ରାଜନୀତି

ସୁରଙ୍କ ଦୁଇପୁଅ ହାରିଲେ – Kalinga News

[ad_1]

ଭୁବନେଶ୍ବର: ଦଶନ୍ଧି ଦଶନ୍ଧି ଧରି ଅର୍ଜିଥିବା ପରିଚୟ ମାଟିରେ ମିଶିଲା। ଯେଉଁ ଦଳରେ ଶେଷ ଜୀବନ ଯାଏ ରହିବେ ବୋଲି ପଣ କରିଥିଲେ, ସେ ପଣ ରକ୍ଷା କରି ପାରିଲେ ନାହିଁ। ପୁତ୍ରମୋହରେ କଂଗ୍ରେସ ଛାଡ଼ି ବିଜେଡି ସମର୍ଥନରେ ବାହାରିଲେ। ଭାବିଥିଲେ, ନିଜ ରାଜନୀତିକ ସଫଳତାର ଯାତ୍ରା ପରେ ଦୁଇପୁଅଙ୍କୁ ବାଟରେ ଲଗାଇଦେବେ। କିନ୍ତୁ ସବୁ ଯୋଜନା ଯୋଜନାରେ ରହିଗଲା। ବଡ଼ପୁଅ ନିମାପଡ଼ା ବିଧାନସଭା ଓ ସାନପୁଅ ଭୁବନେଶ୍ବର ଲୋକସଭା ଆସନରୁ ପରାଜିତ ହେଲେ। ଫଳରେ ବରିଷ୍ଠ ନେତା ସୁରେଶ ରାଉତରାୟଙ୍କର ପୂରା ପରିବାରକୁ ଭୋଟରମାନେ ପ୍ରତ୍ୟାଖ୍ୟାନ କରିଥିବା ଏକପ୍ରକାର ସ୍ପଷ୍ଟ ହୋଇ ଯାଇଛି।

ରାଜ୍ୟରେ କଂଗ୍ରେସର ସ୍ଥିତି ଅତି ଶୋଚନୀୟ ଥିବାବେଳେ ମଧ୍ୟ ସୁରେଶ ରାଉତରାୟ ନିଜର ଲୋକସମ୍ପର୍କ ପାଇଁ ଜଟଣୀ ଆସନରୁ ବିଜୟୀ ହେଇ ଆସୁଥିଲେ। ଏଥର ଜଟଣୀରୁ ନିଜ ଦୁଇପୁଅଙ୍କ ଭିତରୁ ଜଣଙ୍କୁ ପ୍ରାର୍ଥୀ କରିବାଲାଗି ସେ ଯୋଜନା କରିଥି‌ଲେ। ଠିକ୍‌ ସେହି ସମୟରେ ସୁରଙ୍କ ଲୋକପ୍ରିୟତାର ଫାଇଦା ଉଠାଇବାକୁ ଚେଷ୍ଟା କରିଥିଲା ବିଜେଡି। ସାନପୁଅ ମନ୍ମଥଙ୍କୁ ଦଳରେ ମିଶାଇ ବିଜେପି ସାଂସଦ ଅପରାଜିତାଙ୍କ ବିପକ୍ଷରେ ଲଢ଼ାଇଥିଲା। ଏଣେ ପୁଅର ବିଜୟ ପାଇଁ ଭୋଟ୍‌ ଭିକ୍ଷା କରିଥିଲେ ନିଜେ ସୁରେଶ ରାଉତରାୟ। ଯାହାର ଫଳସ୍ବରୂପ ତାଙ୍କୁ କଂଗ୍ରେସ ଦଳ ବହିଷ୍କାର କରିଥିଲା। ସୁର ତା’ପରେ କଂଗ୍ରେସ ନେତୃବର୍ଗଙ୍କ ବିରୋଧରେ କଡ଼ାକଥା କହିବାକୁ ମଧ୍ୟ ପଛାଇ ନଥିଲେ। ବିଜେଡିର କଳ ଓ ବଳ ସହ ସୁରେଶ ରାଉତରାୟଙ୍କ ସମର୍ଥକ ଓ ପାଇକ ସମାଜ ମନ୍ମଥଙ୍କ ଉପରେ ଆଶୀର୍ବାଦ ଦେବେ ବୋଲି ଭରସା ଥିଲା। କିନ୍ତୁ ବିଜେପିର ହାୱା ଓ ଅପରାଜିତା ଷଡ଼ଙ୍ଗୀଙ୍କ ଲୋକପ୍ରିୟତା ମନ୍ମଥଙ୍କୁ ପରାସ୍ତ କରିଛି। ମନ୍ମଥଙ୍କ ଠାରୁ ୩୫ ହଜାରରୁ ଅଧିକ ଭୋଟ୍‌ ପାଇ ବିଜୟୀ ହୋଇଛନ୍ତି ଅପରାଜିତା।

ଅନ୍ୟପଟେ ସାନପୁଅ ସିଦ୍ଧାର୍ଥ କୁମାର ରାଉତରାୟଙ୍କୁ ନିମାପଡ଼ା ନିର୍ବାଚନ ମଣ୍ଡଳୀର କଂଗ୍ରେସ ଟିକେଟ୍‌ ମିଳିଥିଲା। ହେଲେ ବିଜୟୀ ହେବା ତ ଦୂରର କଥା, ସେ ତୃତୀୟ ସ୍ଥାନରେ ରହିଛନ୍ତି। ବିଜୟୀ ପ୍ରାର୍ଥୀ ବିଜେପିର ପ୍ରତିଭା ପରିଡ଼ାଙ୍କ ଠାରୁ ସେ ପାଖାପାଖି ୮୮ ହଜାର ୩୬୪ ଖଣ୍ଡ କମ୍‌ ଭୋଟ୍‌ ପାଇଛନ୍ତି। ଏହାପରେ ସୁରଙ୍କ ରାଜନୈତିକ ଭବିଷ୍ୟତ କ’ଣ ହେବ, ତାହା ଦେଖିବାର କଥା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button