ରାଜନୀତି

ନିର୍ବାଚନ ଲଢ଼ିବେନି ଗିରିଧର – Kalinga News

[ad_1]

ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବେ ନାହିଁ ଡକ୍ଟର ଗିରିଧର ଗମାଙ୍ଗ। କେବଳ ସ୍ତ୍ରୀ ହେମା ଓ ପୁଅ ଶିଶିର ନିର୍ବାଚନ ମଇଦାନକୁ ଓହ୍ଲାଇବେ ବୋଲି ସ୍ଥିର କରିଛନ୍ତି ଗମାଙ୍ଗ ପରିବାର। ଗୁଣୁପୁର ବିଧାନସଭା ଆସନ ଉପରେ ହେମାଙ୍କ ନଜର ରହିଛି। ନବରଂଗପୁର ଲୋକସଭା ଆସନକୁ ଆଖେଇଛନ୍ତି ଶିଶିର। ନିକଟରେ ଗମାଙ୍ଗ ପରିବାର କଂଗ୍ରେସକୁ ଫେରିବା ପରେ ଏଭଳି ଚର୍ଚ୍ଚା ଜୋର ଧରିଛି। ୨୦୧୯ ସାଧାରଣ ନିର୍ବାଚନରେ ଗୁଣୁପୁରରେ ବିଜେଡିର ରଘୁନାଥ ଗମାଙ୍ଗ ୪୮ ହଜାରରୁ ଅଧିକ ଭୋଟ ପାଇଥିଲେ। ସେହି ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ପୁରୁଷୋତ୍ତମ ଗମାଙ୍ଗ ୪୨ ହଜାରରୁ ଅଧିକ ଭୋଟ ପାଇ ନିର୍ବାଚନ ହାରିଥିଲେ। ଇତିମଧ୍ୟରେ ପୁରୁଷୋତ୍ତମଙ୍କ ଦେହାନ୍ତ ହୋଇଛି। ଏଣୁ ଗୁଣୁପୁରରେ ଦଳର ସେଭଳି କୌଣସି ବଡ଼ ଦାବିଦାର ନଥିଲେ। ୨୦୦୪ ସାଧାରଣ ନିର୍ବାଚନରେ ହେମା ଏହି ଆସନରୁ ବିଜୟୀ ହୋଇଥିଲେ। ଏଇଥିପାଇଁ ଯେ ହେମାଙ୍କର ନିଜ ଗାଁ ଖିଲାପଦର ଗୁଣୁପୁର ବିଧାନସଭା କ୍ଷେତ୍ରରେ ଆସୁଛି। ଏବେ ହେମା କଂଗ୍ରେସକୁ ଫେରିବା ପରେ ଏହି ଆସନରୁ ପ୍ରାର୍ଥୀ ହେବା ଲାଗି ଆଗ୍ରହ ପ୍ରକାଶ କରୁଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ପ୍ରଦୀପ ମାଝୀ କଂଗ୍ରେସ ଛାଡିବା ପରେ ନବରଙ୍ଗପୁର ଲୋକସଭା ଆସନ ଲାଗି କଂଗ୍ରେସ ଟିକେଟ ଦାବିଦାରଙ୍କ ତାଲିକାରେ ଶିଶିର ସାମିଲ ହୋଇଛନ୍ତି। ପୂର୍ବ ଅଭିଜ୍ଞତାକୁ ପାଥେୟ କରି ସେ ଲୋକସଭା ପାଇଁ ଲଢିବେ ବୋଲି ପ୍ରସ୍ତୁତି ଚଳାଇଛନ୍ତି। ଏହି ଆସନ ଉପରେ ଭୁଜବଳ ମାଝୀଙ୍କର ମଧ୍ୟ ନଜର ରହିଛି। ୨୦୦୯ ମସିହାରେ ଡକ୍ଟର ଗିରିଧର ଗମାଙ୍ଗ କୋରାପୁଟ ଲୋକସଭା ଆସନ ପାଇଁ ପ୍ରତିଦ୍ବନ୍ଦ୍ବିତା କରିଥିବା ବେଳେ ସ୍ତ୍ରୀ ହେମା ଲକ୍ଷ୍ମୀପୁର, ପୁଅ ଶିଶିର ଗୁଣୁପୁର ଓ ଏକାନ୍ତ ବିଶ୍ବସ୍ତ ନାଗରାଜ ଦୋରା ଜୟପୁର ଆସନରୁ ଲଢ଼ିଥିଲେ। ଏହାକୁ ନେଇ ଗମାଙ୍ଗ ପରିବାରକୁ ସମୋଲାଚିତ ହେବାକୁ ପଡ଼ିଥିଲା। ସେତେବେଳେ ତାରାପ୍ରସାଦ ବାହିନୀପତିଙ୍କ ଟିକେଟ୍‌ କଟିବାରୁ ସେ ଦଳ ଛାଡିଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button