ଜ୍ୟୋତିଷ

ଯଦି ଆପଣଙ୍କ ହାତ ପାପୁଲିରେ ବି ଅଛି “X” ଚିହ୍ନ, ତ ନିଶ୍ଚୟ ଜାଣି ରଖନ୍ତୁ ଏହି କଥା

ଆମ ହାତରେ ଛୋଟ ବଡ଼ ଅନେକ ରେଖା ରହିଛି। ଏହି ରେଖାରୁ କେତେକ ଚିହ୍ନ ମଧ୍ୟ ତିଆରି ହୋଇଥାଏ, ଯାହା କେବେ କେବେ ଆମ ପାଇଁ ଶୁଭ ବା ଅଶୁଭ ସାବ୍ୟସ୍ତ ହୋଇଥାଏ ।

ହସ୍ତ ସାମୁଦ୍ରିକ ଶାସ୍ତ୍ରରେ ଶଙ୍ଖ, ଚକ୍ର, ସ୍ଵସ୍ତିକ, ମତ୍ସ୍ୟ, ଧ୍ଵଜ, ତ୍ରିଶୂଳ ଓ ଛକି ଆଦି ଚିହ୍ନକୁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଇଛି ଓ ସେଗୁଡ଼ିକର ଶୁଭ ଓ ଅଶୁଭ ପ୍ରଭାବ ମଧ୍ୟ ଉଲ୍ଲେଖ ରହିଛି। ତେବେ ଚାଲନ୍ତୁ ଜାଣିବା ସେହି ଚିହ୍ନ ଆମକୁ କଣ ସଙ୍କେତ ଦିଅନ୍ତି।

ଶଙ୍ଖ

ଶାସ୍ତ୍ରାନୁସାରେ ଶଙ୍ଖ ଭଗବାନ ବିଷ୍ଣୁ ଓ ମା ଲକ୍ଷ୍ମୀଙ୍କ ଅତ୍ୟନ୍ତ ପ୍ରିୟ। ଯେଉଁ ଲୋକଙ୍କ ହାତର ଯେକୌଣସି ସ୍ଥାନରେ ଶଙ୍ଖ ଚିହ୍ନ ବନିଥାଏ, ସେମାନଙ୍କ ଜୀବନ ଐଶ୍ୱର୍ଯ୍ୟ ଓ ସୁଖସମୃଦ୍ଧିରେ ଭରପୁର ହୋଇଥାଏ। ସେମାନେ ପ୍ରଭାବଶାଳୀ ଓ ଆକର୍ଷଣୀୟ ବ୍ୟକ୍ତିତ୍ୱର ଅଧିକାରୀ ହୋଇଥାନ୍ତି।

ମତ୍ସ୍ୟ

ଲୋକଙ୍କ ହାତରେ ଅଲଗା ଅଲଗା ସ୍ଥାନରେ ମତ୍ସ୍ୟ ଚିହ୍ନ ହେବା ଅଲଗା ଅଲଗା ଫଳ ଦେଇଥାଏ। ଏହାକୁ ସମୁଦାୟ ଭାବେ ଦେଖିଲେ ଏହା ଶୁଭ ଫଳ ହିଁ ଦେଇଥାଏ। ଏପରି ବ୍ୟକ୍ତି ନିଜ କ୍ଷେତ୍ରରେ ସୁପ୍ରସିଦ୍ଧ ହୋଇଥାନ୍ତି ଓ ନିଜ ବଳରେ ନାମ ଓ ଧନ ଅର୍ଜନ କରିଥାନ୍ତି। ଦେଖିବାକୁ ମଧ୍ୟ ସୁନ୍ଦର ଓ ଆକର୍ଷଣୀୟ ହେବା ସହ ଧାର୍ମିକ ପ୍ରବୃତ୍ତିର ହୋଇଥାନ୍ତି।

ତ୍ରିଶୂଳ

ତ୍ରିଶୂଳ ଭଗବାନ ଶିବଙ୍କ ଅସ୍ତ୍ର ଅଟେ। ଯଦି ହାତର ସୂର୍ଯ୍ୟ ପର୍ବତ ଉପରେ ତ୍ରିଶୂଳ ଚିହ୍ନ ରହିଥାଏ, ତେବେ ଏପରି ଲୋକଙ୍କ ପାଖରେ ପ୍ରଚୁର ଅର୍ଥ ରହିଥାଏ। ଏମାନେ ନିଜ ବୁଦ୍ଧିରେ ଧନ ଅର୍ଜନ କରନ୍ତି।

ଛକି ବା X

ଆମ ହାତରେ ଦୁଇଟି ଛୋଟ ରେଖା ପରସ୍ପରକୁ କାଟି ଛକି ଚିହ୍ନ ବନାଇଥାନ୍ତି। ଯାହାର ଦୁଇଟି ଯାକ ହାତରେ ଛକି ଚିହ୍ନ ବନିଥାଏ, ସେହି ବ୍ୟକ୍ତି ଅତ୍ୟନ୍ତ ସାହସୀ, ପରାକ୍ରମୀ ଓ ଲୋକପ୍ରିୟ ହୋଇଥାନ୍ତି। ଏମାନେ ଜୀବନରେ ଏପରି କାର୍ଯ୍ୟ କରନ୍ତୁ ତାଙ୍କୁ ଲୋକ ସର୍ବଦା ମନେ ରଖନ୍ତି। ଏମାନେ ଆକର୍ଷଣୀୟ ଓ ପ୍ରେରଣାଦାୟୀ ବ୍ୟକ୍ତିତ୍ୱର ହୋଇଥାନ୍ତି।

ଆମ ହାତରେ ହୃଦୟ ରେଖା, ମସ୍ତିଷ୍କ ରେଖା ଓ ଆୟୁଷ ରେଖା ଆଦି ତିନୋଟି ରେଖା ରହିଥାଏ। ଯଦି କୌଣସି ବ୍ୟକ୍ତିଙ୍କ ହୃଦୟ ରେଖା ଓ ମସ୍ତିଷ୍କ ରେଖା ମଝିରେ ଛକି ଚିହ୍ନ ବନିଥାଏ, ତାଙ୍କ ମଧ୍ୟରେ ଜନ୍ମ, ଜାତି ଓ ନେତୃତ୍ବର ଗୁଣ ରହିଥାଏ। ଏମାନେ ପରୋପକାରୀ ହୋଇଥାନ୍ତି ଓ ଏମାନଙ୍କ ହୃଦୟ ବହୁତ ବଡ଼ ଓ କୋମଳ ହୋଇଥାଏ।

 

ଯଦି ହୃଦୟ ରେଖା ଓ ଆୟୁଷ ରେଖା ମଝିରେ ଥିବା ସଂକୀର୍ଣ୍ଣ ସ୍ଥାନରେ ଛକି ଚିହ୍ନ ରହିଥାଏ, ତେବେ ଏପରି ବ୍ୟକ୍ତି ମଧ୍ୟ ପରୋ

ହାତରେ ଛକି ଚିହ୍ନ ଥିବା ଲୋକଙ୍କ ଷଷ୍ଠ ଇନ୍ଦ୍ରିୟ ଖୁବ୍ ସକ୍ରିୟ ହୋଇଥାଏ। ଏମାନଙ୍କୁ ଆସନ୍ତା ସମସ୍ୟା ଓ ଦୁର୍ଘଟଣା ବିଷୟରେ ପ୍ରଥମରୁ ଜଣା ପଡ଼ିଯାଏ। ଏମାନଙ୍କ ଆଖପାଖରେ ଉର୍ଜାର ଏକ ବଳୟ ରହିଥାଏ। ଏମାନଙ୍କ କେହି କିଛି ଖରାପ କରିପାରେ ନାହିଁ। ମାତ୍ର କେହି ଯଦି ତାଙ୍କ ସହ କିଛି ଖରାପ କରେ ବା ଧୋକା ଦିଏ ଏମାନଙ୍କର ଅନ୍ୟ ଏକ ଭୟାନକ ରୂପ ମଧ୍ୟ ଦେଖିବାକୁ ପଡ଼ିଥାଏ। ଏମାନେ କୌଣସି ପ୍ରକାର ଧୋକା କେବେ ଭୁଲନ୍ତି ନାହିଁ ଓ କେବେ କ୍ଷମା ମଧ୍ୟ କରନ୍ତି ନାହିଁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button