ରାଜନୀତି

ଇଣ୍ଡିଆ ମେଣ୍ଟରୁ ଲୋକ ପଳାଉଛନ୍ତି ତ ମୁଁ କଣ କରିବି ? : ଖଡ଼ଗେ – Kalinga News

[ad_1]

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ସୋମବାର ଇଣ୍ଡିଆ ମେଣ୍ଟ ଉପରେ ନିଜର ମତ ରଖିଛନ୍ତି । ସେ କହିଛନ୍ତି ଯେ ଏହି ମେଣ୍ଟ ସୁଦୃଢ ରହିଛି । ମେଣ୍ଟର ସବୁ ଦଳଙ୍କ ସହମତିରେ ଆବାହକ ନିଯୁକ୍ତ କରାଯିବ । କିନ୍ତୁ ଯଦି କିଛି ଲୋକ ମେଣ୍ଟ ଛାଡ଼ି ପଳାଉଛନ୍ତି, ତେବେ ମୁଁ କଣ କରିବି ?

ସେ କହିଛନ୍ତି ଯେ କିଛି ଆସନରେ ଆଲୋଚନା ହୋଇଛି ଏବଂ ଅନେକ ଆସନରେ ଫାଟ ସୃଷ୍ଟି ହୋଇଛି। କିନ୍ତୁ ଏହାର ଅର୍ଥ ନୁହେଁ ଯେ ମେଣ୍ଟ ଭାଙ୍ଗିଯାଉଛି ଏବଂ ସଦସ୍ୟମାନେ ଅସନ୍ତୁଷ୍ଟ ହେଉଛନ୍ତି। ଯେଉଁମାନଙ୍କୁ ମେଣ୍ଟରେ ପଦବୀ ମିଳୁନାହିଁ ସେମାନେ ବାହାରକୁ ଯାଉଛନ୍ତି। ଆମେ ଏବେ କଥାବାର୍ତ୍ତା କରୁଛୁ। ଯଦି ଆପଣ ସିଟ୍ ନେବାକୁ ଚାହୁଁଛନ୍ତି, ତେବେ ସିଟ୍ ଦେବା ବି ଆପଣଙ୍କ ଦାୟିତ୍ବ। ସେଥିପାଇଁ ଆମେ ସବୁ ଦଳ ସହ କଥା ବାର୍ତ୍ତା କରୁଛୁ। କିନ୍ତୁ ବିଜେପି ଅଭିଯୋଗ କରୁଛି ଯେ ମେଣ୍ଟ ଭାଙ୍ଗିଯାଇଛି, ଏହା ସମ୍ପୂର୍ଣ୍ଣ ଭୁଲ ।

ନ୍ୟୁଜ୍ ୧୮ ଇଣ୍ଡିଆର ଚୌପାଲ କାର୍ଯ୍ୟକ୍ରମରେ ଯୋଗଦେଇ ସେ ବିଜେପିକୁ ସମାଲୋଚନା କରିଛନ୍ତି । ଗତଥର ବିଜେପି ୩୦୦ ଟପିବ ବୋଲି ସ୍ଲୋଗାନ ଦେଇଥିବା ବେଳେ ଏବେ ୪୦୦ ଚପିବ ବୋଲି  ସ୍ଲୋଗାନ ଦେଉଛି ଖାର୍ଗେ କହିଛନ୍ତି। ଯଦି ବିଜେପି ଏବେ କିଛି ନ କରେ, ତେବେ ୪୦୦ ଟପିବା ପରେ କ’ଣ କରିବ?



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button