। ରାଜନୈତିକ ହିଂସାକାଣ୍ଡ ସର୍ବାଧିକ ହେଉଥିଲା। ଏଭଳି ପରିସ୍ଥିତିରେ ମୁଁ ଘଷିପୁରା ନିର୍ବାଚନରେ ପ୍ରବେଶ କରିଥିଲି।

ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ପ୍ରଥମରୁ ସେ ଘଷିପୁରା ନିର୍ବାଚନକୁ ଶାନ୍ତିଶୃଙ୍ଖଳାରେ କରିବାକୁ ଲକ୍ଷ୍ୟ ରଖିଥିଲେ ଆଉ ତାହା ସଫଳ ହେଇଛି। ଏଥର ବିନା ବୁଥ୍ କ୍ୟାପଚରିଂରେ ଘଷିପୁରାରେ ନିର୍ବାଚନ ହେଇଛି। ଘଷିପୁରାର ଅନେକ ଲୋକ ୨୫ ବର୍ଷ ପରେ ଭୋଟ୍ ଦେବାର ଅଧିକାର ପାଇଛନ୍ତି। ଅନ୍ୟପଟେ ନିର୍ବାଚନ କମିସନଙ୍କୁ ପରାମର୍ଶ ଦେଇ ସେ କହିଛନ୍ତି, ସ୍ୱାଧୀନ ବିଧାୟକ ଏବଂ ସ୍ୱାଧୀନ ସାଂସଦ ପ୍ରାର୍ଥୀଙ୍କ ଚିହ୍ନ ଅଲଗା ଅଲଗା ହେଉ। ଦୁଇ ସ୍ୱାଧୀନ ପ୍ରାର୍ଥୀଙ୍କ ଚିହ୍ନ ସମାନ ହେଇଥିବାରୁ, ଭୋଟିଂରେ ଅସୁବିଧା ହେଇଥିଲା।

ସୌମ୍ୟ କହିଛନ୍ତି, ବିଜୁ ଜନତା ଦଳରେ ଥିବାବେଳେ, ପ୍ରଥମେ ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ହେଉଥିଲା। କିଛି ପରାମର୍ଶ ମଧ୍ୟ ଦିଆନିଆ ହେଉଥିଲା। ହେଲେ ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ ଏକୁଟିଆ ହେଇଗଲେ। ଆଉ ପରାମର୍ଶ ଦେବାର କି ନେବାର ସୁଯୋଗ ରହିଲା ନାହିଁ। ତାର କୁପରିଣାମ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଭୋଗୁଛନ୍ତି। ଦିନେ ମୁଖ୍ୟମନ୍ତ୍ରୀ ହିଁ ତାଙ୍କୁ ଦଳର ସମ୍ପତ୍ତି ବୋଲି କହୁଥିଲେ, ହେଲେ ସେହି ସମ୍ପତ୍ତି କିପରି ବିପତ୍ତି ହେଇଗଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button