‘ରାଏବରେଲି ପାଇଁ ଗାନ୍ଧିମାନେ କାମ କରୁଛନ୍ତି; ଆଦାନୀ ଓ ଅମ୍ବାନୀଙ୍କ ପାଇଁ ପ୍ରଧାନମନ୍ତ୍ରୀ’: ରାହୁଲ – Kalinga News

[ad_1]
ରାଏବରେଲି/ ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ସୋମବାର କହିଛନ୍ତି ଯେ ତାଙ୍କ ପରିବାର ସର୍ବଦା ରାଏବରେଲି ସଂସଦୀୟ କ୍ଷେତ୍ରର ଲୋକଙ୍କ ପାଇଁ କାମ କରିଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଦାନୀ ଏବଂ ଅମ୍ବାନୀଙ୍କ ସ୍ୱାର୍ଥରେ କାମ କରନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ନାମାଙ୍କନ ପରେ ଏହି ନିର୍ବାଚନ ମଣ୍ଡଳୀରେ ତାଙ୍କର ପ୍ରଥମ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ରାହୁଲ କହିଛନ୍ତି ଯେ ସେ ଏହି ଆସନରୁ ଲୋକସଭା ନିର୍ବାଚନ ଲଢୁଛନ୍ତି କାରଣ ତାଙ୍କ ପରିବାରର ରାଏବରେଲିର ଲୋକଙ୍କ ସହିତ ଗଭୀର ସମ୍ପର୍କ ରହିଛି।
ମୋଦୀ ସରକାରଙ୍କୁ ଟାର୍ଗେଟ କରି ସେ ଦାବି କରିଛନ୍ତି ଯେ ମନରେଗା ଅଧୀନରେ ଆବଣ୍ଟିତ ୨୪ ବର୍ଷର ଆର୍ଥିିକ ରାଶି ସହିତ ସମାନ ୧୬ ଲକ୍ଷ କୋଟି ଟଙ୍କାର ଋଣ ୨୨-୨୫ ଜଣ ଶୀର୍ଷ ଶିଳ୍ପପତିଙ୍କ ପାଇଁ ଛାଡ଼ କରାଯାଇଛି।
ରାହୁଲ ଗାନ୍ଧି କହିଛନ୍ତି ଯେ ତାଙ୍କ ଜେଜେମା ଇନ୍ଦିରା ଗାନ୍ଧି, ତାଙ୍କ ପିତା ରାଜୀବ ଗାନ୍ଧି ଏବଂ ତାଙ୍କ ମା’ ସୋନିଆ ଗାନ୍ଧି ରାଏବରେଲିରେ ଲୋକଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ କାମ କରିଛନ୍ତି। ଗାନ୍ଧି ପରିବାରର ଗଡ଼ ଭାବେ ପରିଗଣିତ ଏହି ରାଏବରେଲି ଆସନରୁ ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ୨୦୦୪ ମସିହାରୁ ପ୍ରତିନିଧିତ୍ୱ କରି ଆସୁଥିଲେ। ଏହା ପୂର୍ବରୁ ଏହି ନିର୍ବାଚନ ମଣ୍ଡଳୀରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଓ ରାଜୀବ ଗାନ୍ଧି ପ୍ରତିନିଧିତ୍ୱ କରୁଥିଲେ।
ରାହୁଲ ଗାନ୍ଧି ତାଙ୍କ ଅଭିଭାଷଣରେ ମଧ୍ୟ ଅଭିଯୋଗ କରିଛନ୍ତି ଯେ ଗଣମାଧ୍ୟମ, କୃଷକ ଏବଂ ବେକାର ଯୁବକମାନଙ୍କର ସମସ୍ୟା ମୋଦୀଙ୍କ ସରକାରଙ୍କୁ ଦେଖାଯାଉ ନାହିଁ ଏବଂ ଏହା ବଦଳରେ ଶୀର୍ଷ ଶିଳ୍ପପତିଙ୍କ ପରିବାରରେ ବିବାହ କାର୍ଯ୍ୟକ୍ରମକୁ ପ୍ରାଧାନ୍ୟ ଦେଉଛି ମୋଦୀ ସରକାର।
‘ଇଣ୍ଡିଆ’ ମେଣ୍ଟ କ୍ଷମତାକୁ ଆସିଲେ ଗରିବ ପରିବାରର ତାଲିକା ପ୍ରସ୍ତୁତ କରାଯିବ ଏବଂ ପ୍ରତି ପରିବାରର ଜଣେ ଲେଖାଏଁ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ବାର୍ଷିକ ୧ ଲକ୍ଷ ଟଙ୍କା ଅର୍ଥାତ୍ ମାସିକ ୮୫୦୦ ଟଙ୍କା ଟ୍ରାନ୍ସଫର କରାଯିବ। ଭାରତ ସରକାର କ୍ଷୁଦ୍ର ଚାଷୀଙ୍କ ଋଣ ଛାଡ଼ କରିବା ସହ ସେମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରାଯିବ ବୋଲି ରାହୁଲ କହିଛନ୍ତି। ପ୍ରତିରକ୍ଷା ବାହିନୀରେ ସ୍ୱଳ୍ପ କାଳୀନ ନିଯୁକ୍ତି ପାଇଁ ଅଗ୍ନିବୀର ଯୋଜନାକୁ ଉଚ୍ଛେଦ କରାଯିବ ଏବଂ ଯୁବକମାନଙ୍କୁ ପେନସନ ବ୍ୟବସ୍ଥା ସହିତ ସଶସ୍ତ୍ର ବାହିନୀରେ ସ୍ଥାୟୀ ଚାକିରି ଯୋଗାଇ ଦିଆଯିବ ବୋଲି ସେ ପ୍ରତିଣ୍ରୁତି ଦେଇଛନ୍ତି।
ରାହୁଲ ଗାନ୍ଧି କହିଛନ୍ତି ଯେ ଯୁବପିଢ଼ିଙ୍କୁ ସରକାରୀ ଅନୁଷ୍ଠାନରେ ଏକ ବର୍ଷର ଆପ୍ରେଣ୍ଟିସିପ୍ ମିଳିବ ଏବଂ ପରେ ସେମାନଙ୍କ ଯୋଗ୍ୟତା ଆଧାରରେ ସ୍ଥାୟୀ ସରକାରୀ ଚାକିରି ମିଳିବ। ଆସନ୍ତା ୨୦ ତାରିଖରେ ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ରାଏବରେଲିରେ ମତଦାନ ହେବ। ବିଜେପି ଏହି ଆସନରୁ ଉତ୍ତରପ୍ରଦେଶ ମନ୍ତ୍ରୀ ଦିନେଶ ପ୍ରତାପ ସିଂହଙ୍କୁ ପ୍ରାର୍ଥୀ କରିଛି।
[ad_2]




