ରାଜନୀତି

ଆସିବ ପୂର୍ଣ୍ଣାଙ୍ଗ ବଜେଟ୍‌ – Kalinga News

[ad_1]

ଭୁବନେଶ୍ବର: ପ୍ରଚଳିତ ପ୍ରଥା ଅନୁସାରେ ନିର୍ବାଚନ ବର୍ଷଗୁଡ଼ିକରେ ଶାସନ କରୁଥିବା ପୁରୁଣା ସରକାର ଅନ୍ତରୀଣ ବଜେଟ୍‌ ବା କାମଚଳା ବଜେଟ୍‌ ଉପସ୍ଥାପନ କରିଥାନ୍ତି। ଚଳିତ ବର୍ଷ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଅନ୍ତରୀଣ ବଜେଟ୍‌ ଘୋଷଣା କରିଛନ୍ତି। ନୂଆ ସରକାର ଗଠନ ହେବା ପର୍ଯ୍ୟନ୍ତ ଆବଶ୍ୟକ ପାଣ୍ଠି ଲାଗି ଏଥିରେ ବ୍ୟବସ୍ଥା କରାଯାଇଛି। ନୂଆ ସରକାର ଗଠନ ହେବାକୁ ଯାଉଥିବାରୁ ଖୁବ୍‌ଶୀଘ୍ର ଉଭୟ କେନ୍ଦ୍ର ଓ ରାଜ୍ୟରେ ପୂର୍ଣ୍ଣାଙ୍ଗ ବଜେଟ୍ ଆସିବ। ସେଥିରେ ଆର୍ଥିକ ବର୍ଷ ୨୦୨୪-୨୫ ବର୍ଷ ସାରା ପାଇଁ ବ୍ୟୟବରାଦ ରହିବ। ଚଳିତ ବର୍ଷ ଫେବ୍ରୁଆରିରେ ଓଡ଼ିଶା ସରକାର ୧.୧୮ ଲକ୍ଷ କୋଟି ଟଙ୍କାର କାମଚଳା ବଜେଟ୍ ଉପସ୍ଥାପନ କରିଥିଲେ। ମହିଳା, ଯୁବପିଢ଼ି ଓ ସମାଜର ଗରିବ ଲୋକମାନଙ୍କୁ ସଶକ୍ତ କରିବା ଲାଗି ବଜେଟ୍‌ରେ ଗୁରୁତ୍ବ ଦିଆଯାଇଥିଲା। ୫-ଟି ମନ୍ତ୍ର ଆଧାରରେ ବିଭିନ୍ନ ବ୍ୟବସ୍ଥା କରାଯାଇଥିଲା।

ଆମ ଓଡ଼ିଶା ନବୀନ ଓଡ଼ିଶା ଲାଗି ୪୦୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିଲା। ସେଥିରେ ରାଜ୍ୟର ଅଭିବୃଦ୍ଧି ୭.୨୫ ପ୍ରତିଶତ ହେବ ବୋଲି ଆକଳନ କରାଯାଇଥିଲା। ନୂଆ ସରକାର ଯେଉଁ ପୂର୍ଣ୍ଣାଙ୍ଗ ବଜେଟ୍‌ ଆଣିବେ ସେଥିରେ ନିର୍ବାଚନ ସମୟ ପ୍ରତିଶ୍ରୁତିର ପ୍ରତିଫଳନ ରହିବ। ବିଜେପି ପକ୍ଷରୁ ନିର୍ବାଚନ ଇସ୍ତାହାରରେ ୨.୧୫ ଲକ୍ଷ ସରକାରୀ ପଦ ପୂରଣ କରିବା ଲାଗି ପ୍ରତିଶ୍ରୁତି ଦେଇଥିଲା। ଏଥି ସହିତ ସୁଭଦ୍ରା ଯୋଜନାରେ ମହିଳାମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। ତାହାର ପ୍ରତିଫଳିନ ରାଜ୍ୟ ବଜେଟ୍‌ରେ ରହିବ। ଧାନ ପାଇଁ କ୍ବିଣ୍ଟାଲ ପିଛା ୩୧୦୦ ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଦେବାର ପ୍ରତିଶ୍ରୁତିକୁ ଯଦି ବିଜେପି ପାଳନ କରିବ ତେବେ ରାଜ୍ୟର ଚାଷୀ ବର୍ଗ ଉପକୃତ ହେବେ। କେନ୍ଦ୍ରର ଆୟୁଷ୍ମାନ ଭାରତ, ପିଏମ୍ କିଷାନ ସମ୍ମାନ ନିଧି ଲାଗି ଅଧିକ ବ୍ୟୟବରାଦ କରାଯିବ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button