ରାଜନୀତି

ଏକାମ୍ରରେ ରାଜନୀତି ସରଗରମ: ବିଜେଡିର ମହିଳା ସମାବେଶ – Kalinga News

[ad_1]

ପୁରୁଣା ଭୁବନେଶ୍ୱର: ସା‌ଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଏକାମ୍ର ନିର୍ବାଚନମଣ୍ଡଳୀର ବିଜେଡି ଲଗାତାର ଶକ୍ତି ପ୍ରଦର୍ଶନ କରିଚାଲିଛି। ଆଜି ଏକାମ୍ରରେ ମହିଳାମାନଙ୍କର ଏକ ବଡ଼ ସମା‌ବେଶ ଆୟୋଜନ କରାଯାଇଥିଲା। କାର୍‌ଗିଲ୍‌ ପଡ଼ିଆରେ ହୋଇଥିବା ଏହି ସମାବେଶକୁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦ୍‌ଘାଟନ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ସଶକ୍ତୀକରଣ ପାଇଁ ନେଇଥିବା ଗୁରୁ୍ତ୍ବପୂର୍ଣ୍ଣ ପଦକ୍ଷେପଗୁଡ଼ିକୁ ଶ୍ରୀ ପଣ୍ଡା ବର୍ଣ୍ଣନା କରିଥିଲେ। ସାମାଜିକ, ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ ମହିଳାମାନଙ୍କ ଉତ୍‌ଥାନ ପାଇଁ ବିଜେଡି ସରକାର ସଂକଳ୍ପବଦ୍ଧ ବୋଲି ସେ କହିଥିଲେ।

ଆଗକୁ ନିର୍ବାଚନ ଥିବାରୁ ଏହି ସମାବେଶକୁ ବେଶ୍‌ ପ୍ରଭାବୀ ଢଙ୍ଗରେ ଆୟୋଜନ କରିବାକୁ ଦଳ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିଲା। ଏକାମ୍ର ନିର୍ବାଚନମଣ୍ଡଳୀର ସବୁ ୱାର୍ଡ ଓ ପଞ୍ଚାୟତରୁ ବହୁ ସଂଖ୍ୟାରେ ମହିଳା ସାମିଲ ହୋଇଥିଲେ। ବିଧାୟକଙ୍କ ନେତୃତ୍ବରେ ନିଜେ କର୍ପୋରେଟର୍‌ମାନେ ସବୁ ତଦାରଖ କରୁଥିବା ଦେଖିବାକୁ ମିଳିଥିଲା। ଏହି ଅବସରରେ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀର ସଭାପତି ଓ ସମ୍ପାଦିକାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଭୁବନେଶ୍ବରର ଅନ୍ୟ ଦୁଇ ବିଧାୟକ ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ ରାଉତ, କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ମେୟର ସୁ‌ଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର, ମିସନ ଶକ୍ତି ଉପଦେଷ୍ଟା ଲୋପାମୁଦ୍ରା ବକ୍ସିପାତ୍ର, ଗୀତା ବସ୍ତିଆ, ସମାଜସେବୀ କସ୍ତୁରୀ ମହାପାତ୍ର, ଭୁବନେଶ୍ୱର ମହିଳା ସଭାପତି ବିଜୟଲକ୍ଷ୍ମୀ ମହାପାତ୍ର, ଏକାମ୍ର ସଭାପତି ମହାମାୟା ସ୍ବାଇଁ ଓ ସ୍ଥାନୀୟ କର୍ପୋରେଟର ଚାରୁଲତା ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ। ସୁନାମଧନ୍ୟ କଣ୍ଠଶିଳ୍ପୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏକାମ୍ର ନିର୍ବାଚନମଣ୍ଡଳୀର ସମସ୍ତ କର୍ପୋରେଟର, ସରପଞ୍ଚ, ସମିତି ସଭ୍ୟ, ପୂର୍ବତନ କର୍ପୋରେଟର, ପୂର୍ବତନ ସରପଞ୍ଚ, ସମିତି ସଭ୍ୟ, ସମସ୍ତ ସ୍ୱୟଂ ସହାୟିକା ଗୋଷ୍ଠୀର ସଭ୍ୟ ଉପସ୍ଥିତ ଥିଲେ।

ଭୁବନେଶ୍ୱର: ଏକାମ୍ର ନିର୍ବାଚନମଣ୍ଡଳୀରେ ଓଡ଼ିଶାବାସୀଙ୍କୁ ମୋଦୀଙ୍କ ଗ୍ୟାରେଣ୍ଟି ନାରାକୁ ନେଇ ବିଜେପିର ଏକ ପଦଯାତ୍ରା ଆଜି ଆୟୋଜନ କରାଯାଇଥିଲା। ଏହି ପଦଯାତ୍ରା ପୁରୁଣା ଭୁବନେଶ୍ବରସ୍ଥିତ ଗୋସାଗରେଶ୍ୱର ଛକରୁ ବାହାରି ଶ୍ରୀଲିଙ୍ଗରାଜ ମନ୍ଦିର ଦେଇ ବାବା କପିଳେଶ୍ୱର ମନ୍ଦିର ଠାରେ ସରିଥିଲା। ସେଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏହି ପଦଯାତ୍ରାରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ଏକାମ୍ର ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ତଥା ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ବାବୁ ସିଂହ ସାମିଲ ହୋଇଥିଲେ।

ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ଯେ, ଓଡ଼ିଶାର ବିକାଶ ପାଇଁ ମୋଦୀ ଗ୍ୟାରେଣ୍ଟି ଏକମାତ୍ର ବିକଳ୍ପ। ଓଡ଼ିଶାବାସୀଙ୍କ ସମର୍ଥନ ବଳରେ ବିଜେପି ସମସ୍ତ ବାଧା ଦୂର କରିବାରେ ସଫଳ ହେବ ଓ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଠନ କରିବ। ବାବୁ ସିଂହ କହିଥିଲେ, ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଛନ୍ତି ଓ ଓଡ଼ିଶାରେ ଚାଲିବ ମୋଦୀ ଗ୍ୟାରେଣ୍ଟି। ଚଳିତ କେନ୍ଦ୍ର ବଜେଟ୍‌ ଯୁବ, ମହିଳା, ଚାଷୀ ଓ ଗରିବଙ୍କୁ ସଶକ୍ତ କରିଛି। ‘ବିକଶିତ ଭାରତ ଗଠନ’ ଓ ମୋଦୀଙ୍କ ଗ୍ୟାରେଣ୍ଟି ଲୋକଙ୍କ ମନରେ ଆତ୍ମବିଶ୍ୱାସ ବଢ଼ାଇଛି। ବିଗତ ୧୦ବର୍ଷର ମୋଦୀ ଗ୍ୟାରେଣ୍ଟିର ଲାଭ ଓଡ଼ିଶାର ଶେଷ ପାହାଚରେ ଛିଡ଼ା ହୋଇଥିବା ବ୍ୟକ୍ତି ପାଖରେ ପହଞ୍ଚାଇବାର ଦାୟିତ୍ୱ ହେଉଛି ବିଜେପି କାର୍ଯ୍ୟକର୍ତାଙ୍କର। ଏହି ପଦଯାତ୍ରାରେ ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ବିଜେପି ନେତା ମଦନ ମୋହନ ପ୍ରଧାନ, ସୁରେନ୍ଦ୍ର ପ୍ରଧାନ, ରାମଚନ୍ଦ୍ର ରଣସିଂହ, ଅରୁଣ କୁମାର ପୁରୋହିତ, ସ୍ବାଗତ ମହାପାତ୍ର, ତୃପ୍ତିମୟୀ ମକଦ୍ଦମ, ସୁଭାଷିନୀ ପୃଷ୍ଟି, କୃଷ୍ଣଚନ୍ଦ୍ର ବଟୁ, ତାପସ ଦଳାଇ, ମନୋଜ ପାତ୍ର, ଜୟ ମଲିଆ, ସୁନୀଲ ପ୍ରଧାନ ଓ ମନୋଜ ପଶ୍ଚିମକବାଟ ପ୍ରମୁଖ ଯୋଗ ଦେଇଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button