ରାଜନୀତି

‘ଠାକ୍‌ରେ, ଶରଦ ପାୱାରଙ୍କ ଦଳ ହିଁ ବାସ୍ତବ ଶିବସେନା ଓ ଏନ୍‌ସିପି’ – Kalinga News

[ad_1]

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ଏନ୍‌ସିପି ସୁପ୍ରିମୋ ଶରଦଚନ୍ଦ୍ର ପାୱାରଙ୍କ ଦଳ ଭାଙ୍ଗିଗଲା, ଚିହ୍ନ ଚାଲିଗଲା ଏବଂ ଦଳର ନାଁ ମଧ୍ୟ ବଦଳିଗଲା। କିନ୍ତୁ ୨୦୨୪ ଲୋକସଭା ନିର୍ବାଚନ ଫଳ ପ୍ରମାଣ କରିଦେଇଛି ଯେ ଉଦ୍ଧବ ଠାକ୍‌ରେଙ୍କ ‌ନେତୃତ୍ବାଧୀନ ଦଳ ବାସ୍ତବ ଶିବସେନା ଏବଂ ଶରଦ ପାୱାରଙ୍କ ନେତୃତ୍ବା‌ଧୀନ ଦଳ ବାସ୍ତବ ଏନ୍‌ସିପି । ଟିମ୍‌ ଠାକ୍‌ରେ ମହାରାଷ୍ଟ୍ରର ୧୦ ଆସନରେ ବିଜୟୀ/ଅଗ୍ରଣୀ ଥିବା ବେଳେ ପାୱାରଙ୍କ ଏନ୍‌ସିପି ୭ ଆସନରେ ବିଜୟୀ/ଅଗ୍ରଣୀ ରହିଛି। ଅନ୍ୟପକ୍ଷେ ଏକନାଥ ସିନ୍ଦେଙ୍କ ଶିବସେନା ଏବଂ ଅଜିତ ପାୱାରଙ୍କ ଏନ୍‌ସିପି ଯଥାକ୍ରମେ ୬ ଏବଂ ୧ ଆସନ‌ରେ ବିଜୟୀ/ଅଗ୍ରଣୀ ଅଛନ୍ତି। କଂଗ୍ରେସ ୧୩ ଆସନରେ ବିଜୟୀ/ଅଗ୍ରଣୀ ରହିଛି।

ଇଣ୍ଡି ମେଣ୍ଟ ୨୭ ଆସନରେ ବିଜୟୀ/ଅଗ୍ରଣୀ ଥବାବେଳେ ବିଜେପି ୧୦ ଆସନରେ ବିଜୟୀ/ଅଗ୍ରଣୀ ରହିଛି। ୨୦୧୯ ନିର୍ବାଚନ ଫଳ ତୁଳନାରେ ୨୦୨୪‌ରେ ମହାରାଷ୍ଟ୍ରରେ ମଧ୍ୟ ବିଜେପିକୁ ଶକ୍ତ ଝଟ୍‌କା ଲାଗିଛି। ୨୦୧୯ରେ ବିଜେପି ଏବଂ ଶିବସେନା ମେଣ୍ଟରେ ଥିଲେ। ବିଜେପି ଏବଂ ଶିବସେନା ମେଣ୍ଟ ୨୦୧୯ ଲୋକସଭା ନିର୍ବାଚନରେ ମହା‌ରାଷ୍ଟ୍ରରେ ୪୮ ଆସନରୁ ୪୧ ଆସନ‌ରେ ଜିତିଥିଲେ।ଉଲ୍ଳେଖଯୋଗ୍ୟ, ୨୦୨୨ରେ ଏକନାଥ ସିନ୍ଦେଙ୍କ ବିଦ୍ରୋହ ଫଳରେ ଶିବସେନାରେ ଫାଟ ସୃଷ୍ଟି ହୋଇଥିଲା। ଏହାର କିଛି ମାସ ପରେ ଉଦ୍ଧବ ଠାକ୍‌ରେ ଦଳର ନାଁ ଏବଂ ଚିହ୍ନ ହରାଇଦେଲେ। ୨୦୨୪ ଲୋକସଭା ନିର୍ବାଚନ ସିନ୍ଦେ ଏବଂ ଠାକ୍‌‌ରେ ‌ଗୋଷ୍ଠୀ ପାଇଁ ପ୍ରଥମ ଗୁରୁତ୍ବପୂର୍ଣ୍ଣ ପରୀକ୍ଷା ଥିଲା। ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ବାଧୀନ ଏମ୍‌ଭିଏ ‌ମେଣ୍ଟ ଏବଂ ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ଏନଡିଏ ମେଣ୍ଟର ଭାଗ୍ୟ ନିର୍ଦ୍ଧାରଣ କରିଛି ୨୦୨୪ ନିର୍ବାଚନ ଫଳ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button