ରାଜନୀତି

ସମ୍ବଲପୁର ଲୋକସଭା: ବାଜି ଜିତିଲେ ଧର୍ମେନ୍ଦ୍ର – Kalinga News

[ad_1]

୧ଲକ୍ଷ ୧୯ହଜାର ୮୩୬ ଭୋଟ୍‌ରେ ବବିଙ୍କୁ ହରାଇଲେ

ସମ୍ବଲପୁର: ସମ୍ବଲପୁର ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ବିପକ୍ଷରେ ୧ଲକ୍ଷ ୧୯ହଜାର ୮୩୬ ଭୋଟ ବ୍ୟବଧାନରେ ବିଜୟୀ ହୋଇ ବଡ଼ ବାଜି ଜିତିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଜେପି ଶିବିର ମଧ୍ୟ ଉତ୍ସବମୁଖର ହୋଇଛି। ଦୁଇ ହେଭିୱେଟ୍‌ଙ୍କ ଲଢ଼େଇ ପାଇଁ ସମ୍ବଲପୁର ଲୋକସଭା ଆସନ ଉପରେ ସାରା ଓଡ଼ିଶାର ନଜର ରହିଥିଲା। ବିଜେପି ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମୁକାବିଲା କରିବାକୁ ବିଜେଡି ନିଜ ରାଜ୍ୟ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କୁ ମଇଦାନକୁ ଓହ୍ଲାଇଥିଲା। ଧର୍ମେନ୍ଦ୍ର ବହୁ ବର୍ଷ ପରେ ପ୍ରତ୍ୟେକ୍ଷ ନିର୍ବାଚନକୁ ଓହ୍ଲାଇଥିବାରୁ ଜାତୀୟ ଗଣମାଧ୍ୟମରେ ମଧ୍ୟ ଚର୍ଚ୍ଚାରେ ରହିଥିଲେ। ପ୍ରଣବଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ସେନାପତି ଦର୍ଶାଇ ତାଙ୍କୁ ଭୋଟ ଦେବାକୁ ସମ୍ବଲପୁରବାସୀଙ୍କୁ ନିବେଦନ କରିଥିଲେ। ପ୍ରଣବଙ୍କୁ ଜିତାଇବା ପାଇଁ ବିଜେଡି ଯେମିତି ପୂରା ଶକ୍ତି ଲଗାଇ ଦେଇଥିଲା। ସମ୍ବଲପୁର ପାନ୍ଥନିବାସରେ ‘ମିଡିଆ ଯୁଦ୍ଧକକ୍ଷ’ ଖୋଲି ଧର୍ମେନ୍ଦ୍ରଙ୍କୁ ଘନଘନ ଆକ୍ରମଣ କରିଥିବା ବେଳେ ବିଜେପି ମିଡିଆ ଯୁଦ୍ଧକକ୍ଷରୁ ବି ଏହାର ଦୃଢ଼ ଜବାବ ଦିଆଯାଇଥିଲା। ଓଡ଼ିଶାର ବିଭିନ୍ନ ସ୍ଥାନରୁ ବହୁ ବିଜେଡି କର୍ମୀ ସମ୍ବଲପୁର ଲୋକସଭା କ୍ଷେତ୍ରକୁ ଆସି ଡେରା ପକାଇଥିଲେ।

ହେଲେ, ଧର୍ମେନ୍ଦ୍ରଙ୍କ ରଣନୀତି ଆଗରେ ସବୁ ଫେଲ୍‌ ମାରିଥିଲା। ପ୍ରଣବ ସମ୍ବଲପୁରରୁ ନିର୍ବାଚନ ଲଢ଼ିବାକୁ ସ୍ଥାନୀୟ ଲୋକେ ପସନ୍ଦ କରିନଥିଲେ। ସେ ଏହି ଅଂଚଳ ପାଇଁ ସଂପୂର୍ଣ୍ଣ ଭାବେ ନୂଆ ଚେହେରା ହୋଇଥିବା ବେଳେ ଧର୍ମେନ୍ଦ୍ର ସମ୍ବଲପୁର ଲୋକସଭା କ୍ଷେତ୍ରର ହୋଇନଥିଲେ ସୁଦ୍ଧା ଏହି ଅଂଚଳ ସହିତ ତାଙ୍କ ବହୁ ପୁରୁଣା ସଂପର୍କ ରହିଛି। ଏବିଭିପିରେ କାମ କରିବା ସମୟରୁ ସମ୍ବଲପୁରର ସହ ପରିଚିତ। ବର୍ତ୍ତମାନର ସମ୍ବଲପୁର ଲୋକସଭା କ୍ଷେତ୍ର ଅଧୀନରେ ‌ଥିବା ଦେବଗଡ଼ ସହିତ ବି ତାଙ୍କର ପୁରୁଣା ସଂପର୍କ ରହିଛି। ପୂର୍ବର ଦେବଗଡ଼ ଲୋକସଭା କ୍ଷେତ୍ରରୁ ସେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ସେହିପରି, ସମ୍ବଲପୁର ଲୋକସଭା କ୍ଷେତ୍ର ଅଧୀନରେ ଆସୁଥିବା ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ଓ ଛେଣ୍ଡିପଦା ବିଧାନସଭା କ୍ଷେତ୍ରର ମତଦାତାମାନେ ଅନୁଗୁଳ ମାଟିର ସନ୍ତାନଙ୍କୁ ପସନ୍ଦ କରିଥ‌ିଲେ। ସମ୍ବଲପୁର ବିଧାନସଭା କ୍ଷେତ୍ରରୁ ଟିକେଟ ନମିଳିବାରୁ ବିଜେଡିରୁ ଇସ୍ତଫା ଦେଇଥିବା ପୂର୍ବତନ ବିଧାୟିକା ରାସେଶ୍ବରୀ ପାଣିଗ୍ରାହୀଙ୍କ ସମର୍ଥନ ମଧ୍ୟ ଧର୍ମେନ୍ଦ୍ରଙ୍କୁ ମିଳିଥିଲା। ଅପରପକ୍ଷରେ ସମ୍ବଲପୁରରେ ପ୍ରଣବଙ୍କ ପାଇଁ ଯେଉଁମାନେ ପ୍ରଚାର ଦାୟିତ୍ବ ନେଇଥିଲେ, ସେମାନଙ୍କ ମଧ୍ୟରୁ କେତେକଙ୍କ ଉପରେ ଜନସାଧାରଣଙ୍କ ଅସନ୍ତୋଷ ରହିଥିଲା। ଏହି ସବୁ କାରଣ ପାଇଁ ଧର୍ମେନ୍ଦ୍ର ବିଜୟ ମୁକୁଟ ପିନ୍ଧିଥିବା ଚର୍ଚ୍ଚା ହେଉଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button